ETV Bharat / state

ଏମିତି ଚାଲିଛି ବିକାଶ: ସମସ୍ୟା ପାହାଡ ତଳେ ଖୋର୍ଦ୍ଧା ବସଷ୍ଟାଣ୍ଡ, ପଡୁନି ପ୍ରଶାସନର ନଜର

author img

By ETV Bharat Odisha Team

Published : Mar 18, 2024, 11:58 AM IST

Updated : Mar 18, 2024, 1:27 PM IST

Khordha Bus stop Problem: ସମସ୍ୟା ଘେରରେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଖୋର୍ଦ୍ଧା ବାସିନ୍ଦା । ଅଧିକ ପଢନ୍ତୁ

Khordha bus stop
Khordha bus stop
Khordha Bus stop Problem

ଖୋର୍ଦ୍ଧା: ଜନସାଧାରଣଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍ବାସ୍ଥ୍ୟ ହେଉ କିମ୍ବା ଗମନାଗମନ, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ କୋଟିକୋଟି ଟଙ୍କା ବିନିମୟ ହେଉଛି । ମାତ୍ର ଫଳ ଶୂନ, ଅନେକ ସମସ୍ୟା ଘେରରେ ରହିଛି ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ । ବର୍ଷ ବର୍ଷ ଧରି ଏଠାକାର ଲୋକମାନେ ସମସ୍ୟା ସହ ଜୁଝି ହେଉଛନ୍ତି ।

୧୯୯୪ ମସିହା ଏପ୍ରିଲ ୨୪ରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତି ଏବଂ ସେତେବେଳର ଖୋର୍ଦ୍ଧା ବିଧାୟକ ତଥା ସାଧାରଣ ଅଭିଯୋଗ ଓ ପେନସନ ବିଭାଗ ମନ୍ତ୍ରୀ ପ୍ରସନ୍ନ ପାଟ୍ଟଶାଣୀ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡର ଉଦଘାଟନ କରିଥିଲେ । ଭୁବନେଶ୍ଵରରୁ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାକୁ ଯାଉଥିବା ବସରେ ଯିବାକୁ ଥିବା ଯାତ୍ରୀଙ୍କ ଭିଡ଼ ଜମିଥାଏ ଏଠାରେ । ହେଲେ ଆଜିବି ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି ଖୋର୍ଦ୍ଧା ବସଷ୍ଟାଣ୍ଡ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଜନତା ।

ତେବେ ଏହି ବସଷ୍ଟାଣ୍ଡର ସମ୍ପ୍ରସାରଣ ଛାତ ପାଇଁ ମୂଳଦୁଆ ପଡ଼ି ମିଟରେ ଲେଖାଏଁ ଉଠିଥିବା ପିଲର ଗୁଡିକ ଯେମିତି ସେମିତି ରହିଛି । ସେହିପରି ଉପର ମହଲା ପାଇଁ ହେଉଥ‌ିବା ଗୃହ ଅଧାପନ୍ତରିଆ ଭାବେ ରହିଛି । ବସଷ୍ଟାଣ୍ଡ ଭିତରେ ଥ‌ିବା କେତେକ ଷ୍ଟଲ ଖୋଲା ଯାଉନି । ବିପଦ ସଙ୍କୁଳ ଭାବେ ଯାତ୍ରୀ ବିଶ୍ରାମଗାର ଛାତ ରହିଛି । କଳଙ୍କି ଯୁକ୍ତ ଲୁହାରଡ ଦେଖାଗଲାଣି । ବସଷ୍ଟାଣ୍ଡରେ ଯାତ୍ରୀଙ୍କ ବସିବା ପାଇଁ କୌଣସି ସୁବିଧା ନଥିବା ବେଳେ ଅଧା ଗଢା ବାରଣ୍ଡା ପାଚେରୀରେ ବସୁଛନ୍ତି ଯାତ୍ରୀ ।

ଏହା ମଧ୍ୟ ପଢନ୍ତୁ- ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାଁରେ ନାମିତ ହେବ ISBT ବସଷ୍ଟାଣ୍ଡ

ସେହିପରି ଶୌଚାଳୟ ଦୁଇରୁ ଅଧିକ ବର୍ଷ ହେବ ବନ୍ଦ ହୋଇ ପଡ଼ିଛି । ସେହିପରି ପାନୀୟଜଳ ସମସ୍ୟା ଉତ୍କଟ ହୋଇପଡିଛି । ଏନେଇ ଏହି ବସଷ୍ଟାଣ୍ଡକୁ ଆଉ ଘରୋଇ ବସ ଆସିବାକୁ ଆଗ୍ରହ କରୁନାହାନ୍ତି । ଜନଗହଳି ଛକ ରାସ୍ତାରେ ଯାତ୍ରୀମାନେ ବସ ଧରୁଛନ୍ତି ଏବଂ ଓହ୍ଲାଉଛନ୍ତି ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଉଛି । ରକ୍ଷଣାବେକ୍ଷଣ ଅଭାବ ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ନୂଆ ବସଷ୍ଟାଣ୍ଡ ଅବସ୍ଥା ଶୋଚନୀୟ ହୋଇଗଲାଣି ।

ଷ୍ଟାଣ୍ଡକୁ ଆସୁଥ‌ିବା ବସଗୁଡିକରୁ ଯେତିକି ରାଜସ୍ଵ ଆଦାୟ ହେଉଛି ତାହାକୁ ବସଷ୍ଟାଣ୍ଡ ଉନ୍ନତିକରଣରେ ଖର୍ଚ୍ଚ କରାଯାଉନି । ଫଳରେ ଧୀରେ ଧୀରେ ବସଷ୍ଟାଣ୍ଡ ଅସ୍ତିତ୍ବ ହରାଇଲାଣି । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯିବାକୁ ହଜାର ହଜାର ଯାତ୍ରୀ ଏହି ବସଷ୍ଟାଣ୍ଡକୁ ଆସୁଥିବା ବେଳେ ଯାତ୍ରୀଙ୍କ କଲ୍ୟାଣ ପାଇଁ ମୌଳିକ ସୁବିଧା ଏଠାରେ ନାହିଁ । ଏନେଇ ବସଷ୍ଟାଣ୍ଡର ଦୂରବସ୍ଥା ସମ୍ପର୍କରେ ପୌର ଅଧିକାରୀ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେଇନଥିବା ବେଳେ ଏହା ବିଡ଼ିଏ ଦ୍ଵାରା ହେବ କହି ଦୋଷ ଖସେଇ ଦେଇଛନ୍ତି । ତେବେ ବସଷ୍ଟାଣ୍ଡର ଏଭଳି ସମସ୍ୟା କେବେ ଦୂର ହେବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Mar 18, 2024, 1:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.