ETV Bharat / state

ଭିଜିଲାନ୍ସ ଜାଲରେ ରିଆମାଳ ବ୍ଲକ ପ୍ରାଣୀ ଚିକିତ୍ସକ, କୁକୁଡ଼ା ଚାଷୀଙ୍କଠୁ ନେଉଥିଲେ ଲାଞ୍ଚ - Vigilance Raid

author img

By ETV Bharat Odisha Team

Published : Mar 21, 2024, 11:00 PM IST

Vigilance Raid: ଭିଜିଲାନ୍ସ ଜାଲରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ । କୁକୁଡ଼ା ଚାଷୀ ଠାରୁ ଗୋ-ସୁଗମ ଯୋଜନା ସହାୟତା ରାଶି ପ୍ରଦାନ ପାଇଁ ଅନୁମୋଦନ ବଦଳରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ,

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ BVO
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ BVO

ଦେଓଗଡ଼: ଭିଜିଲାନ୍ସ ଜାଲରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ । କୁକୁଡ଼ା ଚାଷୀଙ୍କ ଠାରୁ ପାଞ୍ଚ ହଜାର ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଥିବା ସୂଚନା ମିଳିଛି । କୁକୁଡା ଚାଷୀଙ୍କୁ ସରକାରୀ ସହାୟତା ରାଶି ପ୍ରଦାନ ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଦେଓଗଡ଼ ଜିଲ୍ଲା ରିଆମାଳ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ (BVO) ଡାଃ ସୁସ୍ମିତା ସେଠୀ । ଗରୀବ କୁକୁଡ଼ା ଚାଷୀ ଠାରୁ ଗୋ -ସୁଗମ ଯୋଜନା ସହାୟତା ରାଶି ପ୍ରଦାନ ପାଇଁ ଅନୁମୋଦନ ବଦଳରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରିଆମାଳ ବ୍ଲକ ନାଉଲିପଡା ପଞ୍ଚାୟତର ଫୁଲସରନାଳୀ ଗ୍ରାମର ଗୋପାଳ ସାହୁ ଗୋ -ସୁଗମ ଯୋଜନାରୁ ଆର୍ଥିକ ବର୍ଷ ୨୦୨୩-୨୪ରେ ଏକ ବ୍ରଏଲର ଫାର୍ମ କରିଥିଲେ। ସେ ସରକାରୀ ଯୋଜନାର ସହାୟତା ରାଶି ୭୬ ହଜାର ଟଙ୍କା ପାଇବା ପାଇଁ ଆବେଦନ କରିଥିଲେ। ସରକାରୀ ସହାୟତା ରାଶି ପ୍ରଦାନ ପାଇଁ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଅନୁମୋଦନର ଆବଶ୍ୟକତା ରହିଥିଲା । ତେବେ ଏହି ରାଶି ଅନୁମୋଦନ ପାଇଁ ଡାଃ ସେଠୀ ପାଞ୍ଚ ହଜାର ଟଙ୍କା ଦାବି କରିଥିଲେ । ଏନେଇ ହିତାଧିକାରୀଙ୍କ ପୁଅ ସଚ୍ଚିଦାନନ୍ଦ ସାହୁ ଦେବଗଡ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ ଆଜି ସଚ୍ଚିଦାନନ୍ଦ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଡାଃ ସେଠୀଙ୍କୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ଦେବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗ ରାସାୟନିକ ପ୍ରଲେପ ବୋଳା ଟଙ୍କା ସହ ତାଙ୍କୁ ଧରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ, ୫T ନିର୍ମାଣ କାମରେ ଠିକାଦାରଠୁ ନେଉଥିଲେ ଲାଞ୍ଚ - Vigilance Raid

ଭିଜିଲାନ୍ସ ବିଭାଗ ପକ୍ଷରୁ ସସ୍ମିତାଙ୍କ ବୁଡିଦୋ ସ୍ଥିତ ଭଡା ଘର, ଭୁବନେଶ୍ବର ଜାଆଁଳା ସ୍ଥିତ ନିଜସ୍ବ ବାସଭବନରେ ଏକକାଳୀନ ଚଢାଉ କରାଯାଇଛି । ଉକ୍ତ ଚଢାଉରେ ଦେବଗଡ ଭିଜିଲାନ୍ସ ଡିଏସପି ଯୋଗେଶ ପ୍ରସାଦ ପଟେଲଙ୍କ ନେତୃତ୍ବରେ ଝାରସୁଗୁଡା ଓ ଦେବଗଡ ଭିଜିଲାନ୍ସ ଟିମ ସାମିଲ ଥିଲା । ତେବେ ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ଗାଁ ଠାରେ ଥିବା ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଜଣେ ପ୍ରଧାନ ଶିକ୍ଷକ ଲାଞ୍ଚ ନେବା ସମୟରେ ଧରା ପଡ଼ିଥିଲେ । ବିଦ୍ୟାଳୟକୁ ରାଜ୍ୟ ସରକାର 5Tରେ ଅନ୍ତର୍ଭୁକ୍ତ କରି ସ୍କୁଲର ଉନ୍ନତି କରଣ କରିବା ପାଇଁ ଅର୍ଥ ମୁଞ୍ଜୁର କରିଥିଲେ। ପ୍ରଧାନ ଶିକ୍ଷକ ଜଣଙ୍କ ୧୦ ଲକ୍ଷ ଟଙ୍କାର ବିଲ କରାଇ ଦେବା ପାଇଁ ଉକ୍ତ ଠିକାଦାରଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଠିକାଦାର ଜୟରାମ ସାହୁ ଭିଜିଲାନ୍ସ ବିଭାଗର ଦ୍ବାରସ୍ତ ହୋଇଥିଲେ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.