ETV Bharat / state

ଦୁବାଇରୁ ଭୁବନେଶ୍ୱରକୁ ଆସୁଥିଲା ହରିଣ ସିଙ୍ଗ, ବିମାନବନ୍ଦରରେ ଧରିଲା କଷ୍ଟମ ବିଭାଗ - Deer Horns Seized - DEER HORNS SEIZED

Deer Horns Seized: ଦୁବାଇରୁ ଭୁବନେଶ୍ୱରକୁ ଆସିଥିବା ଜଣେ ଯୁବକଙ୍କ ପାଖରୁ ଜବତ ହେଲା 3ଟି ହରିଣ ସିଙ୍ଗ । ଜବତ କଲା କଷ୍ଟମ ବିଭାଗ । ଅଧିକ ପଢ଼ନ୍ତୁ

Deer Horns Seized
Deer Horns Seized (Etv Bharat)
author img

By ETV Bharat Odisha Team

Published : May 2, 2024, 9:23 PM IST

ଭୁବନେଶ୍ବର: ବିମାନ ବନ୍ଦରରୁ ଜବତ ହେଲା ୩ଟି ହରିଣ ସିଙ୍ଗ । ଗତକାଲି ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୩ଟି ହରିଣ ସିଙ୍ଗ ଜବତ ହୋଇଛି । ଗତକାଲି ସନ୍ଧ୍ୟା ସମୟରେ ଦୁବାଇରୁ ଭୁବନେଶ୍ଵର ବିମାନ ଯୋଗେ ଆସୁଥିବା ଜଣେ ଯୁବକଙ୍କ ଠାରୁ ଧରାପଡ଼ିଛି ଏହି ହରିଣ ସିଙ୍ଗ । ଖବର ପାଇ ଭୁବନେଶ୍ବର ବିମାନ ବନ୍ଦରରୁ କଷ୍ଟମ ବିଭାଗ ଉକ୍ତ ଯୁବକ ଜଣଙ୍କଠାରୁ ଏହି ସିଙ୍ଗ ଜବତ କରିବା ସହ ଯୁବକ ଜଣଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି ।

ଜଣେ ଫରେଷ୍ଟ ଅଧିକାରୀଙ୍କ ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଦୁବାଇରୁ ଭୁବନେଶ୍ଵରକୁ ସିଧାସଳଖ ବିମାନ ଯୋଗେ ଜଣେ ଓଡ଼ିଆ ଯୁବକ ଆସିଥିଲେ । ଭୁବନେଶ୍ବରରେ ଲଗେଜ ଯାଞ୍ଚ ବେଳେ ସେ ତାଙ୍କ ସହ ୩ଟି ହରିଣ ସିଙ୍ଗ ଧରି ଆସୁଥିବା ଜଣାପଡ଼ିଥିଲା । ପରେ ସେଠାରୁ ତାଙ୍କୁ କଷ୍ଟମ ଅଫିସର ପଚାରାଉଚରା ପାଇଁ ନେବା ସହିତ ତାଙ୍କ ପାଖରେ ଥିବା ତିନୋଟି ସିଙ୍ଗକୁ ଜବତ କରିଛି । ଏହି ଘଟଣା ପରେ କଷ୍ଟମ ବିଭାଗ ଫରେଷ୍ଟ ଅଧିକାରୀଙ୍କୁ ବିମାନ ବନ୍ଦରରେ ଜବତ ହୋଇଥିବା ହରିଣ ସିଙ୍ଗକୁ ପରୀକ୍ଷା ନିରୀକ୍ଷା ପାଇଁ ପଠାଇଥିଲେ । ସିଟି ଫରେଷ୍ଟ ଅଧିକାରୀ ଏହାର ପରୀକ୍ଷା ପରେ ଏହାକୁ ଅସଲି ହରିଣ ସିଙ୍ଗ ବୋଲି ଚିହ୍ନଟ କରିଥିଲା । ଉକ୍ତ ହରିଣ ସିଙ୍ଗ ଏବେ କଷ୍ଟମ ବିଭାଗ ପାଖରେ ରହିଥିବା ଜଣାପଡ଼ିଛି । ଉକ୍ତ ଯୁବକଙ୍କର ଘର ପୁରୀ ଜିଲ୍ଲାରେ ହୋଇଥିବା ବେଳେ ତାଙ୍କ ବୟସ 36 ବର୍ଷ ବୋଲି ଜଣାପଡ଼ିଛି । ତାଙ୍କ ପଖରୁ ଜବତ ହୋଇଥିବା ତିନୋଟି ସିଙ୍ଗର ଲମ୍ବ 40 ସେଣ୍ଟି ମିଟର, 38 ସେଣ୍ଟି ମିଟର ଏବଂ 31 ସେଣ୍ଟି ମିଟର ରହିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ.. ଦିଲ୍ଲୀ ଓ ଚେନ୍ନାଇରୁ ଆସୁଥିଲେ ଭୁବନେଶ୍ବର; ଚେକିଂ ବେଳେ ଧରାପଡ଼ିଲେ 2 ଯାତ୍ରୀ, 75 ଲକ୍ଷ ଜବତ - 75 LAKH SEIZED

ଯୁବକଙ୍କୁ ପଚରା ଉଚରା ଜାରି ରହିଛି । ତେବେ ଦୁବାଇରୁ ଏଭଳି ଜିନିଷ ଆଣିବା କୌଣସି ପକ୍ଷେ ବେଆଇନ ନୁହେଁ, କିନ୍ତୁ ସେଥିପାଇଁ ଆପଣଙ୍କ ପାଖରେ ଉପଯୁକ୍ତ ଏନଓସି ସାର୍ଟିଫିକେଟ ରହିଥିବା ଆବଶ୍ୟକ । ଯଦି ଆପଣଙ୍କ ପାଖରେ ଆବଶକ୍ୟ କାଗଜ ପତ୍ର ନାହିଁ ତେବେ ତୁରନ୍ତ ଏହି ଭଳି ବସ୍ତୁକୁ ବନ ବିଭାଗକୁ ହସ୍ତାନ୍ତର କରିବା ଆବଶ୍ୟକ । ତେବେ ଉକ୍ତ ଯୁବକଙ୍କୁ ଏକ ଅଣ୍ଡର ଟେକିଂ ଦେଇ ଛାଡ଼ି ଦିଆଯାଇଛି । ଯଦି ସେ ଓନରସିପ ସାର୍ଟିଫିକେଟ ଦେଖାନ୍ତି ତେବେ ବନ୍ୟପ୍ରାଣୀ ନିୟମ ଅନୁସାରେ ଜିନିଷ ଦିଆଯିବ କି ନାହିଁ ତାହା ପରବର୍ତ୍ତୀ ସମୟରେ ବିଚାର କରାଯିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ପାଖାପାଖି ଏକ କେଜି ସୁନା ଜବତ କରିଛି । ତେବେ ଚାଲାଣକାରୀ ଜଣକ ହେଉଛନ୍ତି ମହାରାଷ୍ଟ୍ରର ବାସିନ୍ଦା । ସେ ବ୍ୟାଙ୍କକରୁ ବିମାନ ଯୋଗେ ଆସି ଭୁବନେଶ୍ବରରେ ଧରାପଡ଼ିଥିଲେ । ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତାଙ୍କ ଠାରୁ ଜବତ କରାଯାଇଥିଲା ୩ଟି ସୁନା କ୍ୟାପସୁଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.