ETV Bharat / state

ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ; ଜାଣନ୍ତୁ କେଉଁ ଶ୍ରେଣୀ ପାଇଁ ବଢିଲା କେତେ ? - SCHOOL STUDENTS MID DAY MEAL

ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ଆସନ୍ତା କାଲିଠୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି । ମଧ୍ୟାହ୍ନ ଭୋଜନ ସପ୍ତାହିକ ବିବରଣୀ ଦେଖନ୍ତୁ...

mid day meals school students
mid day meals school students (ETV Bharat Odisha)
author img

By ETV Bharat Odisha Team

Published : Nov 30, 2024, 7:53 PM IST

ଭୁବନଶ୍ୱର: ରାଜ୍ୟରେ ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ପହିଲାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣିକି ବର୍ଦ୍ଧିତ ଦରରେ ମିଳିବ ମଧ୍ୟାହ୍ନ ଭୋଜନ । ମଧ୍ୟାହ୍ନଭୋଜନ ବାବଦରେ ପୂର୍ବରୁ ପିଲା ପିଛା ଯେତିକି ଟଙ୍କା ଖର୍ଚ୍ଚ ହେଉଥିଲା ଏବେ ସେଥିରେ ବୃଦ୍ଧି ଘଟିଛି ।

କେଉଁ ଶ୍ରେଣୀ ପାଇଁ କେତେ ଟଙ୍କା:-
ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପାଇଁ ୭ ଟଙ୍କା ୬୪ ପଇସାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏଥିପାଇଁ ୫ ଟଙ୍କା ୯୦ ପଇସା ଖର୍ଚ୍ଚ କରାଯାଉଥିଲା । ସେହିଭଳି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି ହୋଇଛି । ପୂର୍ବରୁ ଏହା ୮ ଟଙ୍କା ୮୨ ପଇସା ଖର୍ଚ୍ଚ କରାଯାଉଥିଲା। ରବିବାରଠାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

mid day meals school students
mid day meals school students (ETV Bharat Odisha)

ଏହା ବି ପଢନ୍ତୁ- ବଢ଼ିଲା ମଧ୍ୟାହ୍ନ ଭୋଜନ ମୂଲ୍ୟ, ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ ହେବେ ଉପକୃତ

ଏହା ବି ପଢନ୍ତୁ- ବନ୍ଦ ହେବ ନାହିଁ, ଅଧିକ ସ୍ବଚ୍ଛ ଓ ନିରାପଦ ହେବ ମଧ୍ୟାହ୍ନ ଭୋଜନ

ପ୍ରାଥମିକ ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର

  • ପ୍ରଧାନମନ୍ତ୍ରୀ ପୋଷଣ ସ୍କିମ୍‌ରେ ଖର୍ଚ୍ଚ ବଢ଼ାଇଲେ ସରକାର
  • ଆସନ୍ତା କାଲିଠୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି
  • ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ 7.64 ପଇସାକୁ ବଢ଼ିଲା
  • ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଇଁ 10 ଟଙ୍କା 94 ପଇସାକୁ ବୃଦ୍ଧି

କେଉଁ ଶ୍ରେଣୀର ପିଲାମାନେ ପାଇବେ ‘ପିଏମ୍-ପୋଷଣ’ ଯୋଜନା ସୁବିଧା:-
ପିଏମ୍- ପୋଷଣ ଅନ୍ତର୍ଗତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି ।

କେବେ ଆରମ୍ଭ ହୋଇଥିଲା ମିଡ-ଡେ ମିଲ୍‌:-
ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ‘ମଧ୍ୟାହ୍ନ ଭୋଜନ’ର ନାଁ ବଦଳାଇ ‘ପ୍ରଧାନମନ୍ତ୍ରୀ ପୋଷଣ’ ରଖାଯାଇଛି । ଦେଶବ୍ୟାପୀ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ସେମାନଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବାକୁ ୧୯୫୯ ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହୋଇଥିଲା ‘ମିଡ-ଡେ ମିଲ୍‌’ ବା ମଧ୍ୟାନ ଭୋଜନ ଯୋଜନା । ଉପସ୍ଥାନ ବଢାଇବା ଉଦ୍ଦେଶ୍ୟରେ ଏହି ଯୋଜନାରେ ସମସ୍ତ ସରକାରୀ ବିଦ୍ୟାଳୟଗୁଡିକରେ ୬ରୁ ୧୪ ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ମଧ୍ୟାହ୍ନ ଭୋଜନ ସପ୍ତାହିକ ବିବରଣୀ-
ସୋମବାର - ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଡାଲମା
ମଙ୍ଗଳବାର - ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ସୋୟା ବଡ଼ି ତରକାରୀ
ବୁଧବାର - ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଅଣ୍ଡା ତରକାରୀ
ଗୁରୁବାର - ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଡାଲମା
ଶୁକ୍ରବାର - ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ସୋୟା ବଡ଼ି ତରକାରୀ
ଶନିବାର - ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଅଣ୍ଡା ତରକାରୀ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.