ETV Bharat / state

ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି; ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ - Rath Yatra Pahandi Bije

Puri Rath Yatra 2024: ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି । ରଥାରୁଢ଼ ହେବେ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା । ସବାପଛରେ ଟାହିଆ ହଲାଇ ଆସୁଛି କାଳିଆ ସୁନା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 7, 2024, 1:48 PM IST

Updated : Jul 7, 2024, 2:26 PM IST

ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି
ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି (ETV Bharat Odisha)

ପୁରୀ: ଜଗନ୍ନାଥମୟ ଶ୍ରୀକ୍ଷେତ୍ର । ଭକ୍ତି ଭାବରେ ଭିଜୁଛି ବଡଦାଣ୍ଡ... ଘଣ୍ଟଘଣ୍ଟା, ମୃଦଙ୍ଗରେ କମ୍ପୁଛି ଚତୁର୍ଦ୍ଦିଗ । ରଥାରୁଢ଼ ହେଉଛନ୍ତି ଦାରୁଦିଅଁ । ଧାଡି ପହଣ୍ଡିରେ ଆସି ସୁସଜ୍ଜିତ ରଥରେ ବିଜେ କରିଛନ୍ତି ପ୍ରଭୁ ବଳଭଦ୍ର ଓ ମାଆ ହଳଦୀମୁହିଁ । ପଛକୁ ଟାହିଆ ହଲାଇ ଝୁଲି ଝୁଲି ଆସୁଛି କାଳିଆ ସୁନା । ଭକ୍ତ-ଭଗବାନଙ୍କ ଏହି ଅପୂର୍ବ ମିଳନର ସାକ୍ଷୀ ହୋଇଛି ଶ୍ରୀକ୍ଷେତ୍ର । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ଶ୍ରୀବିଗ୍ରଙ୍କ ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନ ଧାଡି ପହଣ୍ଡିରେ ଆସି ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରିଥିଲେ । ପଛକୁ ପଛ ଆସିଥିଲେ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା । ସବାଶେଷରେ ଧାଡି ପହଣ୍ଡିରେ ଝୁଲୁ ଝୁଲି ରଥରେ ବିଜେ କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ।

ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ 1ଟା 10 ମିନିଟରେ ଆରମ୍ଭ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା । ହେଲେ ନିର୍ଦ୍ଧାରିତ ସମୟର ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି । ପ୍ରଥମ ସୁଦର୍ଶନଙ୍କ ପରେ ଭାଇଭଉଣୀଙ୍କ ସହ ଧାଡି ପହଣ୍ଡିରେ ଆସି ରଥରେ ବିଜେ କରୁଛନ୍ତି ଜଗତର ନାଥ । ଅପରାହ୍ନ 4ଟାରେ ରଥରେ ମହାପ୍ରଭୁଙ୍କ ଛେରାପହଁରା ଏବଂ 5ଟାରେ ରଥ ଟଣା ନୀତି ନିର୍ଘଣ୍ଟ ହୋଇଛି । ହେଲେ ସଅଳ ପହଣ୍ଡି ହୋଇଥିବାରୁ ଅନ୍ୟ ସବୁ ନୀତିକାନ୍ତି ମଧ୍ୟ ଶୀଘ୍ର ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ୫୩ ବର୍ଷ ପରେ ମାହାର୍ଘ୍ୟ ମୁହୂର୍ତ୍ତ, ଗୋଟିଏ ତିଥିରେ ୩ ପର୍ବ, ଜାଣନ୍ତୁ କାହିଁକି ବିରଳ ଏଥର ରଥଯାତ୍ରା - Rare Rath yatra in 5 decades

ଓଡ଼ିଆ ଜାତିର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ । ସେ ଭାବ ବିନୋଦିଆ ଠାକୁର । ଦୁଃଖର ଦୀନବନ୍ଧୁ । ତା' କଳାଶ୍ରୀମୁଖକୁ ଚାହିଁଦେଲେ କୋଟି ଜନ୍ମର ପୂଣ୍ୟ ଲଭେ ଅଧମ ମଣିଷ । ଆଜି ଏହି ସର୍ବବ୍ୟାପୀ ବ୍ରହ୍ମାଣ୍ଡ ଠାକୁରଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରିବେ ମହାପ୍ରଭୁ । ହେଲେ ଚଳିତ ବର୍ଷର ରଥଯାତ୍ରା ବିରଳ । କାରଣ ଗୋଟିଏ ଦିନରେ ମହାପ୍ରଭୁଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ରଥଯାତ୍ରା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 7, 2024, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.