ETV Bharat / state

ବିଧାନସଭାରେ ରେଭେନ୍ସା ଝଡ଼; ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡି ସୁରକ୍ଷା ମାଗିଲେ ବ୍ୟୋମକେଶ, ଗୃହରେ ବିଜେଡିର ପ୍ରବଳ ହଟ୍ଟଗୋଳ - Ravenshaw University row

author img

By ETV Bharat Odisha Team

Published : Sep 6, 2024, 1:34 PM IST

Updated : Sep 6, 2024, 8:59 PM IST

Ray Ravenshaw University renaming row: ବିଧାନସଭାରେ ରେଭେନ୍ସା ଝଡ଼ । ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡି ସୁରକ୍ଷା ମାଗିଲେ ବ୍ୟୋମକେଶ । ଶୂନ୍ୟକାଳ ରେ ରେଭେନ୍ସା ନାଁ ପରିବର୍ତନ ପ୍ରସଙ୍ଗକୁ ନେଇ ବିଜେଡି ସଦସ୍ୟ ବ୍ୟୋମକେଶ ରାୟ ବାଚସ୍ପତିଙ୍କ ସୁରକ୍ଷା ଲୋଡିଲେ। ଅଧିକ ପଢନ୍ତୁ

Ravenshaw University row
Ravenshaw University row (ETV Bharat Odisha)

ଭୁବନେଶ୍ବର: ବିଧାନସଭାରେ ରେଭେନ୍ସା ଝଡ଼ । ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡି ସୁରକ୍ଷା ମାଗିଲେ ବ୍ୟୋମକେଶ ରାୟ । ରେଭେନ୍ସା ତାତି ନେଇ ଗୃହରେ ବିଜେଡିର ପ୍ରବଳ ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡିୟମ୍ ତଳେ ବିଜେଡିର ନାରାବାଜି । ବିନା ତଦନ୍ତରେ ଏତଲା ହୋଇଛି କହିଲେ ବିଧାୟକ ବ୍ୟୋମକେଶ । ରେଭେନ୍ସା ପ୍ରସଙ୍ଗରେ ଏତଲା ପରେ ଗୃହରେ ଚାନ୍ଦବାଲି ବିଧାୟକଙ୍କ ମନ୍ତବ୍ୟ । ସୁରକ୍ଷା ଯୋଗାଇବାକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କଲେ ବ୍ୟୋମକେଶ ରାୟ । ମଶାଲ୍ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲି, ଆର୍ମସ ଆକ୍ଟ ଲଗାଯାଇଛି ବୋଲି କହିଲେ ବିଧାୟକ ବ୍ୟୋମକେଶ ରାୟ।

ବିଧାନସଭାରେ ରେଭେନ୍ସା ଝଡ଼ (ETV Bharat Odisha)

ବ୍ୟୋମକେଶଙ୍କ ବିରୋଧରେ ଆର୍ମସ ଆକ୍ଟ ପ୍ରସଙ୍ଗ ସମର୍ଥନ କଲେ ଗଣେଶ୍ୱର-

ଭିନ୍ନ ମତକୁ ଚାପିବାକୁ ଅପଚେଷ୍ଠା କରା ଯାଇଛି । ପ୍ରତିହିଂସା ପରାୟଣ ରାଜନୀତି ରାଜ୍ୟରେ ମୁଣ୍ଡ ଟେକି ଲାଣି । ବିଧାୟକଙ୍କ ବିରୋଧରେ ମିଛ ମାମଲା ରୁଜୁ ହୋଇଛି । ଯିଏ ମିଥ୍ୟା ମକଦ୍ଦମା କରିଛି ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ରପେକ୍ଷ ତଦନ୍ତ ଦେଉ । ଏଭଳି ଅଭିସନ୍ଧି ପଛର ରହସ୍ୟକୁ ଉନ୍ମୋଚିତ କରାଯାଉ ବୋଲି ଶୂନ୍ୟକାଳରେ ବ୍ୟୋମକେଶଙ୍କ ବିରୋଧରେ ଆର୍ମସ ଆକ୍ଟ ପ୍ରସଙ୍ଗ ସମର୍ଥନ କରି ଏପରି କହିଛନ୍ତି ଗଣେଶ୍ୱର ବେହେରା ।

ଏହା ବି ପଢନ୍ତୁ- Odisha Assembly: ବିଧାନସଭାରେ ସୁଭଦ୍ରା ତାତି, ନବୀନଙ୍କ ନିର୍ବାଚନ ମଣ୍ଡଳୀରେ 24 ବର୍ଷରେ 100 ହତ୍ୟା - Assembly Adjourned

ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ତୀବ୍ର ପ୍ରତିବାଦ କରିଥିଲେ । ବିଜେଡି ବିଧାୟକ ମାନେ ହୋହଲ୍ଲା କରି ବାଚସ୍ପତିଙ୍କ ପୋଡିୟମ ପାଖରେ ନାରବାଜି । ସେପଟେ ଗୃହକୁ 12.30 ପର୍ଯ୍ୟନ୍ତ ଗୃହକୁ ମୂଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଏହା ବି ପଢନ୍ତୁ- Odisha Assembly: ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର ଉପସ୍ଥାପିତ, ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ - BJP Govt stops Nua O programme

ବିନା ତଦନ୍ତରେ ଏତଲା କହିଲେ ବ୍ୟୋମକେଶ-

  • ରେଭେନ୍ସା ପ୍ରସଙ୍ଗରେ ଏତଲା ପରେ ଗୃହରେ ଚାନ୍ଦବାଲି ବିଧାୟକଙ୍କ ମନ୍ତବ୍ୟ
  • ସୁରକ୍ଷା ଯୋଗାଇବାକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କଲେ ବ୍ୟୋମକେଶ ରାୟ
  • ମଶାଲ୍ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲି, ଆର୍ମସ ଆକ୍ଟ ଲଗାଯାଇଛି
  • ‘ବିନା ତଦନ୍ତରେ ଏତଲା ହୋଇଛି, ଏତେ ଅସହିଷ୍ଣୁ କାହିଁକି ?’
  • ଏସିପି ଓ ଆଇଆଇସିଙ୍କ ପ୍ରତି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ପାଇଁ କଲେ ଦାବି

ମଶାଲ ଶୋଭାଯାତ୍ରାରେ ସାମିଲ ହେବାରୁ ପ୍ରତିଶୋଧ-

"ବୁଦ୍ଧିଜିବୀଙ୍କ ମଶାଲ ଶୋଭାଯାତ୍ରାରେ ସାମିଲ ହେବାରୁ ବିଜେପି ପ୍ରତିଶୋଧ ପ୍ରୟାଣ ସାଜିଛି । ଆସୋଷ୍ଣିୟୁ ହୋଇ ପୋଲିସକୁ ବ୍ୟବହାର କରି ଆର୍ମସ ଆକ୍ଟରେ ଏତେଲା ହୋଇଛି । ଗଣତାନ୍ତ୍ରିକ ଶୋଭାଯାତ୍ରାରେ ବିଧାୟକ ଭାବେ ସାମିଲ ହେବା କଣ ଭୁଲ ? ED ଓ CBI କୁ ଲଗାଇ ଯେମିତି ବିରୋଧୀଙ୍କ ପ୍ରତି ବିଜେପି ସରକାର ଦାଉ ସାଜୁଛି ଏଠାରେ ବି ଅନୁରୂପ ଆସୋହିଷ୍ଣୁ ହୋଇପଡିଛି । କଟକ ଡିସିପି ଓ ଆଇଆଇସିଙ୍କ ବିରୋଧରେ ମୁଁ ସ୍ୱାଧିକାର ଭଙ୍ଗ ଆଣିବି । ରେଭେନ୍ସା ନାମକରଣ ପରିବର୍ତ୍ତନ ବିତର୍କ ଆଲୋଚନାରେ ଓ ମଶାଲ ଶୋଭାଯାତ୍ରାରେ ପୁରାତନ ଛାତ୍ର ମାନେ ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ ସେଥିରେ ଭାଗ ନେଇଥିଲି । କିନ୍ତୁ ମୋ ନାଁରେ ମାମଲା ରୁଜୁ ହେଲା କି ମୁଁ କୁଆଡେ ବନ୍ଧୁକ ଧରି ଡରାଉ ଥିଲି।ଯେତେ ବେଳେ କେନ୍ଦ୍ରମନ୍ତ୍ରୀ ଏହା ଉପରେ ବିତର୍କ କରିବାକୁ କହିଥିଲେ ଏହା ହିଁ ମୁଁ କରିବାକୁ ଯାଉଥିଲି । ତେଣୁ ମୋତେ ସୁରକ୍ଷା ଦିଅନ୍ତୁ," ବୋଲି ଗୃହରେ ବାଚସ୍ପତିଙ୍କ ଠାରେ ନିବେଦନ କରିଥିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ ।

ଏହା ବି ପଢନ୍ତୁ- Ravenshaw: ରେଭେନ୍ସା ନାମ ପରିବର୍ତ୍ତନ ବିବାଦ; କିଏ ଥୋମାସ ଏଡୱାର୍ଡ, କଟକ ସହ କଣ ତାଙ୍କ ସମ୍ପର୍କ ? କଣ କହିଲେ ଐତିହାସିକ ? - TE Ravenshaw

ରେଭେନ୍ସା ପ୍ରସଙ୍ଗରେ ଶୂନ୍ୟକାଳରେ ବିଜେପି ବିଧାୟକ ଇରାଶିସ ଆଚାର୍ଯ୍ୟଙ୍କ ବିବୃତି-

ବିଧାନସଭା ଚାଲିଥିବା ବେଳେ ବ୍ୟୋମକେଶ ରାୟ ତାଙ୍କ ନିର୍ବାଚନ ମଣ୍ଡଳୀ ହୋଇନଥିବା ସତ୍ତ୍ୱେ କାହିଁକି ରେଭେନ୍ସା ଯାଇଥିଲେ । ଏଫଆଇଆର୍ ହୋଇଥିବା ସତ୍ତ୍ଵେ ଚାର୍ଜସିଟ ହୋଇନାହିଁ । ତଦନ୍ତ ହେଲେ ଜଣାପଡ଼ିବ । ଗୋଟିଏ କାଉଣ୍ଟର ଏଫଆଇଅର୍ ମଧ୍ୟ ହୋଇଛି । ବିଧାୟକ ଛାତିରେ ହାତ ରଖି କହି ପାରିବେ କି ଧମକ ଦେଇନାହାନ୍ତି ।

ପୂର୍ବରୁ ବିନା ଏଫଆଇଆରରେ ଲୋକଙ୍କୁ ଗିରଫ କରାଯାଉଥିଲା-

"ରେଭେନ୍ସା ନିଷ୍ଠୁରତାର ପ୍ରମାଣ ଦେଇଛନ୍ତି, ଜଣେ ଗଣ ହତ୍ୟାକାରୀ ରେଭେନ୍ସା । ଯାହାଙ୍କ ପାଇଁ ଓଡ଼ିଶାର ଏକ ତୃତୀୟାଂଶ ଲୋକ ମୃତ୍ୟୁ ବରଣ କରିଥିଲେ, 30 ଲକ୍ଷ ଲୋକ ମରିଥିଲେ । ଫକିର ମୋହନ ସେନାପତି ଉଲ୍ଲେଖ କରିଛନ୍ତି 30 ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ରେଭେନ୍ସା ଦାୟୀ । ରେଭେନ୍ସା ନଅଙ୍କ ଦୁର୍ଭିକ୍ଷ ସମୟରେ 70 ଦିନ ଛୁଟିରେ ଯାଇଥିଲେ । ରେଭେନ୍ସା ଭୁଲ ରିପୋର୍ଟ ଦେଇଥିଲେ ଓଡ଼ିଶାରେ ପର୍ଯ୍ୟାପ୍ତ ଧାନ ଚାଉଳ ମହଜୁଦ ଅଛି । ଯେଉଁଥିପାଇଁ ଦୁର୍ଭିକ୍ଷରେ ଲୋକ ମୃତ୍ୟୁବରଣ କଲେ । ସେତେବେଳେ ତଦନ୍ତ ରିପୋର୍ଟରେ 30 ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ରେଭେନ୍ସାଙ୍କୁ ଦାୟୀ କରାଯାଇଥିଲା । ମିଛ କଥାକୁ ନେଇ ବିବାଦ କରି ଛାତ୍ର ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି ବିଜେଡ଼ି । ରେଭେନ୍ସା କହିଥିଲେ, ଓଡ଼ିଆ ଜାତି ଠକ, ଅଳସୁଆ । ଏଭଳି ଲୋକଙ୍କୁ କେମିତି ଗର୍ବ ବୋଲି କହୁଛି ବିଜେଡ଼ି । ବୋଧେ ବିଜେଡ଼ି ଲୋକ ମାନେ ଏବେ ଯାଏଁ ସାମନ୍ତବାଦୀ ଚିନ୍ତାଧାରାରୁ ବାହାରି ନାହାନ୍ତି । ଆପଣ ମାନେ ଏ ପର୍ଯ୍ୟନ୍ତ ଭାବୁଛନ୍ତି ଯେ ସେ ତାମିଲ ଆସିବ ଓ ଶାସନ କରିବ," ବୋଲି କହିଛନ୍ତି ଇରାଶିସ ଆଚାର୍ଯ୍ୟ ।

ଏହା ବି ପଢନ୍ତୁ- ରେଭେନ୍ସା ନାଁ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି, ଶାସକ ବିରୋଧୀ ମୁହାଁମୁହିଁ - CONTROVERSY OVER RAVENSHAW NAME

ସେ ପୁଣି କହିଛନ୍ତି, କେନ୍ଦ୍ରମନ୍ତ୍ରୀ କହିଥିଲେ ଏ ପ୍ରସଙ୍ଗରେ ବିତର୍କର ଆବଶ୍ୟକତା ରହିଛି । ବିରୋଧୀ ବିଜେଡ଼ି ସଦସ୍ୟଙ୍କର ବୌଦ୍ଧିକ କ୍ଷମତା ନାହିଁ । ଯଦି ଦମ୍ ଅଛି, ବିରୋଧୀ ବିଜେଡ଼ି ବିତର୍କକୁ ଆସୁ, ଆମେ ଉତ୍ତର ଦେବା ପାଇଁ ପ୍ରସ୍ତୁତ ଅଛୁ ।

ନିଯୁକ୍ତି ସମସ୍ୟା ନେଇ ଗୃହରେ ଉଦବେଗ, ପ୍ରତି ଜିଲ୍ଲାରେ ଲ୍ୟାଣ୍ଡ ବ୍ୟାଙ୍କ ପ୍ରତିଷ୍ଠା ହେବ

ବିଭିନ୍ନ ଜିଲ୍ଲାରେ ଏଜେନ୍ସି ମାନେ ଆଉଟ ସୋରସିଂ କରୁଛନ୍ତି, ହେଲେ ସ୍ଥାନୀୟ ଲୋକଙ୍କୁ ମିଳୁନାହିଁ ନିଯୁକ୍ତି ,ଏନେଇ ଗୃହରେ ଉଦ୍ବେଗ ପ୍ରକାଶ କଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ । ଏହାର ଉତ୍ତର ରଖି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି ଯେ ନିଯୁକ୍ତି ସମସ୍ୟ କୁ ଦୂର କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି । ସମସ୍ତଙ୍କ ସହଯୋଗ ର ଆବଶ୍ୟକତା ରହିଛି । ପ୍ରତ୍ୟକ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବା ପାଇଁ ଚେଷ୍ଟା କରିବା ଦରକାର । ଯୋଉଁଠି ଅସୁବିଧା ଉପୁଜୀବ ,ମୋ ସହ କଥା ହେବେ ଶିଳ୍ପ ବିଭାଗ ସେଠି ହସ୍ତକ୍ଷେପ କରି ନିଯୁକ୍ତି ସମସ୍ୟାର ସମାଧାନ କରାଯିବ । ସେହିପରି ସବୁ ଜିଲ୍ଲାରେ ଲ୍ୟାଣ୍ଡ ବ୍ୟାଙ୍କ ପ୍ରତିଷ୍ଠା ହେବ।ଯେଉଁ ଅଂଚଳରେ ବୃହତ ସରକାରୀ ଖାଲି ଜମି ଅଛି ସେଠାରେ ଅଧିକ ରୁ ଅଧିକ msme ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବ।ସବୁ ଜିଲ୍ଲାରେ iti କଲେଜ ଖୋଲାଯାଉଛି।

ଲକ୍ଷ୍ମୀ ବସ ଚଳାଚଳରେ ୧୦ ମାସରେ ୩୭୪ କୋଟି କ୍ଷତି-

ସଂସ୍ଥାମାନଙ୍କୁ ୧୫୦ କିଲୋମିଟର ହିସାବରେ ଟଙ୍କା ଦିଆଯାଉଛି । ବିଧାନସଭାର ଶୂନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ । ପ୍ରସଙ୍ଗ ଉଠାଇ ବିଜେପି ବିଧାୟକ ବିଭୂତି ପ୍ରଧାନ କହିଛନ୍ତି, "ଲକ୍ଷ୍ମୀ ବସ ଚଳାଚଳରେ ୧୦ ମାସରେ ୩୭୪ କୋଟି ଟଙ୍କା କ୍ଷତି ହୋଇଛି । ସଂସ୍ଥା ମାନଙ୍କୁ ୧୫୦ କିଲୋମିଟର ହିସାବରେ ଟଙ୍କା ଦିଆଯାଉଛି । ନିର୍ବାଚନ ସମୟରେ ଘରୋଇ ବସ ବ୍ୟବହାର ପାଇଁ ୪ ହଜାର ଟଙ୍କା ସରକାରୀ ତହବିଲରୁ ଦିଆ ଯାଇଥିବା ବେଳେ ଲକ୍ଷ୍ମୀ ବସ ପାଇଁ ୧୪ ହଜାର ଟଙ୍କା ଦିଆ ଯାଇଛି । ଏକା କାମ ପାଇଁ ଲକ୍ଷ୍ମୀ ବସକୁ ଏତେ ଟଙ୍କା କେମିତି ଦିଆଗଲା । ଏହି ଲକ୍ଷ୍ମୀ ବସ ଯୋଜନା କୁ ବନ୍ଦ କରି ଯେଉଁ ବିଛିନ୍ନଅଞ୍ଚଳରେ ଯେଉଁଠି ଆବଶ୍ୟକତା ରହିଛି ସେଠି ବସ ଚଳାଯାଉ । ସେହିପରି ଲକ୍ଷ୍ମୀ ବସ ଷ୍ଟାଣ୍ଡରେ ଗୋଟେ କାନ୍ଥ ପାଇଁ ୫ ଲକ୍ଷ ଟଙ୍କା ଦିଆଯାଇଛି । ଯେତେବେଳେ କି ପ୍ରଧାନମନ୍ତ୍ରୀ ଆବାସ ରେ ଘର ଟିଏ କରିବା ପାଇଁ ଦେଢ଼ ଲକ୍ଷ ଦିଆଯାଉଛି ।" ଏହା ସହିତ ବସ ଷ୍ଟାଣ୍ଡରେ ଦୁଇ ଜଣ ମହିଳା ଶଙ୍ଖ ଫୁଙ୍ଖୁ ଥିବାର ଚିତ୍ର ରହିଛି । ଏହା କେମିତି ମାଆକୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ବିଭୂତି ପ୍ରଧାନ ।

ବିଧାନସଭାରେ ଉଠିଲା ଏସବୁ ପ୍ରସଙ୍ଗ:

ରାଜ୍ୟରେ ଖାଲି ପଡିଛି 30 ହଜାର 540 ପ୍ରାଥମିକ ଶିକ୍ଷକ ପଦବୀ:

ରାଜ୍ୟରେ 1 ଲକ୍ଷ 35 ହଜାର 656 ମଂଜୁର ପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ଏତିକି ଖାଲି ପଡିଛି । ସର୍ବାଧିକ ଗଞ୍ଜାମ ଜିଲ୍ଲାରେ 4 ହଜାର 283 ପଦବୀ ଖାଲି ରହିଛି । ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟରେ 2798 ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକରେ 2372 ପଦବୀ ଖାଲି ରହିଛି । ଏବେ 16 ହଜାର 10 ପ୍ରାଥମିକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି । ବିଧାୟକ ଚକ୍ରମଣୀ କହଁରଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ।

5T ହାଇସ୍କୁଲ ରୂପାନ୍ତିକରଣରେ ବିଜେଡି ସରକାର ଖର୍ଚ୍ଚ କରିଛନ୍ତି 3 ହଜାର 87 କୋଟି 35 ଲକ୍ଷ:

ଫାଇଭ-ଟି ହାଇସ୍କୁଲ ରୂପାନ୍ତିକରଣରେ ବିଜେଡି ସରକାର ଖର୍ଚ୍ଚ କରିଛନ୍ତି 3 ହଜାର 87 କୋଟି 35 ଲକ୍ଷ । ଦୁର୍ନୀତି ନଜରକୁ ଆସିଲେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟରେ 6 ହଜାର 564ଟି ହାଇସ୍କୁଲ ରୁପାନ୍ତିକରଣରେ ଖର୍ଚ୍ଚ ହୋଇଛି ଏହି ଟଙ୍କା । ଫାଇଭ ଟି ସ୍କୁଲରେ ଦୁର୍ନୀତି ନଜରକୁ ଆସିଲେ ତଦନ୍ତ ହେବ କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ମାନସ ଦତ୍ତ । ଲିଖିତ ଭାବେ ଉତ୍ତର ଦେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଦୁର୍ନୀତି ନଜରକୁ ଆସିଲେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।

ଗତ ୫ ବର୍ଷ ମଧ୍ୟରେ ୫୭୨ ଆଦିବାସୀ ଛାତ୍ରୀ ଓ ମହିଳା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ନିର୍ଯାତନା ନିବାରଣ ଆଇନ ଅନ୍ତର୍ଗତ ଦୁଷ୍କର୍ମର ଶିକାର ହୋଇଛନ୍ତି । ଏଥି ମଧ୍ୟରୁ ୫୦୯ ମାମଲାର ଚାର୍ଜସିଟ ଦାଖଲ ହୋଇଥିବା ବେଳେ ୩୧ମାମଲାର ଫଇସଲା ହୋଇଛି ଓ ୩୧ମାମଲା ତଦନ୍ତାଧିନ ଅଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ଗତ 5 ବର୍ଷ ମଧ୍ୟରେ କେତେଜଣ ଆଦିବାସୀ ଛାତ୍ରୀ ଓ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । କେତୋଟି ମାମଲା ପଞ୍ଜିକୃତ ହୋଇଛି । ବର୍ତମାନ ସୁଦ୍ଧା ମାମଲା ଗୁଡିକର ସ୍ଥିତି କଣ ରହିଛି । ବରିଷ୍ଠ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଗୃହରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି ।

Last Updated : Sep 6, 2024, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.