ETV Bharat / state

ଆଜିଠୁ ରାଷ୍ଟ୍ରପତିଙ୍କ 4ଦିନିଆ ଓଡ଼ିଶା ଗସ୍ତ; କାଲି ରଥଯାତ୍ରାରେ ହେବେ ସାମିଲ, 8ରେ ବୁଲିବେ ଖଣ୍ଡଗିରି‌-ଉଦୟଗିରି - president odisha visit

president odisha visit programme: ଆଜିଠୁ 4ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ପୁରୀ ଓ ଭୁବନେଶ୍ୱରରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ । ସୁରକ୍ଷା ବ୍ୟବସ୍ଥା କଡାକଡି । ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ମହାମହିମ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 7:52 AM IST

Updated : Jul 6, 2024, 8:02 AM IST

President Odisha visit
President Odisha visit (ETV BHARAT ODISHA)
ରାଷ୍ଟ୍ରପତିଙ୍କ 4ଦିନିଆ ଓଡ଼ିଶା ଗସ୍ତ
ରାଷ୍ଟ୍ରପତିଙ୍କ 4ଦିନିଆ ଓଡ଼ିଶା ଗସ୍ତ (President Odisha visit)

ଭୁବନେଶ୍ୱର: ଆଜିଠୁ 4ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତ ସମୟରେ ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ । ଆଜି ସନ୍ଧ୍ୟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ସ୍ବତନ୍ତ୍ର ବିମାନବହନ୍ଦରରେ ଆସି ପହଞ୍ଚିବେ ରାଷ୍ଟ୍ରପତି । ଏହାପରେ ସେଠାରୁ ସିଧା ରାଜଭବନ ଅଭିମୁଖେ ବାହାରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 96ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦାନ କରିବେ । ସେହିପରି ଆସନ୍ତାକାଲି ପୁରୀ ଗସ୍ତ କରି ରଥଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

PRESIDENT ODISHA VISIT (President Odisha visit)

ନଜର ପକାନ୍ତୁ ରାଷ୍ଟ୍ରପତିଙ୍କ 4ଦିନିଆ ଗସ୍ତର କାର୍ଯ୍ୟସୂଚୀ ଉପରେ:

  • ଆଜି ରାଜଭବନରେ ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ସାମିଲ ହେବେ ରାଷ୍ଟ୍ରପତି ।
  • ଆସନ୍ତାକାଲି ପୁରୀ ଗସ୍ତ କରି ରଥଯାତ୍ରାରେ ସାମିଲ ହେବେ।
  • ୮ ତାରିଖ ପ୍ରତ୍ୟୁଷରେ ରାଷ୍ଟ୍ରପତି ପୁରୀ ସମୁଦ୍ରକୂଳରେ ମର୍ଣ୍ଣି ଓ୍ୱାକ କରିବେ ।
  • ସେହିଦିନ ପୂର୍ବାହ୍ନରେ ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବେ ।
  • ବିଭୂତି କାନୁନଗୋ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ ।
  • ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ହରିଡାମଡ଼ା ଡିଭାଇନ ରିଟ୍ରିଟ ସେଣ୍ଟର ବା ‘ଡିଆରସି’ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ।
  • ୯ ତାରିଖ ପୂର୍ବାହ୍ନରେ ଜଟଣୀ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବା ‘ନାଇଜର’ର ତ୍ରୟୋଦଶ ସ୍ନାତକ ସମାରୋହ ଉତ୍ସବରେ ଯୋଗ ଦେବେ ।
  • ସେହିଦିନ ଅପରାହ୍ନରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ଏହା ମଧ୍ୟ ପଢନ୍ତୁ-ଚୂଡାନ୍ତ ହେଲା ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ: ପୁରୀରେ ରଥ ଟାଣିବେ, ସମୁଦ୍ରକୂଳରେ ମର୍ଣ୍ଣିଂ ଓ୍ବାକ୍‌ କରିବେ - President Murmu Odisha Visit

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଖଣ୍ଡଗିରି ଓ ଉଦୟଗିରିରେ ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ କମିଶନର। ଆସନ୍ତା ୮ତାରିଖ ଦିନ ସର୍ବସାଧାରଣଙ୍କ ପାଇଁ ଖଣ୍ଡଗିରି ଓ ଉଦୟଗିରି ବୁଲିବା ନେଇ ଲାଗିଛି କଟକଣା। ଏନେଇ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ଜାରି ହେବ ସମୟସୀମା। ପୋଲିସ କମିଶନର ଘଟଣା ସ୍ଥଳ ପରିଦର୍ଶନ ସହ ସୁରକ୍ଷା ତର୍ଜମା କରିଛନ୍ତି ।

ଏନେଇ ପୋଲିସ କମିଶନର କହିଛନ୍ତି, ''ବ୍ଲୁ ବୁକ୍ ସୁରକ୍ଷା ଢାଞ୍ଚାରେ ବନ୍ଦୋବସ୍ତ କରାଯାଉଛି। 8 ତାରିଖ ସକାଳ ଠାରୁ ଅପରାହ୍ନ 2ପର୍ଯ୍ୟନ୍ତ ଖଣ୍ଡଗିରି ଓ ଉଦୟଗିରି ଠାରେ ସର୍ବସାଧାରଣ ବାରଣ ନେଇ କଟକଣା ଜାରି ରହିବ। ସମସ୍ତ ଦିଗକୁ ଦୃଷ୍ଟିରେ ରଖି ସୁରକ୍ଷା ଆୟୋଜନରେ ରାଷ୍ଟ୍ରପତିଙ୍କର ଅପରାହ୍ନରେ ମେଣ୍ଢାଶାଳରେ ମଧ୍ୟ କାର୍ଯକ୍ରମ ରହିଛି । ପରେ 9ତାରିଖରେ ଜଟଣି ନାଇଜରରେ ମଧ୍ୟ କାର୍ଯକ୍ରମ ରହିଛି।ସେନେଇ ଜଣେ ଡିସିପିଙ୍କ ନେତୃତ୍ବରେ 6ଜଣ ଅତିରିକ୍ତ ଡିସିପି ସହ 15ଜଣ ଏସିପି ଓ 25ଜଣ ଇନସ୍ପେକ୍ଟର ସହ 100ଜଣ ଅଫିସର ଓ 25ପ୍ଲାଟୁନ ଫୋର୍ସ ମୁତୟନ ରହିବେ ସୁରକ୍ଷା ଦାୟିତ୍ବରେ। ଏଥି ସହ ଟ୍ରାଫିକ ଓ ରୁଟ ଲାଇନ ପାଇଁ ମଧ୍ୟ ବ୍ୟବସ୍ଥା ସହ ବମ ସ୍କ୍ୱାର୍ଡ ଓ ଡଗ ସ୍କ୍ୱାର୍ଡ ଓ ଆଣ୍ଟି ସାବୋଟେଜ ବା ସନ୍ଦିଗ୍ଧ ଆତଙ୍କି ମୁକାବିଲା ଓ ସୁରକ୍ଷା ମଧ୍ୟ ଯାଞ୍ଚ ଜାରି ରହିବ ।"

ଯାତାୟତରେ ସମସ୍ୟା ନଉପୁଜିବାକୁ ଗୁରୁତ୍ବ: ''ଏହା ସହିତ ଏୟାରପୋର୍ଟ ଠାରୁ ରାଜଭବନ ଓ ରାଜଭବନକୁ ଖଣ୍ଡଗିରି ଓ ଉଦୟଗିରି ସହ ସେଠାରୁ ମେଣ୍ଢାଶାଳ ସହ ପୁଣି ପରଦିନ ରାଜଭବନଠୁ ନାଇଜର ପର୍ଯନ୍ତ ମଧ୍ୟ ଲୋକଙ୍କୁ ସମସ୍ୟା ନ ହୋଇ କିପରି ଗସ୍ତ ରହିବ ସେନେଇ ମଧ୍ୟ ଫୋକସ କରଯାଇଛି । ଏଥି ସହ କାରକେଡ ରିହଲସଲ ମଧ୍ୟ ହୋଇଛି। ପୋଲିସ ପକ୍ଷରୁ ରାଜଭବନ ସୁରକ୍ଷା ମଧ୍ୟ ଧ୍ୟାନ‌ ଦିଆଯାଇଛି। ଖଣ୍ଡଗିରିରେ ମାଙ୍କଡଙ୍କ ଦୋରାତ୍ମକୁ ଦୃଷ୍ଟିରେ ରଖି ବନ ବିଭାଗକୁ ଦାୟିତ୍ବ ଦିଯାଇଛି । ଏନେଇ ବନ ବିଭଗ ପକ୍ଷରୁ କର୍ମଚାରୀ ଉପସ୍ଥିତ ରହି କିଭଳି କାର୍ଯକ୍ରମ ସମୟରେ ସମସ୍ୟା ସୃଷ୍ଟି ନ ହୁଏ ସେନେଇ ମାଙ୍କଡ଼ ଉପରେ ମଧ୍ୟ ବିଶେଷ ଫୋକସ ଦିଆଯାଇଛି ।''

ନୋ ଫ୍ଲାଇଙ୍ଗ ଜୋନ: ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ନୋ‌ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ଏନେଇ ସେହି ସମୟରେ କୌଣସି ଡ୍ରୋନ ବା ଅନ୍ୟ କୌଣସି ବେଲୁନ ଉଡାଇ ପାରିବେ ନାହିଁ। ଏୟାରପୋର୍ଟ, ବସଷ୍ଟାଣ୍ଡ ଓ ସହରର ବିଭିନ୍ନ ହୋଟେଲ ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସେଭଳି କିଛି ସନ୍ଦେହଜନକ କାର୍ଯ୍ୟକଳାପ ଦୃଷ୍ଟିରେ ରଖି ମଧ୍ୟ ଯାଞ୍ଚ ଜାରି ରହିବା ନେଇ କହିଛନ୍ତି କମିଶନର ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 6, 2024, 8:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.