ETV Bharat / state

ଓଡ଼ିଶାରୁ 30 ଲକ୍ଷ ଦାଦନ, ଓଡ଼ିଶାକୁ ଲୁଟୁଛନ୍ତି 30 କୋଟିପତି: ରାହୁଲ ଗାନ୍ଧୀ - Rourkela

Congress Bharat Jodo Nyay Yatra: ଓଡ଼ିଶାରେ ଚାଲିଛି କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା। ସୁନ୍ଦରଗଡ଼ରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ କଟାକ୍ଷ "ଓଡ଼ିଶାର 30 ଲକ୍ଷ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି, 30 କୋଟିପିତି ବାହାରୁ ଆସି ଓଡ଼ିଶାକୁ ଲୁଟୁଛନ୍ତି ।" ଅଧିକ ପଢନ୍ତୁ

Congress Bharat Jodo Nyay Yatra
ଭାରତ ଯୋଡ ନ୍ୟାୟ ଯାତ୍ରା
author img

By ETV Bharat Odisha Team

Published : Feb 7, 2024, 2:49 PM IST

ଭାରତ ଯୋଡ ନ୍ୟାୟ ଯାତ୍ରା

ରାଉରକେଲା: '30 ଲକ୍ଷ ଲୋକେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । 30 ଜଣ କୋଟିପତି ରାଜ୍ୟକୁ ଲୁଟୁଛନ୍ତି । ଓଡ଼ିଶାରେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଏଭଳି କଟାକ୍ଷ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । 'ରାଉରକେଲାଠାରେ ଏକ ବିଶାଳ ରୋଡ ଶୋ କରିବା ସହ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ରାଜ୍ୟରେ ଅଣ ଓଡ଼ିଆମାନେ ରାଜନୀତିରେ ସକ୍ରିୟ ଥିବା ବେଳେ ନାଁ ନନେଇ ସେମାନଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ।

ଆଜି(ବୁଧବାର) ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ। ସୁନ୍ଦରଗଡ଼ରେ ଚାଲିଛି ଭାରତ ଯୋଡ଼ ନ୍ୟାୟ ଯାତ୍ରା । କଂଗ୍ରେସ ପତାକା ଓ ରାହୁଲ ଗାନ୍ଧୀଙ୍କ ପୋଷ୍ଟରରେ ଛାଇ ଯାଇଛି ରାସ୍ତା ଘାଟ । ରାଉରକେଲାରେ ଏକ ବିଶାଳ ରୋଡ ଶୋ କରିବା ସହ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

ସେ ରାଜ୍ୟରେ ବେକାରୀ ସମସ୍ୟା, ଦାଦନ ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି । " ଓଡ଼ିଶାରୁ 30 ଲକ୍ଷ ଲୋକେ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି । ଆଉ ରାଜ୍ୟରେ 30 ଜଣ କୋଟିପତି ରାଜ୍ୟକୁ ଆସି ଲୁଟିବାରେ ଲାଗିଛନ୍ତି ।" ରାହୁଲ ଗାନ୍ଧୀ ଶାଣିତ ସ୍ୱରରେ ରାଜ୍ୟ ରାଜନୀତିରେ ସକ୍ରିୟ ଥିବା ଅଣଓଡ଼ିଆମାନଙ୍କୁ ଟାର୍ଗେଟ କରିଛନ୍ତି । ଏଠାରେ ବିଜେପି ଓ ବିଜେଡିର ପାର୍ଟନରସିପ ଚାଲିଛି ବୋଲି କହିଛନ୍ତି କଂଗ୍ରେସ ସାଂସଦ । ଓଡ଼ିଶାରେ ଆଦିବାସୀ, ପଛୁଆ ବର୍ଗ ଓ ଦଳିତମାନଙ୍କ ଉପରେ ଅତ୍ୟାଚାର କରାଯାଉଛି ବୋଲି କହିଛନ୍ତି ରାହୁଲ ।

ଏହି ଅବସରରେ ସେ କହିଛନ୍ତି," ବେରୋଜଗାରୀ ରୋଗ ସାରା ଦେଶରେ ବ୍ୟାପି ଚାଲିଛି । ସମସ୍ତ ରାଜ୍ୟ ଏହି ରୋଗୀରେ ପୀଡିତ ଅଟନ୍ତି । ଓଡ଼ିଶାରେ 40 ପ୍ରତିଶତ ଯୁବଗୋଷ୍ଠୀ ପାଠ ପଢା ଓ ରୋଜଗାରଠାରୁ ଦୂରରେ ରହିଛନ୍ତି । 1 ଲକ୍ଷରୁ ଅଧିକ ସରକାରୀ ପଦବୀ ଖାଲି ପଡ଼ିଛି । ଲକ୍ଷ ଲକ୍ଷ ଯୁବକ ଚାକିରି ଖୋଜୁଛନ୍ତି । ଓଡ଼ିଶାର 30 ଲକ୍ଷରୁ ଅଧିକ ଯୁବକ ଚାକିରି ପାଇଁ ଅନ୍ୟ ରାଜ୍ୟରେ ବୁଲୁଛନ୍ତି । ମୋଦିଙ୍କ ବନ୍ଧୁ ନବୀନ ପଟ୍ଟନାୟକ ବାହାରୁ ଆସିଥିବା 30 କୋଟିପତି ଉଦ୍ୟୋଗପତି ରାଜ୍ୟର ରାଜସ୍ୱ ଲୁଟୁଛନ୍ତି । ରେଳ, ପୋର୍ଟ, ଏୟାରପୋର୍ଟ ସମେତ କଂଗ୍ରେସ ଦ୍ୱାରା ନିର୍ମାଣ କରାଯାଇଥିବା ଦେଶର ବଡ ବଡ PSUs ଆଜି ମୋଦିଙ୍କ 'ବନ୍ଧୁନୀତି' ଯୋଗୁଁ ବିକ୍ରି ହୋଇଯାଉଛି ।

ଏହାମଧ୍ୟ ପଢନ୍ତୁ.. ରାଜ୍ୟରେ ଚାଲିଛି ବିଜେଡି-ବିଜେପି ପାର୍ଟନରସିପ୍ ସରକାର: ରାହୁଲ ଗାନ୍ଧୀ

ଆଗାମୀ ନିର୍ବାଚନକୁ ଆଉ କିଛିଟା ମାସ ବାକି ରହିଥିବା ବେଳେ ଓଡ଼ିଶାରେ ଚାଲିଛି ଭାରତ ଯୋଡ ନ୍ୟାୟ ଯାତ୍ରା । ରାହୁଲ ଗାନ୍ଧୀ, ଜୟରାମ ରମେଶ, କହ୍ନେୟା କୁମାର ଭଳି ଜାତୀୟ ନେତାମାନେ ରାଜ୍ୟରେ କଂଗ୍ରେସକୁ ଆହୁରି ବଳ ଦେଇଛନ୍ତି । ଆଜି ସୁନ୍ଦରଗଡରୁ ଝାରସୁଗୁଡା ଯିବ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ସେଠାରେ ସାଧାରଣ ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ଏହାପରେ ରାହୁଲ କୁତ୍ରା ଅଭିମୁଖେ ବାହାରି ବଡ଼ଗାଁ ଦେଇ ସୁନ୍ଦରଗଡ଼ ସହରରେ ପହଞ୍ଚିବେ ଏବଂ 4ଟା 30 ବେଳେ ସୁନ୍ଦରଗଡ ବସଷ୍ଟାଣ୍ଡରୁ ପଦଯାତ୍ରାରେ ବାହାରି ଏସବିଆଇ ଛକ ଦେଇ ଏକ ସାଧାରଣ ସଭାରେ ସୁନ୍ଦରଗଡ଼ଠାରେ ମଧ୍ୟ ଯୋଗ ଦେବେ ଏବଂ ଏହାପରେ ଝାରସୁଗୁଡା ଅଭିମୁଖେ ଯିବେ ଏବଂ ସେଠାରେ ରାତ୍ରିଯାପନ କରିବେ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.