ETV Bharat / state

କେବେ ଶ୍ରୀମନ୍ଦିର ନୂଆ ପରିଚାଳନା କମିଟି ? ପ୍ରତିନିଧିତ୍ବ ନମିଳିଲେ ସୁପ୍ରିମକୋର୍ଟ ଯିବାକୁ ଚେତାବନୀ - Puri New Management Committee

author img

By ETV Bharat Odisha Team

Published : Sep 10, 2024, 2:22 PM IST

Updated : Sep 10, 2024, 3:50 PM IST

Puri shree Mandir New Management Committee: ନୂଆ ଶ୍ରୀମନ୍ଦିର ପରିଚାଳନା କମିଟିରେ କିଏ ହେବେ ସଦସ୍ୟ ? ପ୍ରତିନିଧିତ୍ବ ପାଇଁ ଛାମୁ ଖୁଣ୍ଟିଆ ନିଯୋଗ ପକ୍ଷରୁ ଚେତାବନୀ ।

Puri shree Mandir New Management Committee
Puri shree Mandir New Management Committee (ETV Bharat Odisha)

ପୁରୀ: ସରିଲାଣି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ । ନୂଆ ପରିଚାଳନା କମିଟିରେ କି’ଏ ରହିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଅପରପକ୍ଷରେ, ପରିଚାଳନା କମିଟିରେ ଛାମୁ ଖୁଣ୍ଟିଆ ନିଯୋଗରୁ କାହାରିକୁ ପ୍ରତିନିଧିତ୍ଵ ନମିଳିଲେ ନିଯୋଗ ସୁପ୍ରିମକୋର୍ଟ ଯିବାକୁ ଚେତାବନୀ ଦେଇଛି । ଶ୍ରୀମନ୍ଦିର‌ ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ପରେ କେବେ ଗଠନ ହେବ ନୂତନ ପରିଚାଳନା କମିଟି ତା'କୁ ନେଇ ଏବେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାର ବିଭିନ୍ନ ସେବାୟତ ନିଯୋଗରୁ ସଦସ୍ୟ ଭାବେ ପରିଚାଳନା କମିଟିରେ ପ୍ରତିନିଧିଙ୍କୁ ସ୍ଥାନ ଦେବେ କି ନାହିଁ ତା'କୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।

କେବେ ଶ୍ରୀମନ୍ଦିର ନୂଆ ପରିଚାଳନା କମିଟି ? ପ୍ରତିନିଧିତ୍ବ ନମିଳିଲେ ସୁପ୍ରିମକୋର୍ଟ ଯିବାକୁ ଚେତାବନୀ (ETV Bharat Odisha)
  • ନୂଆ ପରିଚାଳନା ବୈଠକରେ କିଏ ?

ସୂଚନା ଅନୁସାରେ, ଗତ ୨୦୨୧ ମସିହାରେ ଗଠିତ ହୋଇଥିବା ପରିଚାଳନା କମିଟିର କାର୍ଯ୍ୟକାଳ ୨୦୨୪ ମସିହାର ଚଳିତ ସେପ୍ଟେମ୍ବର ୩ରେ ଶେଷ ହୋଇଛି । ଶ୍ରୀମନ୍ଦିରର ନିୟମାବଳୀ ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ନୂଆ ପରିଚାଳନା କମିଟି ଗଠନ ହେବ। ଏଥିରେ ୫ ଟି ନିଯୋଗର ସେବାୟତ ପ୍ରତିନିଧିଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ପରିଚାଳନା କମିଟିରେ ରାଜ୍ୟ ସରକାର ମନୋନୀତ କରିଥାନ୍ତି। ଗଜପତି ମହାରାଜା ଏହି କମିଟିର ସ୍ଥାୟୀ ଅଧ୍ୟକ୍ଷ ଥିବାବେଳେ ଏଥିରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପି ମଧ୍ୟ ସ୍ଥାୟୀ ସଦସ୍ୟ ଭାବେ ରହିଥାନ୍ତି।

ନିର୍ଦ୍ଦିଷ୍ଟ ସେବାୟତ ନିଯୋଗକୁ ଗୁରୁତ୍ବ ମିଳୁନଥିବା ଅଭିଯୋଗ:

ଛାମୁ ଖୁଣ୍ଟିଆ ନିଯୋଗର ସମ୍ପାଦକ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, "କିଛି ନିର୍ଦ୍ଦିଷ୍ଟ ସେବାୟତ ନିଯୋଗକୁ ରାଜ୍ୟ ସରକାର ଗୁରୁତ୍ବ ଦେଉନାହାନ୍ତି । ମହାପ୍ରଭୁଙ୍କ ସେବାରେ ଜଡ଼ିତ ଥିବା ଅନ୍ୟାନ୍ୟ ସେବାୟତ ନିଯୋଗରୁ ପ୍ରତିନିଧି ଭାବେ ପରିଚାଳନା କମିଟିରେ ସ୍ଥାନ ଦେବାକୁ କହିଛନ୍ତି । ପୂର୍ବ ସରକାର ନିଜକୁ ସୁହାଇଲା ଭଳି ବାରମ୍ବାର କିଛି ନିର୍ଦ୍ଦିଷ୍ଟ ସେବାୟତ ନିଯୋଗରୁ ସଦସ୍ୟ ଭାବେ ପରିଚାଳନା କମିଟିକୁ ମନୋନୀତ କରୁଥିଲେ । ଏହାଦ୍ବାରା ଶ୍ରୀମନ୍ଦିର ଉନ୍ନତିରେ ବାଧା ସୃଷ୍ଟି ହେବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି । ମହାପ୍ରଭୁଙ୍କ ସେବାରେ ବର୍ଷ ତମାମ ଜଡ଼ିତ ଥିବା ବିଭିନ୍ନ ସେବାୟତ ନିଯୋଗରୁ ପରିଚାଳନା କମିଟିରେ ସ୍ଥାନ ଦେବାକୁ ଦାବି କରିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସମ୍ପାଦକ।" ଏନେଇ ଛାମୁ ଖୁଣ୍ଟିଆ ନିଯୋଗ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ମଧ୍ୟ କରାଯାଇଛି।"

New Management Committee
New Management Committee (ETV Bharat Odisha)

ଏମିତି କହିଲେ ଆଇନଜୀବୀ:
ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, "ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ଆଇନ ବିଭାଗ ଅଧୀନରେ ରହିଛି । ପ୍ରତି 3 ବର୍ଷରେ ଥରେ ନୂତନ ପରିଚାଳନା କମିଟି ଗଠନ ହୋଇଥାଏ । ତେବେ ନୂଆ ଶ୍ରୀମନ୍ଦିର ପରିଚାଳନା କମିଟିରେ ସବୁ ବର୍ଗର ଲୋକଙ୍କୁ ସ୍ଥାନ ମିଳିବା ଉଚିତ । ପୂର୍ବ ସରକାରଙ୍କ ଭଳି ବର୍ତ୍ତମାନର ସରକାର ଏହାକୁ ରାଜନୈତିକ ଥାଇଥାନ କେନ୍ଦ୍ର ନକରନ୍ତୁ। ନହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଠିକ କାର୍ଯ୍ୟ ତୁକାଇ ପାରିବ ନାହିଁ । ଶ୍ରୀମନ୍ଦିରର ଉନ୍ନତିକରଣ କରିବାକୁ ହେଲେ ବିଭିନ୍ନ ବର୍ଗରୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା କମିଟିରେ ସ୍ଥାନ ଦିଅନ୍ତୁ।"

ଏହା ବି ପଢନ୍ତୁ...ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ, ଜାଣନ୍ତୁ କଣ ରହିଛି କାରଣ - Show Cause Notice To Servitor

ଏହା ବି ପଢନ୍ତୁ...ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ: ଭକ୍ତ ହନ୍ତସନ୍ତ, 10 ଲକ୍ଷ ଟଙ୍କାର ଅବଢ଼ା ନଷ୍ଟ - Too late in Rituals of Deities

ଏହା ବି ପଢନ୍ତୁ...ଅସାଧୁ ବ୍ୟବସାୟୀ, ଅଣସୂପକାର ସାବଧାନ ! ଆନନ୍ଦ ବଜାରରେ ଆଉ ମିଳିବନି ବାସି ଅବଢା, ଜଗିଲେ 20 ପୂର୍ବତନ ସେନା କର୍ମଚାରୀ, ଫୋକସରେ ମନ୍ଦିର ସୁରକ୍ଷା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ - Puri Jagannath Temple security

ଏହା ବି ପଢନ୍ତୁ...ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ଖୁବଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ ଆରମ୍ଭ - free Mahaprasad to devotees in Puri

ପରିଚାଳନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି:

ସେପଟେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, "ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ନୂତନ ପରିଚାଳନା କମିଟି ଗଠନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ତେବେ ପରିଚାଳନା କମିଟି ଗଠନକୁ ନେଇ ହାଇକୋର୍ଟରେ ଛାମୁ ଖୁଣ୍ଟିଆ ନିଯୋଗ ପକ୍ଷରୁ ଏକ ମାମଲା ଚାଲିଛି । ରାଜ୍ୟ ସରକାର ଏହାକୁ ତର୍ଜମା କରି ସଠିକ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରିବେ ।"

ଇଟିଭି ଭାରତ, ପୁରୀ

Last Updated : Sep 10, 2024, 3:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.