ETV Bharat / state

ସୋସିଆଲ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିର ଭିତର ବେଢା ଫଟୋ, ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ - ଶ୍ରୀମନ୍ଦିର ଭିତର ବେଢା ଫଟୋ ଭାଇରାଲ

Srimandir Inside Photo viral: ପୁଣି ଶ୍ରୀମନ୍ଦିର ଭିତର ବେଢା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହି ଘଟଣା ପରେ ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଫଟୋ ଭାଇରାଲକୁ ନେଇ ଭକ୍ତ ମାନେ ପୋଲିସର ଖାମ ଖିଆଲି ମନୋଭାବକୁ କଡା ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ

Puri Jagannath Temple
Puri Jagannath Temple
author img

By ETV Bharat Odisha Team

Published : Feb 8, 2024, 8:45 PM IST

ଶ୍ରୀମନ୍ଦିର ଭିତର ବେଢା ଫଟୋ ଭାଇରାଲ; ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଭକ୍ତଙ୍କ ଅସନ୍ତୋଷ

ପୁରୀ: ପୁଣି ଶ୍ରୀମନ୍ଦିର ଭିତର ବେଢା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହି ଘଟଣା ପରେ ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଫଟୋ ଭାଇରାଲକୁ ନେଇ ଭକ୍ତ ମାନେ ପୋଲିସର ଖାମ ଖିଆଲି ମନୋଭାବକୁ କଡା ସମାଲୋଚନା କରିଛନ୍ତି । ଶ୍ରୀମନ୍ଦିରକୁ ମୋବାଇଲ ଫୋନ ନିଷିଦ୍ଧ ଥିବା ପୋଲିସ ପକ୍ଷରୁ କଡାକଡି ଯାଞ୍ଚ ହେଉଥିବା କୁହାଯାଉଛି । ହେଲେ କିଭଳି ଶ୍ରୀମନ୍ଦିରକୁ ମୋବାଇଲ ଫୋନ ଯାଉଛି ସେ ନେଇ ଭକ୍ତ ପ୍ରଶ୍ନ କରିଛନ୍ତି । ଯଦି ସାମାନ୍ୟ ମୋବାଇଲ ଫୋନକୁ ଅଟକାଇବାରେ ପୋଲିସ ବିଫଳ କିଛି ବିସ୍ଫୋରକ ଦ୍ରବ୍ୟ ଧରି କେହି ଅସାମାଜିକ ବ୍ୟକ୍ତି ପ୍ରଵେଶ କରନ୍ତି, ତାହା ହେଲେ ଦାୟୀ କିଏ ରହିବ ?

କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହୋଇଥିବା ବେଳେ ଶ୍ରୀ ମନ୍ଦିର ସୁରକ୍ଷା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ନ ହେବା ଦୁଃଖ ଦାୟକ ବୋଲି ପୁରୀ ବାସିନ୍ଦା ଆଦିତ୍ୟ ନାରାୟଣ ବାରିକ କହିଛନ୍ତି । ଜଗନ୍ନାଥ ମନ୍ଦିରକୁ ଲକ୍ଷ ଲକ୍ଷ ଭକ୍ତ ଆସୁଥିବା ବେଳେ ଭକ୍ତ ଓ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପୋଲିସ ପ୍ରଶାସନ ଧ୍ୟାନ ନ ଦେବା ନିନ୍ଦନୀୟ ବୋଲି ଆଦିତ୍ୟ ନାରାୟଣ ବାରିକ କହିଛନ୍ତି । ସେହିପରି ପୁରୀ ବାସିନ୍ଦା ସୁଧାଂଶୁ ଜେନା କହିଛନ୍ତି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅବହେଳା ହେବା ଦୁଃଖ ଦାୟକ । ଶ୍ରୀମନ୍ଦିରକୁ ମୋବାଇଲ ନେବାରେ ଉକ୍ତ ଯୁବକକୁ କିଏ ସାହାଯ୍ୟ କରିଛି ପ୍ରଶାସନ ତଦନ୍ତ କରି କଡ଼ା ପଦକ୍ଷେପ ନେଉ ବୋଲି ଦାବି କରିଛନ୍ତି । ନିୟମ ସମସ୍ତଙ୍କ ପାଇଁ ସମାନ ରଖାଯାଉ । ଚିହ୍ନା ପରିଚିତକୁ ନେଇ ଯାତ୍ରୀଙ୍କୁ ମୋବାଇଲ ସହ ପ୍ରଵେଶ ଅନୁମତି ନ ମିଳୁ । ନହେଲେ ଏହି ଘଟଣା ଆଗାମୀ ଦିନରେ ବଡ ଅଘଟଣକୁ ଆମନ୍ତ୍ରଣ କରିବ।

ଅଧିକ ପଢନ୍ତୁ- ୪ବର୍ଷ ହେଲା ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ, ମହାପ୍ରଭୁଙ୍କ ଜନ୍ମସ୍ଥାନ ଦର୍ଶନରୁ ବଞ୍ଚିତ ଭକ୍ତ

ସେହିଭଳି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିବା ଭକ୍ତ କହିଛନ୍ତି କିଛି ସେବାୟତ, ପୋଲିସ କର୍ମଚାରୀ ସହଯୋଗରେ ମୋବାଇଲ ନେଇ କିଛି ଯାତ୍ରୀ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । କିନ୍ତୁ ନିୟମ ସମସ୍ତଙ୍କ ପାଇଁ ସମାନ ରହିବା ଉଚିତ । ନ ହେଲେ ଏହି ଢିଲା ନୀତିର ଫାଇଦା ଅସାମାଜିକ ଲୋକ ଉଠାଇ ଶ୍ରୀମନ୍ଦିର ଓ ଭକ୍ତଙ୍କ କ୍ଷତି ପହଞ୍ଚାଇବା ଆଶଙ୍କା ରହିଛି । ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା ଦିଗରେ ସମ୍ବେଦନଶୀଳ ହେବାକୁ ଭକ୍ତ ଦାବି କରିଛନ୍ତି ।

ଭାଇରାଲ ହେଉଥିବା ଫଟୋରେ ଶ୍ରୀମନ୍ଦିର ଭିତର ସତ୍ୟନାରାୟଣ ମନ୍ଦିର ନିକଟରେ ଫଟୋ ଉତ୍ତୋଳନ କରାଯାଇଛି । ଫଟୋରେ ସତ୍ୟନାରାୟଣ ମନ୍ଦିରଠାରୁ ଭିତର ବେଢ଼ା ସହ ବଟବୃକ୍ଷ ସହିତ ଅନ୍ୟ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ରହିଛି । ନିଜ ଇନଷ୍ଟଗ୍ରାମରେ ଜନି ଦତ୍ତ ନାମକ ଯୁବକ ଏହି ଫଟୋ ଛାଡ଼ିଥିବା ଜଣାପଡ଼ିଛି । । ଶ୍ରୀମନ୍ଦିର ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ କ୍ଷେତ୍ରରେ ସ୍ମାର୍ଟ ଫୋନ ମୋବାଇଲ ନେବାରେ କଟକଣା ଜାରି ହୋଇଛି । ଏଥିପାଇଁ ସ୍ବତନ୍ତ୍ର ମୋବାଇଲ ଲ୍ୟାଣ୍ଡ ବି ଶ୍ରୀମନ୍ଦିର ବାହାରେ ଖୋଲାଯାଇଛି । ଯିଏ ନିୟମ ଉଲ୍ଲଘଂନ କରିବ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ ୧ ହଜାର ଟଙ୍କା ଜରିମାନା ବ୍ୟବସ୍ଥା କରାଯାଇଛି । ମୋବାଇଲ ଯାଞ୍ଚ ପାଇଁ ମାଳମାଳ ପୋଲିସ ଶ୍ରୀମନ୍ଦିର ଚାରିଦ୍ଵାରରେ ଥିବା ବେଳେ ମୋବାଇଲ କିଭଳି ଭିତରକୁ ଗଲା ସେ ନେଇ ପ୍ରଶ୍ନ ଉଠିଛି । ଡ୍ୟୁଟିରେ ଥିବା ପୋଲିସ ମାନେ ସଠିକ ଡ୍ୟୁଟି କରୁନଥିବା ଅଭିଯୋଗ ହୋଇଆସୁଛି । ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ କରିଥିବା ଯୁବକ କାହା ସହିତ ପ୍ରବେଶ କଲେ, ତାକୁ ଯାଞ୍ଚ କରଯାଇଛି କି ନାହିଁ ସିସିଟିଭି ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.