ETV Bharat / state

ଅନନ୍ୟ ଗୁରୁ ବ୍ରହ୍ମପୁରର କେଦାର ସାର୍, ଅବସର ପରେ ବି ଜାରି ରହିଛି ଶିକ୍ଷାଦାନ - Berhampur News

Retired teacher continues teaching in schools: ବ୍ରହ୍ମପୁରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୋକପ୍ରିୟ କେଦାର ସାର୍ । ୨୦୨୨ରେ ଅବସର ପରେ ମଧ୍ୟ ଘରେ ନ ବସି ପୁଣି ଜାରି ରଖିଛନ୍ତି ଶିକ୍ଷାଦାନ । ଅଧିକ ପଢନ୍ତୁ

Retired Teacher
Retired Teacher
author img

By ETV Bharat Odisha Team

Published : Jan 31, 2024, 9:19 AM IST

ଚର୍ଚ୍ଚାରେ ବ୍ରହ୍ମପୁରର କେଦାର ସାର୍ ; ଅବସର ପରେ ମଧ୍ୟ କରୁଛନ୍ତି ଶିକ୍ଷାଦାନ

ବ୍ରହ୍ମପୁର: କଥାରେ ଅଛି ଗୁରୁଙ୍କୁ ନ ମଣିବ ନର ଗୁରୁ ହିଁ ଅଟଇ ସାକ୍ଷାତ ଇଶ୍ବର । ଗୁରୁ ହିଁ ଗୋଟେ ପିଲାର ହାତ ଧରି ତାକୁ ଅଜ୍ଞାନ ରୂପକ ତମସାରୁ ବାହାରକୁ ଆଣି ଜ୍ଞାନାଲୋକରେ ଆଲୋକିତ କରିଥାନ୍ତି । ଏଭଳି ଜଣେ ଜ୍ଞାନୀ ଓ ଛାତ୍ରବତ୍ସଳ ଶିକ୍ଷକ ହେଉଛନ୍ତି ବ୍ରହ୍ମପୁର ସହରର କେଦାର ସାର୍ । ଜଣେ ବିଦ୍ୟାର୍ଥୀଙ୍କ ପାଇଁ ତାଙ୍କ ଶିକ୍ଷାଦାନ ଯେତିକି ଗୁରୁତ୍ବ, ସମାଜରେ ଶିଶୁକୁ ଆଦର୍ଶ ମଣିଷ ରୂପେ ଗଢି ତୋଳିବା କ୍ଷେତ୍ରରେ ସେ ଅତ୍ୟନ୍ତ ପରିଚିତ ।

କେଦାର ସାରଙ୍କ ପୁରା ନାମ କେଦାରନାଥ ଚୌଧୁରୀ ଅଟେ । ୧୯୮୪ ମସିହାରେ ପ୍ରଥମେ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଉଚ୍ଚବିଦ୍ୟାଳୟରେ ପୌର କ୍ରୀଡ଼ା ଶିକ୍ଷକ ଭାବେ ନିଯୁକ୍ତ ପାଇଥିବା କେଦାର ସାର୍ ପରବର୍ତ୍ତୀ ସମୟରେ ସହରର ଆଙ୍କୁଲି, ଗାନ୍ଧୀନଗର,ରଙ୍ଗୁଣିବନ୍ଧ ହାଇସ୍କୁଲ, ମେଡ଼ିକାଲ କ୍ୟାମ୍ପସ, କେ.ସି ବାଳିକା ଉଚ୍ଚବିଦ୍ୟାଳୟ ଭଳି ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରି ୨୦୨୨ ମସିହା ଜୁନ୍‌ ମାସରେ ଅବସର ଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... କଳା ପ୍ରତି ଥିବା ନିଷ୍ଠା ଓ ସାଧନା ସଫଳତା ଓ ସମ୍ମାନ ଆଣିଦିଏ: ବିନୋଦ ମହାରଣା

ମାତ୍ର ଅବସର ପରେ ଘରେ ନ ବସି ସେ ପୁଣି ପିଲାଙ୍କୁ ପାଠ ପଢାଇବା ଆରମ୍ଭ କରିଥିଲେ । ସକାଳ ହେବା ମାତ୍ରେ ସେ ଗୋଷାଣିନୂଆଗାଁ ସ୍ଥିତ କେ.ସି.ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଶିକ୍ଷାଦାନ କରିଥାନ୍ତି । ପିଲାଙ୍କୁ ଡର ଲାଗୁଥିବା ଗଣିତ ପାଠ ହେଉ କି ସାହିତ୍ୟ, ବିଜ୍ଞାନ ଭଳି ଅନ୍ୟ ବିଷୟ ତଥା ଶାରିରୀକ ଶିକ୍ଷା, ସବୁ ପାଠକୁ ଅତି ସହଜ ଓ ସରଳ ଭାବରେ ସେ ବୁଝାଇ ଦିଅନ୍ତି । ଯାହା ଫଳରେ ପିଲାମାନେ ସହଜରେ ପାଠ ବୁଝିପାରିବା ସହ ଏ ଭଳି ଗୁରୁଙ୍କୁ ପାଇ ନିଜକୁ ଶିକ୍ଷାର୍ଥୀମାନେ ଗର୍ବିତ ଅନୁଭବ କରନ୍ତି ।

ନିଜର ସ୍ବତନ୍ତ୍ର ଶିକ୍ଷାଦାନ ପ୍ରଣାଳୀ ପାଇଁ ପିଲାଙ୍କ ମଧ୍ୟରେ ସେ ଅତିପ୍ରିୟ ପାଲଟିଛନ୍ତି । ପ୍ରାୟ ଦେଢ଼ବର୍ଷ ଧରି ବର୍ତ୍ତମାନ ଗୋଟିଏ ବିଦ୍ୟାଳୟକୁ ଯିବା ବଦଳରେ ଦୈନିକ ଦୁଇରୁ ତିନୋଟି ସରକାରୀ ବିଦ୍ୟାଳୟକୁ ପରିକ୍ରମା କରି ସେଠାରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ ପ୍ରଦାନ କରୁଛନ୍ତି କେଦାର ସାର୍ । ନିଜସ୍ବ ପ୍ରଚେଷ୍ଟାରେ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ ପ୍ରଦାନ କରୁଥିବା କେଦାର ସାର୍ ଗଞ୍ଜାମ ଜିଲ୍ଲାରେ ଜଣେ ଆଦର୍ଶ ଶିକ୍ଷକ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନ୍ୟ ଶିକ୍ଷକ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.