ETV Bharat / state

ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି; 4 ଘଣ୍ଟା ବନ୍ଦ ଜଗା ଦର୍ଶନ - Rahu Rekha Lagi ritual

author img

By ETV Bharat Odisha Team

Published : Aug 24, 2024, 10:00 AM IST

Puri Srimandir today public darshan at the Srimandir to remain suspended for 4 hours from 2 PM to 6 PM: ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଆଜି 4 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଆଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ପୁରୀ: ଆଜି ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥି ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୨ଟା ଠାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଠାକୁରମାନଙ୍କର ରାହୁରେଖା ଲାଗି ହୋଇଥାଏ । ବିଗ୍ରହ ମାନଙ୍କର ଶ୍ରୀମୁଖର ଚତୁଃପାର୍ଶ୍ଵରେ ସ୍ପର୍ଶ ନିର୍ମିତ ଏକ ବଳୟ ପଟିକୁ ରାହୁରେଖା କୁହାଯାଏ ।

ଏହା ବି ପଢନ୍ତୁ- ଶେଷ ହେଲା ରତ୍ନଭଣ୍ଡାରରୁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର, ଓଡ଼ିଶାବାସୀ ଘରେ ଦୀପ ଜାଳିବା ପାଇଁ କାହିଁକି କହିଲେ ଜଷ୍ଟିସ ବିଶ୍ୱନାଥ ରଥ - RatnaBhandar Empty Containers

ଉକ୍ତ ଦିନ ଗୋପାଳବଲ୍ଲଭ ଭୋଗ ବଢିବା ପରେ ତଢ଼ାଉ କରଣ ଓ ଦେଉଳକରଣ ଭଣ୍ଡାର ମେକାପ ଙ୍କୁ କହି ଭଣ୍ଡାରରୁ ମୁଦ ହୋଇ ରହିଥିବା ସୁବର୍ଣ୍ଣ ରାହୁରେଖା ବାହାର କରି ଆଣିଥାନ୍ତି। ବେହେରଣ ଦ୍ୱାର ନିକଟରେ ଥିବା ଶ୍ରୀମନ୍ଦିର ବଣିଆ ସେବକ ଉକ୍ତ ରାହୁରେଖାକୁ ମାଜି ସଫା କରିଥାନ୍ତି । ଭୋଗମଣ୍ଡପ ନୀତି ବଢିବା ପରେ ପାଳିଆ ପ୍ରତିହାରୀ ଜୟ ବିଜୟ ଦ୍ୱାର ବନ୍ଦ କରିଥାନ୍ତି । ଏହାପରେ ପାଳିଆ ପୁଷ୍ପାଳକମାନେ ସିଂହାସନ ଉପରେ ଉଠି ଶ୍ରୀଜୀଉ ମାନଙ୍କର ଝୋବା ମଇଲମ କରିଥାନ୍ତି । ସୁଦୁସୁଆର ସିଂହାସନ ତଳେ ଓଷୁଅ ରଖିଥାନ୍ତି ଏବଂ ବୋଇରାଣୀ ବସ୍ତ୍ର ପାହାଡ଼ା ପକାଇଥାନ୍ତି । ବଣିଆ ମାନେ ସେହି ବୋଇରାଣୀ ପାହାଡ଼ା ଉପରେ ସ୍ବର୍ଣ୍ଣ ରାହୁରେଖା ରଖି ଉକ୍ତ ଓଷୁଅରେ ମୁହଁ ବନ୍ଦ କରିଥାନ୍ତି । ଏହାପରେ ପାଳିଆ ଖୁଣ୍ଟିଆ ଦଇତାପତି ମାନଙ୍କୁ ଡାକିଥାନ୍ତି । ଦଇତାପତିମାନେ ଆସି ବେହେରଣ ତଳେ ଗୋଡ଼ ଧୋଇ ସିଂହାସନ ଉପରକୁ ଉଠିଥାନ୍ତି ଏବଂ ଗରାବଡୁ ସେବକ ଠାରୁ ହାତୁଆଣୀ ନେଇ ପାଳିଆ ମେକାପ ଠାରୁ ଶ୍ରୀଅଙ୍ଗ ମଣି ନେବେ ।

ପାଳିଆ ମେକାପ ପ୍ରଥମେ ବଡ଼ବାଡ଼ଙ୍କର ରାହୁରେଖା ପତି ମହାପାତ୍ରଙ୍କ ହାତକୁ ବଢ଼ାଇଥାନ୍ତି । ପତିମହାପାତ୍ରେ ଉକ୍ତ ରାହୁରେଖା କୁ ସଂସ୍କାର ପୂର୍ବକ ଯଥାକ୍ରମେ ତିନି ବାଡ଼ର ବାଡ଼ଗ୍ରାହୀ ଦଇତାମାନଙ୍କୁ ବଢ଼ାଇଥାନ୍ତି। ଏହାପରେ ସମସ୍ତ ଦଇତାମାନେ ମିଶି ସୁଧସୁଆର ଠାରୁ ଓଷୁଅ ଓ ଚାଙ୍ଗଡ଼ା ମେକାପଙ୍କ ଠାରୁ ବଇଟମ ନେଇ ରୁନ୍ଧା କାର୍ଯ୍ୟ ଶେଷ କରିଥାନ୍ତି।ଏହି ରୁନ୍ଧା କାର୍ଯ୍ୟ ଶେଷ ହେବା ପରେ ପାଳିଆ ମେକାପ ଙ୍କୁ ଶ୍ରୀଅଙ୍ଗ ମଣାଇ ଦେଇ ସିଂହାସନ କୁ ଓହ୍ଲାଇ ଆସିଥାନ୍ତି।ଏହାପରେ ପାଳିଆ ମେକାପ ସିଂହାସନ ପୋଛା ମାରିବା ପରେ ପୂଜାପଣ୍ଡାଙ୍କ ଦ୍ଵାରା ମହାସ୍ନାନ ନୀତି ବଢିଥାଏ । ତତ୍ପରେ ମହାଜନ ସେବକ ଭୂଦେବୀ ଓ ଶ୍ରୀଦେବୀ ଙ୍କୁ ଖଟ ଶେଜ ଘରୁ ଆଣି ରତ୍ନସିଂହାସନ ରେ ବିଜେ କରିଥାନ୍ତି। ଏହାପରେ ଶ୍ରୀଜୀଉମାନଙ୍କ ମଇଲମ ହୋଇ ବେଶ ବଢିଥାଏ। ତତ୍ପରେ ମଧ୍ୟାହ୍ନ ଧୂପ ପୂଜା ସରି ଭିତରେ ପାଣି ପଡିବା ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକମାନେ ୩ ବାଡ଼ରେ ବନ୍ଦାପନା କରିଥାନ୍ତି । ଏହାପରେ ଅନ୍ୟାନ୍ୟ ଦୈନିକ ନୀତି ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.