ETV Bharat / state

ଆସିଛି ରଜ: ଶିଶୁଗୃହ ଓ ଜରାଶ୍ରମରେ ରଜ ପାଳିଲେ ଅନ୍ତେବାସୀ - Raja celebration in orphanages - RAJA CELEBRATION IN ORPHANAGES

Raja 2024: ରାଜ୍ୟରେ ବାରମାସରେ ୧୩ ପର୍ବରୁ ରଜ ଅନ୍ୟତମ । ଢେଙ୍କାନାଳରେ ଶିଶୁଗୃହ ଓ ଜରାଶ୍ରମରେ ମଧ୍ୟ ରଜ ପାଳିଲେ ଅନ୍ତେବାସୀ । ଅଧିକ ପଢନ୍ତୁ

ଆସିଛି ରଜ: ଶିଶୁଗୃହ ଓ ଜରାଶ୍ରମରେ ମଧ୍ୟ ରଜ ମାହୋଲ
ଆସିଛି ରଜ: ଶିଶୁଗୃହ ଓ ଜରାଶ୍ରମରେ ମଧ୍ୟ ରଜ ମାହୋଲ (ETV Bharat Odisha)
author img

By ETV Bharat Odisha Team

Published : Jun 15, 2024, 5:01 PM IST

ଢେଙ୍କାନାଳ: ରାଜ୍ୟରେ ବାରମାସରେ ୧୩ପର୍ବ ପାଳନ କରାଯାଏ । ଏସବୁ ମଧ୍ୟରେ ଓଡ଼ିଆ ପରମ୍ପରାରେ ରଜ ଉତ୍ସବ ଏକ ନିଆରା ପର୍ବ । ଆଉ ପ୍ରତି ଓଡ଼ିଆ ଏହି ରଜ ଉତ୍ସବକୁ ବେଶ ଆନନ୍ଦ ଉଲ୍ଲାସରେ ୩ ଦିନ ଧରି ଧୂମଧାମରେ ପାଳନ କରିଥାନ୍ତି । ଘରେ ଘରେ ପିଠା ପଣାର ଆସର ଜମେ । ଆଉ ନୂଆ ଜମାପଟା ପିନ୍ଧି ପାଦରେ ଅଳତା ଓ ହାତରେ ନୂଆ ଚୁଡ଼ି ସାଙ୍ଗକୁ ପାଟିରେ ଖିଲି ପାନ ପକାଇଦେଇ ଝିଅମାନେ ଦୋଳି ପାଖରେ ଆସର ଜମାଇଥାନ୍ତି । ତାସ, ପୁଚି ଓ ଦୋଳି ଖେଳରେ ତିନିଦିନ ଧରି ବେଶ ହସ ଖୁସିର ମାହୋଲରେ ବୁଡି ରୁହନ୍ତି ।

ଆସିଛି ରଜ: ଶିଶୁଗୃହ ଓ ଜରାଶ୍ରମରେ ମଧ୍ୟ ରଜ ମାହୋଲ (ETV Bharat Odisha)

କହିବାକୁ ଗଲେ ରଜ ଉତ୍ସବରେ ଉତ୍ସବମୁଖର ହୋଇ ଉଠିଛି ସାରା ଓଡିଶା । ଆଉ ତିନିଦିନ ଧରି ଉତ୍ସବର ମହଲରେ ମସଗୁଲ ହୋଇ ଉଠିଛନ୍ତି ପ୍ରତି ଓଡ଼ିଆ । ଏସବୁ ଭିତରେ କିନ୍ତୁ ନିଜ ପରିବାରକୁ ହରାଇ ତ ଆଉ କିଏ ପରିବାରଠାରୁ ଦୂରେଇ ନିଃସଙ୍ଗ ଜୀବନ ବିତାଉଥିବା ମଣିଷମାନଙ୍କ ପାଇଁ ସତେ ଯେମିତି ଏହି ଉତ୍ସବ ଏକ ଉପହାସ କରୁଛି । ମାତ୍ର ଏମାନଙ୍କ ମନରୁ ଏପରି ସଂଗତି ଦୂର କରିବାକୁ ଢେଙ୍କାନାଳରେ ଆୟୋଜିତ ହୋଇଛି ଏକ ନିଆରା ରଜ ଉତ୍ସବ ।

ମନରେ ରହିଛି ଅନେକ ଅବଶୋଷ । ତଥାପି ହସ ଖୁସିର ମାହୋଲରେ ନିଜକୁ ହଜାଇ ଦେଇଛନ୍ତି । ନୂଆ ଜାମାପଟା ପିନ୍ଧି ପାଦରେ ଅଳତା ନାଇ କୁରୁଳି ଉଠିଛି କୁଆଁରୀ ଜୀବନ । କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧାଙ୍କ ଯାଏଁ । ପାଟିରେ ଖିଲିପାନ ସାଙ୍ଗକୁ ତାସ, ଲୁଡୁ, ପୁଚି ଓ ଦୋଳିର ଆସର ସମସ୍ତଙ୍କୁ କରିଦେଇଛି ଆସକ୍ତି । ଭୁଲି ଯାଇଛନ୍ତି ନିଜକୁ । ଭୁଲାଇ ଦେଇଛି ନିଜ ନିଃସଙ୍ଗ ଜୀବନର ବେଦନା । ଆଉ ପରିବାରର ବିଚ୍ଛେଦର ବିରହ । ଏପରି ମାହୋଲ ଦେଖିବାକୁ ମିଳିଛି ଢେଙ୍କାନାଳର ମହର୍ଷି ଦୟାନନ୍ଦ ସରସ୍ୱତୀ ସର୍ଭିସ ମିଶନ ନାମକ ଏକ ସ୍ୱଚ୍ଛାସେବୀ ଅନୁଷ୍ଠାନ ପରିଚାଳିତ କଣ୍ଟେଇକୋଳିଆସ୍ଥିତ ଏହି ଶିଶୁଗୃହ ଓ ଜରାଶ୍ରମର ପରିସରରେ ।

ଏଠାରେ ସ୍ୱତନ୍ତ୍ର ଭାବେ ଆୟୋଜିତ ହୋଇଛି ନିଆରା ରଜ ଉତ୍ସବ । ଆଉ ଏହି ଉତ୍ସବର ମାହୋଲ ବେଶ ନିଆରା ଅନୁଭବ ଆଣୁଛି । ଏହି ଆଶ୍ରମର ଅନ୍ତେବାସୀଙ୍କୁ ନେଇ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ତିନି ଦିନ ଧରି ଆୟୋଜିତ ହୋଇଛି ରଜ ଉତ୍ସବ । ଏହି ଅନୁଷ୍ଠାନର ଆଶ୍ରମରେ ପରିବାରକୁ ହରାଇ କିଏ ନିଃସଙ୍ଗ ଜୀବନ ବିତାଉଛନ୍ତି ତ ଆଉ କିଏ ନିଜ ପରିବାର ଠାରୁ ବହୁ ଦୂରରେ । ଆଉ କିଏ ନିଜ ପରିବାର କଣ ଜାଣି ନାହାନ୍ତି । ଶିଶୁଗୃହର ଏପରି କୁନି କୁନି ପିଲା ଓ ଜରାଶ୍ରମ ରବୃଦ୍ଧ ବୃଦ୍ଧା ସମସ୍ତେ ଏହି ରଜ ଉତ୍ସବକୁ ବେଶ ଆନନ୍ଦ ଓ ଉତ୍ସାହର ସହିତ ନିଜକୁ ସାମିଲ କରୁଥିବା ଦେଖିବାକୁ ମିକିଛି । ଏଥିପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ଏକ କ୍ବିଣ୍ଟାଲ ଓଜନର ପୋଡ଼ପିଠା । ଆଉ ଆଶ୍ରମ ପରିସରରେ ଦୋଳି, ମିଠାପାନ, ତାସ ପାଲି ଆସି ଆସର ମେଳିଛି ।

ଆଶ୍ରମ ଅନ୍ତେବାସୀମାନଙ୍କୁ ନେଇ ପୁଚି, ଲୁଡୁ, ତାସ ଓ ଦୋଳିର କରାଯାଉଛି ପ୍ରତିଯୋଗିତା । ଯାହାକି ଆଶ୍ରମ ଅନ୍ତେବାସୀଙ୍କ ମନର ଦୁଃଖ, ଅବଶୋଷକୁ ଭୁଲାଇ ଉତ୍ସବର ମାହୋଲରେ ମସଗୁଲ କରିଦେଇଛି । ଏହି ଉତ୍ସବ ଅବସରରେ ଅବସରପ୍ରାପ୍ତ ଭିଜିଲାନ୍ସ ଜର୍ଜ ତଥା ସାହିତ୍ୟିକ ଭିକାରୀ ଚରଣ ରାଉତଙ୍କ ସମେତ ଉତ୍ତରାଖଣ୍ଡ ରାଜ୍ୟର ବିଶିଷ୍ଟ ସହିତ୍ୟିକ ପ୍ରଫେସର ମାଧୁରୀ ଆରିୟା ପ୍ରମୁଖ ଅତିଥି ଭାବେ ପୋଡ଼ ପିଠାକୁ କାଟି ସମସ୍ତଙ୍କୁ ବାଣ୍ଟିଛନ୍ତି । ଏହି ଆଶ୍ରମ ଅନ୍ତେବାସୀଙ୍କ ସହ ନିଜକୁ ଉତ୍ସବରେ ସାମିଲ କରି ବେଶ ଗର୍ବିତ ହୋଇପଡିଛନ୍ତି । ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନର ଏପରି ପ୍ରାୟସ ଆଶ୍ରମ ଅନ୍ତେବାସୀଙ୍କ ପାଇଁ ଆଣି ଦେଉଛି ଜୀବନର ନୂଆ ଅନୁଭୂତି । ଆଉ ନିଜ ଜୀବନର ପରିବାର ବିଚ୍ଛେଦ ଠାରୁ ଆରମ୍ଭ କରି ନିଃସଙ୍ଗ ଜୀବନର ସବୁ ଦୁଃଖକଷ୍ଟକୁ ଭୁଲାଇ ଦେଉଥିବାରୁ ବେଶ ଉତ୍ସାହିତ ହୋଇପଡିଛନ୍ତି ଆଶ୍ରମ ଅନ୍ତେବାସୀ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.