ETV Bharat / state

ହରିବଳଦେବ ଜୀଉଙ୍କ ରଥଯାତ୍ରା; ମାଉସୀ ମା’ ମନ୍ଦିରରେ ତାଳଧ୍ୱଜ ଓ ବାଟରେ ଅଟକିଲେ ଦର୍ପଦଳନ, କାଲି ଗଡ଼ିବ ନନ୍ଦିଘୋଷ - Rath yatra In Baripada

Shri Hari Baladev Jew Rath Yatra 2024: ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା । ପ୍ରଥମ ଦିନରେ ପ୍ରବଳ ଜନସମାଗମ । ମାଉସୀ ମା’ ମନ୍ଦିରରେ ତାଳଧ୍ୱଜ ଓ ବାଟରେ ଅଟକିଲେ ଦର୍ପଦଳନ । ମଙ୍ଗଳବାର ଗଡ଼ିବ ନନ୍ଦିଘୋଷ । ସୁଭଦ୍ରାଙ୍କ ରଥ ଟାଣିଲେ ଉପ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 8, 2024, 9:40 PM IST

Shri Hari Baladev Jew Bije
Shri Hari Baladev Jew Bije (ETV Bharat Odisha)

ରାଇରଙ୍ଗପୁର: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରାର ପ୍ରଥମ ଦିନରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଏଠାରେ ରଥଯାତ୍ରା 2 ଦିନ ଧରି ଅନୁଷ୍ଠିତ ହେଇଥାଏ । ତିନି ଠାକୁରଙ୍କୁ ରବିବାର ରଥକୁ ପହଣ୍ଡି କରି ରଥାରୁଢ଼ କରାଯାଇ ଥିବା ବେଳେ ସୋମବାର ଓ ମଙ୍ଗଳବାର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଶ୍ରୀଶ୍ରୀ ହରିବଳଦେଵ ଜୀଉଙ୍କ ରଥଯାତ୍ରା ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହେବା ପରେ ଆଜି ଅପରାହ୍ନ ନିର୍ଦ୍ଧାରିତ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ମାଉସୀ ମା’ଙ୍କ ମନ୍ଦିର ନିକଟରେ ପହଞ୍ଚି ଥିବା ବେଳେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ଅଧାବାଟ (ଟାଉନ ଥାନା) ନିକଟରେ ଅଟକିଛି । ଆସନ୍ତାକାଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷଙ୍କ ରଥଟଣା ଆରମ୍ଭ ହୋଇ ସୁଭଦ୍ରାଙ୍କ ରଥ ସହିତ ମାଉସୀ ମା' ମନ୍ଦିରରେ ପହଞ୍ଚିବ । ବିଶେଷ କରି ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିବାର ସୁଯୋଗ ପାଇଥାନ୍ତି । ଯାହା ସମଗ୍ର ନାରୀଶକ୍ତିକୁ ସମ୍ମାନ ଦେଇ କେଉଁ ଆବାହମାନ କାଳରୁ ଆଜି ପର୍ଯ୍ୟନ୍ତ ଏହି ପରମ୍ପରା ଉଦଜୀବିତ ହୋଇରହିଛି । ଚଳିତ ବର୍ଷ ମହିଳାଙ୍କ ଦ୍ବାରା ରଥଟଣା ୫୦ ବର୍ଷରେ ପହଞ୍ଚି ଥିବାରୁ ସମସ୍ତେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ । ଉପମୁଖ୍ୟମନ୍ତୀ ପ୍ରଭାତୀ ପରିଡା ମହିଳା ଭକ୍ତଙ୍କ ସହିତ ସାମିଲ ହୋଇ ରଥ ଟାଣି ଥିଲେ ।

ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ପରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ ରାଜରୂପା ବେଶ ଅନୁଷ୍ଠିତ ହେବା ସହିତ ଭକ୍ତଙ୍କ ଭିଡ ଲାଗିଥିଲା । ସେହିପରି ସୋମବାର ରଥଟଣା ପର୍ଯ୍ୟନ୍ତ ତିନି ରଥରେ ଭକ୍ତଙ୍କ ଭିଡ଼ ଲାଗିଥିବା ବେଳେ ଅପରାହ୍ନ ୨ଟା ୩୦ ମିନିଟରେ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଥିଲା । ଜିଲ୍ଲା ଓ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଲକ୍ଷାଧିକ ଭକ୍ତ ରଥଯାତ୍ରାରେ ସାମିଲ ହୋଇଥିଲେ । ରଥଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ସମସ୍ତ ବ୍ୟବସ୍ଥା କରାଯାଇଛି । ରଥ ଟଣା ସମୟରେ ପାଗ କୋହଲା କରିଥିବା ବେଳେ ଶ୍ରଦ୍ଧାର ସହ ଶ୍ରଦ୍ଧାଳୁମାନେ ରଥ ଟାଣି ନେଇଥିଲେ । ଭକ୍ତଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟ ଜଳ, ଜଳ ଛିଞ୍ଚନ ଆଦି ବ୍ୟବସ୍ଥା କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ସମସ୍ତ ବ୍ୟବସ୍ଥା କରାଯାଇଛି ।

ସେପଟେ ବଡ଼ଦାଣ୍ଡରେ ଯାନବାହାନ ଚଳାଚଳରେ କଟକଣା ଜାରି କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ମନ୍ଦିର ନିକଟରେ ଅସ୍ଥାୟୀ ଫାଣ୍ଡି ସହ ପୋଲିସ ଅଧିକାରୀ ସହିତ ଫୋର୍ସ ମୁତୟନ ହୋଇଥିଲେ । ବାରିପଦା ସହର ତଥା ସହର ଉପକଣ୍ଠର ଦେକାନ ବଜାର ଠାରୁ ଆରମ୍ଭ କରି ସରକାରୀ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ଆଦି ଅପରାହ୍ନରେ ପ୍ରାୟତଃ ବନ୍ଦ ହୋଇଥିଲା । ସମସ୍ତେ ବଡ଼ଦାଣ୍ଡ ଅଭିମୁଖେ ରଥ ଟାଣିବା ପାଇଁ ଯାଉଥିବା ଦେଖିବାକୁ ମିଳିଥିଲା । ରଥକୁ ଭକ୍ତମାନେ ଘଣ୍ଟ ଘଣ୍ଟା, ହୁଳହୁଳି ଓ ସଂକୀର୍ତ୍ତନ ଧ୍ୱନୀରେ ଦଉଡିକୁ ଆନନ୍ଦର ସହ ଟାଣି ନେଇଥିଲେ । ଏସପି ଏସ. ସୁଶ୍ରୀଙ୍କ ସହିତ ମହିଳା ପୋଲିସ, ମହିଳା ସ୍କାଉଟ୍ ଆଣ୍ଡ ଗାଇଡ ଓ ମହିଳା ଏନ୍‌ଏସ୍‌ଏସ୍‌ର ସଦସ୍ୟାମାନଙ୍କ କର୍ଡ଼ନ ବା ସୁରକ୍ଷା ବଳୟରେ ମହିଳାମାନେ ମା' ସୁଭଦ୍ରାଙ୍କ ରଥକୁ ଟାଣି ନେଇଥିଲେ ।

ତେବେ ୧୯୭୫ ମସିହା ଠାରୁ ଚାଲିଥିବା ଏହି ପରମ୍ପରା ପାଇଁ ବାରିପଦା ରଥଯାତ୍ରାରେ ମହିଳା ଭକ୍ତଙ୍କ ସଂଖ୍ୟା ଅଧିକ ହୋଇଥାଏ । ସୋମବାର ୫୦ ହଜାରରୁ ଅଧିକ ମହିଳା ଭକ୍ତଙ୍କ ସମାଗମ ଏହାକୁ ପ୍ରମାଣିତ କରିଥିଲା । ସୁଭଦ୍ରାଙ୍କ ରଥ ଟାଉନ ଥାନା ପାଖରେ ପରମ୍ପରା ଅନୁଯାୟୀ ଅଟକି ଥିଲା । ମଙ୍ଗଳବାର ଅପରାହ୍ନରେ ପ୍ରଥମେ ମହିଳାମାନେ ଏହି ରଥକୁ ଟାଣି ମାଉସୀ ମା’ଙ୍କ ମନ୍ଦିର ନିକଟରେ ପହଞ୍ଚାଇବା ପରେ ଜଗନ୍ନାଥଙ୍କ ରଥଯାତ୍ରା ଆରମ୍ଭ ହେବ । ରଥର ସୁରକ୍ଷା ପାଇଁ ପୋଲିସ ବାହିନୀ ଦ୍ୱାରା ରଥର ଚାରିପଟେ ତ୍ରିସ୍ତରୀୟ କର୍ଡନ କରାଯାଇଛି । କର୍ଡନ ଭିତରେ ପୋଲିସ କର୍ମଚାରୀ ଓ ଅଧିକାରୀମାନେ ରଥ ଦଉଡି ଟାଣିଥିବା ବେଳେ କର୍ଡନ ବାହାରେ ଭକ୍ତମାନେ ଟାଣିଥିଲେ । ଶାନ୍ତିପୂର୍ଣ୍ଣ ଭାବେ ରଥଟଣା କାର୍ଯ୍ୟ ସମାପନ ପାଇଁ ପୋଲିସ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ବଡଦାଣ୍ଡ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଛକ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଶରଧାବାଲିରେ ଲାଗିଲା ତିନିରଥ, କାଲି ଆଡପ ମଣ୍ଡପ ବିଜେ - lord jagannath rath yatra 2024

ରଥଟଣାରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାଙ୍ଗିରିପୋଷି ବିଧାୟକ ସଞ୍ଜଳି ମୁର୍ମୁ, ସାରସକଣା ବିଧାୟକ ଭାଦବ ହାଁସଦା, ଉପନଗରପାଳ ସୀମା ଦାସ, ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ ସମେତ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ତିନି ଦିଅଁ ନିଜ ନିଜ ରଥରେ ପୂଜା ପାଉଥିବା ବେଳେ ଭକ୍ତଙ୍କ ଗହଳି ଲାଗିଛି । ମଙ୍ଗଳବାର ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ ପହଞ୍ଚିବା ପରେ ସମସ୍ତ ଦିଅଁ ପହଣ୍ଡିରେ ମାଉସୀ ମା’ଙ୍କ ମନ୍ଦିରକୁ ଯିବେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.