ETV Bharat / state

ଦୁର୍ଗମ ଅଞ୍ଚଳକୁ ପହଞ୍ଚିବ ସବୁଦିନିଆ ରାସ୍ତା, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆରମ୍ଭ ହେଲା କାମ - Road To Remote Area - ROAD TO REMOTE AREA

Road To Remote Area: ଡିପଥେରିଆ କାରଣରୁ ଜିଲ୍ଲା ପ୍ରଶାସନକୁ ଚେତା ପଶିଛି । ରାୟଗଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ରାସ୍ତା ନିର୍ମାଣ ସହିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ,

Road To Remote Area
Road To Remote Area (ETV Bharat Odisha)
author img

By ETV Bharat Odisha Team

Published : Jun 23, 2024, 8:48 PM IST

ରାୟଗଡ଼ା: ବିଳମ୍ବରେ ହେଉ ପଛେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି । କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦରରେ ଡିପ୍‌ଥେରିଆ ବ୍ୟାପୀ ୫ ଶିଶୁଙ୍କ ଜୀବନ ଯିବାପରେ ଆରମ୍ଭ ହୋଇଛି ବିଧିବଦ୍ଧ ସ୍ୱାସ୍ଥ୍ୟ ସଚେତନତା । ଏହା ସହିତ ମନୁଷପଦର ଭଳି ଦୁର୍ଗମ ଅଞ୍ଚଳକୁ ରାସ୍ତା ନିର୍ମାଣ କରାଯାଉଛି । ଗତ ଦିନରେ ଡିପଥେରିଆ ଆକ୍ରାନ୍ତଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେବା ସହିତ ମାନୁଷପଦର ଗାଁକୁ ରାସ୍ତା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି ।

Road To Remote Area (ETV Bharat Odisha)

ଦୁଇଟି ଜେସିବି ମେସିନ ଲଗାଇ ମନୁଷପଦର ଗାଁକୁ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ସେପଟେ ବର୍ଷା ପୂର୍ବରୁ ଏମିତି କିଛି ସମ୍ବେଦନଶୀଳ ଦୁର୍ଗମ ଅଞ୍ଚଳକୁ ଚିହ୍ନଟ କରି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ । ଏଠାରେ ସୂଚନାଯୋଗ୍ୟ, କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର ଗାଁରେ ପ୍ରଥମେ ଅଜଣା ରୋଗର ଆତଙ୍କ ଲାଗି ରହିଥିଲା । ଏହି ଗାଁରେ ସପ୍ତାହକ ମଧ୍ୟରେ 5 ଜଣ ଶିଶୁ ମୃତ୍ୟୁବରଣ କରିଥିବାବେଳେ 15ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଡିପଥେରିଆ ଭୂତାଣୁ ବୋଲି ଜଣାପଡିଥିଲା । କେବଳ ସେତିକି ନୁହେଁ, ଅନୁସନ୍ଧାନରୁ ଜଣାପଡିଲା ଯେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ 18ରୁ ଊର୍ଦ୍ଧ୍ବ ଗାଁରେ ଡିପଥେରିଆ କିମ୍ବା ଅନ୍ୟାନ୍ୟ ରୋଗ ସମନ୍ଧିତ ଟୀକାକରଣ ହୋଇନଥିଲା ।

ଏହା ମଧ୍ୟ ପଢ଼ନ୍ତୁ.. ଡିପଥେରିଆ ବ୍ୟାପିବା ଘଟଣା; ଟୀକାକରଣ ଆରମ୍ଭ, କଣ୍ଟେନମେଣ୍ଟ୍‌ ଜୋନରେ ୩ ଗାଁ - Diphtheria Vaccination

ଅନ୍ୟପକ୍ଷରେ ମନୁଷପଦର, ଜଡ଼କିମୁଣ୍ଡା, ଗୁମାମୁରକା ଗାଁକୁ ବର୍ତ୍ତମାନ କଣ୍ଟେନମେଣ୍ଟ୍ ଜୋନ୍‌ ମଧ୍ୟରେ ରଖାଯାଇଛି । ସେପଟେ ଡଙ୍ଗାସିଲ ଓ ବଦଳିଝରଣ ଉପସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୨୮ଟି କେନ୍ଦ୍ରକୁ ସମ୍ବେଦନଶୀଳ ଗାଁ ଭାବେ ଚିହ୍ନଟ କରାଯାଇଛି । ବଦଳିଝରଣ ଅଧୀନରେ ମନୁଷପଦର, ତେନ୍ତୁଳିପଦର, ଖମ୍ବପଦର, କୁକୁଡ଼ି ସେମି, ଝୋଲାକୁ ମୁଲି, ଗୁମାମୁରକା, ଗୁମୁଡ଼ିମୁଣ୍ଡି, ଭେଣ୍ଡିଆଯୋଡ଼ି, ବନ୍ଦାଦର, ବାମନପୁଟ ଗାଁ ଚିହ୍ନଟ କରାଯାଇଛି । ଅନ୍ୟପଟେ ଡଙ୍ଗାସିଲ କେନ୍ଦ୍ର ଅଧୀନରେ ଥିବା ଗୁଗାନ, ଭିତରଗୁମା, ଶିଶୁପାସ, କୁକୁଡ଼ାକଟା, କୁନ୍ଦୁରୁଶିଳା, ବାରିଗୁଡ଼ା, ଚିକେର, ଗାଜିଆଗୁଡ଼ା, ପୁଟୁଯୋଡ଼ି, ଚିଲିପଦର, ଦାଣ୍ଡମୁଣ୍ଡା, କଣ୍ଟାବାଞ୍ଜି, କେ.ଚାଞ୍ଚଡ଼ି, କୁଟୁରାଗୁଡା, ଅଡାଜାଲ, ଶିଳାପାସ, ରାଉଲିଘାଟି, ଓଡାଜାଲ ଗାଁରେ ଟୀକାକରଣ ସହ ବୁଷ୍ଟର ଡୋଜ୍ ପ୍ରଦାନ କରାଯାଉଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.