ETV Bharat / state

ମଞ୍ଜିରେ ତିନି ଠାକୁରଙ୍କ ଚିତ୍ର, ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସ୍ମୃତି ରେଖା ନାୟକ - IBR achiever Smruti Rekha Nayak

author img

By ETV Bharat Odisha Team

Published : Jul 1, 2024, 7:22 AM IST

Rourkela Girl IBR achiever: ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ରାଉରକେଲାର ସ୍ମୃତି ରେଖା ନାୟକ । ଜାଣନ୍ତୁ ସ୍ମୃତି ରେଖାଙ୍କ ଟ୍ୟାଲେଣ୍ଟ ଆଉ ତାଙ୍କ ସଫଳତା ବିଷୟରେ ।

Rourkela Girl IBR achiever
Rourkela Girl IBR achiever (ETV Bharat Odisha)

ରାଉରକେଲା: ବିଭିନ୍ନ ପ୍ରକାର ମଞ୍ଜିରେ ତିନି ଠାକୁରଙ୍କ ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡ ସ୍ଥାନ ପାଇଛନ୍ତି ରାଉରକେଲା ଝିଅ। ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା। ଯାହା ପାଇଁ ସମସ୍ତେ ନିଜ ନିଜ ଢଙ୍ଗରେ ମହାପ୍ରଭୁଙ୍କ ପ୍ରତି ଭଲ ପାଇବାକୁ ପ୍ରଦର୍ଶନ କରୁଛନ୍ତି। ତେବେ ରାଉରକେଲାର ଝିଅ ମହାପ୍ରଭୁଙ୍କ ଚିତ୍ର ଆଙ୍କି ନିଜର ଭକ୍ତି ପ୍ରଦର୍ଶନ ସହ ନିଜର ଚିତ୍ରକଳାକୁ ପ୍ରଦର୍ଶନ କରିଛନ୍ତି। ତିନି ଠାକୁରଙ୍କ ଚିତ୍ରକୁ ମଞ୍ଜିରେ ଆଙ୍କିଛନ୍ତି ରାଉରକେଲାର ଝିଅ ସ୍ମୃତି ରେଖା ନାୟକ। ମୋଟ ୨୧ ପ୍ରକାର ମଞ୍ଜିରେ ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡ ସ୍ଥାନ ପାଇବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସ୍ମୃତି ରେଖା ।

ସ୍ମୃତି ରେଖା କଖାରୁ, କଲରା, ଲେମ୍ବୁ, ତରଭୁଜ, ଲାଉ, ମୁଗ ଡାଲି, ବିରି ଡାଲି ଆଦି ବିଭିନ୍ନ ମଞ୍ଜିରେ ତିନି ଠାକୁରଙ୍କ ଚିତ୍ର ଆଙ୍କିଛନ୍ତି। ଦୀର୍ଘ 16 ଘଣ୍ଟାର ପରିଶ୍ରମ ପରେ ୨୧ଟି କୁନିକୁନି ମଞ୍ଜିରେ ତିନି ଠାକୁରଙ୍କ ଚିତ୍ରକୁ ଆଙ୍କିଥିଲେ ସ୍ମୃତି ରେଖା। ତେବେ ରାଉରକେଲା ଛେଣ୍ଡ କଲୋନୀ ନିବାସୀ ଶିବ ପ୍ରସାଦ ନାୟକ ଏବଂ ସ୍ଵର୍ଣପ୍ରଭା ନାୟକଙ୍କ ଏକମାତ୍ର ଝିଅ ହେଉଛନ୍ତି ସ୍ମୃତି ରେଖା ନାୟକ। ରାଉରକେଲା ଛେଣ୍ଡ ଚିନ୍ମୟ ବିଦ୍ୟାଳୟରେ ବର୍ତ୍ତମାନ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି ସ୍ମୃତି ରେଖା।

ତେବେ ସେ ଲକ ଡାଉନ ସମୟରୁ ଏହି ଚିତ୍ର ଅଙ୍କିବା ଆରମ୍ଭ କରିଥିଲେ। ବିଭିନ୍ନ ସାମଗ୍ରୀରେ ଚିତ୍ର ଆଙ୍କି ଧୀରେ ଧୀରେ ମହାପ୍ରଭୁଙ୍କ ଚିତ୍ର ଅଙ୍କିବାରେ ମାହିର ହୋଇଯାଇଥିଲେ ସ୍ମୃତି ରେଖା। ପରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସେ ଆବେଦନ କରିଥିଲେ। ଆଉ ତାଙ୍କ କଠିନ ପରିଶ୍ରମର ଫଳ ସେ ଆଜି ସେ ପାଇଛନ୍ତି। ତେବେ ଏହି ସଫଳତାର ଶ୍ରେୟ ସେ ତାଙ୍କ ପରିବାର ଲୋକଙ୍କୁ ଦେଇଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ..ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଅଢ଼େଇ ବର୍ଷର ଆରାଧ୍ୟା ସାମଲ - IBR achiever Aaradhya Samal

ସେହିପରି ରାଉରକେଲା ପାଇଁ ଗର୍ବ ଆଣିଥିଲେ କୁନି ଝିଅ ଆରାଧ୍ୟା ସାମଲ । ମାତ୍ର ଅଢେଇ ବର୍ଷ ବୟସରେ ଆରାଧ୍ୟା ନିଜ ନାମକୁ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସାମିଲ କରିପାରିଛନ୍ତି । ତେବେ ଏତେ ଛୋଟ ବୟସରେ ଏତେ ବଡ଼ ସଫଳତା ପାଇ ଆରାଧ୍ୟା ନିଜ ପରିବାର ପାଇଁ ଗର୍ବ ଆଣିବା ସହିତ ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଆଣିପାରିଛନ୍ତି । ଭାରତବର୍ଷର ସବୁଠାରୁ କୁନି ଝିଅ ଭାବରେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ଆରାଧ୍ୟା । ଇଣ୍ଡିଆ ବୁକ୍ ଅଫ ରେକର୍ଡର ‘ଆଇବିଆର ଆଚିଭର' ହୋଇ ପାରିଛନ୍ତି ଆରାଧ୍ୟା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.