ETV Bharat / state

SDGIndex; ନୀତି ଆୟୋଗର ଓଡିଶାକୁ ପ୍ରଶଂସା, 5ବର୍ଷରେ ୟୋଲୋରୁ ଗ୍ରୀନକୁ ଉଠିଲା ରାଜ୍ୟ, ନବୀନ କହିଲେ ଆମ ପଲିସି ଗରିବୀ କମାଇଲା - multidimensional poverty

author img

By ETV Bharat Odisha Team

Published : Jul 15, 2024, 1:36 PM IST

Updated : Jul 15, 2024, 2:04 PM IST

Odisha reduce multidimensional poverty: 2005ରେ ଓଡିଶାରେ 63.84 ପ୍ରତିଶତ ଲୋକ ଗରିବୀ ସୀମା ରେଖ ତଳେ ବସବାସ କରୁଥିବା ବେଳେ ନୀତି ଆୟୋଗ ରିପୋର୍ଟ ମୁତାବକ 2022-23ରେ ଏହା 11.07 ପ୍ରତିଶତକୁ ଖସିଛି । ଏହା ସହିତ ଶେଷ 5 ବର୍ଷରେ ୟୋଲୋ କାଟେଗୋରୀରୁ ଓଡିଶା ଗ୍ରୀନକୁ ଉଠିଛି । ଅଧିକ ପଢନ୍ତୁ

Etv Bharat
Etv Bharat (ETV Bharat Odisha)

ହାଇଦ୍ରାବାଦ: 1999 ମହାବାତ୍ୟାରେ ଏକଦା ଧ୍ବସ୍ତ ହୋଇଥିବା ଓଡିଶାର ଆର୍ଥନୀତିକୁ ନେଇ ଆସିଛି ବଡ ଖବର । ଗରିବୀ ସିମା ରେଖା ତଳେ ଥିବା ଓଡିଶାବାସୀଙ୍କ ଜୀବନ ଧାରଣରେ ଆସିଛି ବେଶ୍ ଉନ୍ନତି । ନିଆଣ୍ଟିଆ ରାଜ୍ୟରୁ ବଳକା ରାଜ୍ୟର ମାନ୍ୟତା ପାଇଛି ଓଡିଶା । ଦେଶର ଅନ୍ୟତମ ଗରିବୀ ରାଜ୍ୟ ମାନ୍ୟତା ପାଇଥିବା ଓଡିଶା ମଧ୍ୟ ଆର୍ଥନୈତିକ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି । ନିଅଣ୍ଟିଆ ଖାଦ୍ୟ ରାଜ୍ୟରୁ ବର୍ତ୍ତମାନ ବଳକା ଖାଦ୍ୟ ରାଜ୍ୟ ହୋଇପାରିଥିବା ଓଡିଶାକୁ ନିକଟରେ ପ୍ରଶଂସା କରିଛି ନୀତି ଆୟୋଗ । ଏପଟେ ନୀତି ଆୟୋଗର ପ୍ରଶଂସା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ଆମେ ପଲିସି ପାଇଁ ରାଜ୍ୟକୁ ସଫଳତା ମିଳିଛି ।"

ରିପୋର୍ଟ ମୁତାବକ, ଓଡିଶା ବର୍ତ୍ତମାନ multi dimensional poverty (ବହୁ କ୍ଷେତ୍ରୀୟ/ସ୍ତର ଗରିବୀ) ହଟାଇବାରେ ଦେଶର ଗୋଟିଏ ଆଗ ଧାଡିର ରାଜ୍ୟ । ନୀତି ଆୟୋଗର SDGIndiaIndex (SDG ସୂଚକାଙ୍କ)ରେ ପ୍ରତି ରାଜ୍ୟର ଅର୍ଥନୈତିକ ପ୍ରଦର୍ଶନକୁ 4ଟି ଭାଗରେ ବିଭକ୍ତ କରାଯାଇଛି । ଅର୍ଥନୀତିରେ ଆତ୍ମନିର୍ଭରଶୀଳ ଅର୍ଥାତ ବଳକା ରାଜ୍ୟର ମାନ୍ୟତା ଏପର୍ଯ୍ୟନ୍ତକ କୌଣସି ରାଜ୍ୟ ହାସଲ କରିନାହାଁନ୍ତି । ତଥାପି ପ୍ରଥମ କାଟେଗୋରୀରେ ରହିଛି ‘ଆଚିଭିର’ (100) । ତା ପରେ ଭଲ ପ୍ରଦର୍ଶନ କରୁଥିବା ଅର୍ଥନୈତିକ ରାଜ୍ୟ କାଟେଗୋରୀରେ ରହିଛି ‘ଫ୍ରଣ୍ଟ ରନର’ (65-99), ତା ପରେ ‘ପରଫମର’ (50-65), ଏବଂ ଅର୍ଥନୀତିରେ ଭଲ କରିବାକୁ ଉଦ୍ୟମ କରୁଥିବା ରାଜ୍ୟର କାଟେଗୋରୀ ରହିଛି ‘ଆସ୍ପିରାଣ୍ଟ’ (0-50) ।

ତେବେ ଓଡିଶା ତାର ଆର୍ଥିକ ନୀତିରେ ପରିବର୍ତ୍ତନ ଏବଂ ବିଭନ୍ନ କ୍ଷେତ୍ରରେ ବିଦେଶୀ ତଥା ବହୁ ରାଷ୍ଟ୍ରୀୟ କମ୍ପାନୀର ନିବେଶ ପାଇଁ ଆର୍ଥିକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରି 2018 ମସିହାରେ ଏହି ଲିଷ୍ଟରେ ‘ପରଫମର’ କାଟେଗୋରୀରେ ଥିଲା । ପରେ 2020-21ରେ ଉପରକୁ ଚଢି ଆସିଥିଲା ‘ଆସ୍ପିରାଣ୍ଟ’ କାଟେଗୋରୀରେ । ବର୍ତ୍ତମାନ ଆସିଥିବା ସଦ୍ୟତମ ରିପୋର୍ଟରେ ଓଡିଶା ରହଛି ‘ଫ୍ରଣ୍ଟ ରନର’ କାଟେଗୋରୀରେ । 2005ରେ ଓଡିଶାରେ 63.84 ପ୍ରତିଶତ ଗରିବୀ ସୀମା ରେଖ ତଳେ ବସବାସ କରୁଥିବା ବେଳେ ରିପୋର୍ଟ ମୁତାବକ 2022-23ରେ ଏହା 11.07 ପ୍ରତିଶତକୁ ଖସିଛି । ଏହା ସହିତ ଶେଷ 5 ବର୍ଷରେ ୟୋଲେ କାଟେଗୋରୀରୁ ଓଡିଶା ଗ୍ରୀନକୁ ଉଠିଛି ।

SDGIndiaIndex କଣ-

SDGIndiaIndex 4.0 ସୂଚକାଙ୍କ SDG Goal (SustainableDevelopmentGoals- ଚୀରସ୍ଥାୟୀ ବିକାଶ ଲକ୍ଷ୍ୟ)-1- ମୁତାବକ ବର୍ଷ 2020-21ରୁ ବର୍ଷ 2023-24 ବର୍ଷରେ 12 ପଏଣ୍ଟ ଉଠି ବିଭିନ୍ନ ରାଜ୍ୟ ‘ଫ୍ରଣ୍ଟ ରନର’ କାଟେଗୋରୀକୁ ଆସିଛନ୍ତି । ଏହି ସମୟରେ Multi dimensional poverty (ବହୁ କ୍ଷେତ୍ରୀୟ/ସ୍ତର ଗରିବୀ) କ୍ଷେତ୍ରରେ ବର୍ଷ 2015-16ରୁ 2019-21 ମଧ୍ୟରେ ଭଲ ପ୍ରଦର୍ଶନ କରିଛନ୍ତି ବିଭିନ୍ନ ରାଜ୍ୟ । ଏହି ସମୟରେ (ବହୁ କ୍ଷେତ୍ରୀୟ/ସ୍ତର ଗରିବୀ) ଏହା 24.8 ପ୍ରତିଶତରୁ ଉଠି 14.96 ପ୍ରତିଶତରେ ପହଞ୍ଚିଛି ।

ଏପରିକି ଆଗକୁ ଯଥା ବର୍ଷ 2022-23ରେ ଏହା ଆହୁରି ଖସିବ ବୋଲି ଜଣାପଡିଛି । ଏହା ଖସିକି 11.28 ପ୍ରତିଶତରେ ପହଞ୍ଚିବ ବୋଲି ଆଶା ରଖିଛି ନୀତି ଆୟୋଗ । ଏପରିକି ବର୍ଷ 2013-14ରୁ 2022-23 ମଧ୍ୟରେ 24.8 କୋଟି ଲୋକ ଏହି କ୍ଷେତ୍ରରେ ଗରିବୀରୁ ଉଠି ଆସିଛନ୍ତି । ଆଗକୁ ଏହି ସଂଖ୍ୟା ଆହୁରି ବଢିବ କାରଣ 99.7 ପ୍ରତିଶତ ଲୋକ ଯିଏ କି ମନରେଗା (MGNREGA)ରେ କାମ ମାଗୁଥିଲେ ସେମାନଙ୍କୁ ବର୍ଷ 2023-24ରେ କାମ ମିଳିଛି ।

ଏହି SDG India Index ଆର୍ଥିକ ଉନ୍ନତି ପାଇଁ 16ଟି ଗୋଲ ପଏଣ୍ଟରେ ସର୍ଭ କରି ରିପୋର୍ଟ ପ୍ରକାଶ କରୁଛି । ଷ୍ଟ୍ରୋଟେଜିକ୍ ଇନିସିଏଟିଭ୍ ଅର୍ଥାତ ରଣନୈତିକ ଭାବେ ଗ୍ରହଣ କରାଯାଉଥିବ ପଦକ୍ଷେପକୁ ଏହା ଗଣନା କରିଥାଏ ।

ଏପଟେ ଏହି ରିପୋର୍ଟ ଆସିବା ପରେ ଖୁସି ବ୍ୟକ୍ତ କରିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, "ଆମର ସାମଗ୍ରିକ ବିକାଶ ପଲିସି ପାଇଁ ଏହା ସମ୍ଭବ ହୋଇଛି । ଆମେ ପଲିସିକୁ ସଠିକ ଭାବେ କାର୍ଯ୍ୟକାରୀ କରିଛୁ । ଯାହା ଓଡିଶାର ବିଭିନ୍ନ କ୍ଷେତ୍ରର ଗରିବୀ ହଟାଇବାରେ ସହାୟକ ହୋଇଛି । ମୁଁ ଏହା ଜାଣି ଖୁସି ଯେ ରାଜ୍ୟର ଲକ୍ଷ ଲକ୍ଷ ଲୋକ ଗରିବୀ ଶ୍ରେଣୀରୁ ହଟିଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 15, 2024, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.