ETV Bharat / state

ଚାରି ଦଫା ଦାବି ନେଇ ଓଡିଶା ମୈତ୍ରୀ ମହାସଂଘ ଧାରଣା

author img

By ETV Bharat Odisha Team

Published : Feb 9, 2024, 10:17 PM IST

Odisha Maitry Mahasangha: ଧାରଣାରେ ବସିଲେ ଓଡିଶା ମୈତ୍ରୀ ମହାସଂଘ । ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ । ଅଧିକ ପଡ଼ନ୍ତୁ,

ଓଡିଶା ମୈତ୍ରୀ ମହାସଂଘ ପକ୍ଷରୁ ଧାରଣା
ଓଡିଶା ମୈତ୍ରୀ ମହାସଂଘ ପକ୍ଷରୁ ଧାରଣା
ଓଡିଶା ମୈତ୍ରୀ ମହାସଂଘ ପକ୍ଷରୁ ଧାରଣା

ଭୁବନେଶ୍ବର: ଧାରଣାରେ ବସିଲେ ଓଡିଶା ମୈତ୍ରୀ ମହାସଂଘ । ମୈତ୍ରୀ କେନ୍ଦ୍ର ସରକାରଙ୍କର ଯୋଜନା ଅନ୍ତର୍ଗତ । କିନ୍ତୁ ରାଜ୍ୟ ସରକାର ଏହାକୁ ଘରୋଇ ସଂସ୍ଥାକୁ ଟେକି ଦେଇଛନ୍ତି । ତାଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ଆସିଛି । ତେଣୁ ନିଜ 4 ଦଫା ଦାବି ସହ ଭୁବନେଶ୍ବର ଲୋୟର ପିଏମଜିରେ ଧରଣାରେ ବସିଛନ୍ତି ମୈତ୍ରୀ ମହାସଂଘ । ଦାବି ମଧ୍ୟରେ ମୈତ୍ରୀ ମାନଙ୍କୁ ସରକାରୀ ବିଭାଗରେ ନିଯୁକ୍ତି, ଏବଂ ମନୋନୀତ ହୋଇଥିବା ପଞ୍ଚାୟତରେ ନିଯୁକ୍ତିର ଦାବି କରାଯାଇଛି ।

ଭୁବନେଶ୍ବରର ଲୋୟର ପିଏମଜି ଠାରେ ଧାରଣାରେ ବସିଛନ୍ତି ମୈତ୍ରୀ ମହାସଂଘ । ମୈତ୍ରୀ ମାନେ ଧାରଣା ମାଧ୍ୟମରେ ଅଭିଯୋଗ ଆଣିଛନ୍ତି ଯେ, ପ୍ରଶିକ୍ଷଣ ପରେ ନିଯୁକ୍ତି ଦେବେ ବୋଲି କହି ତାଙ୍କୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି ରାଜ୍ୟ ସରକାର । କେବଳ ସେତିକି ନୁହେଁ, ତିନିଥର ଦାବି ପରେ ଚୁକ୍ତିନାମା ମଧ୍ୟ କରାଯାଇଛି । କିନ୍ତୁ ସେହି ପ୍ରତିଶୃତି ପାଣିର ଗାର ହୋଇରହିଯାଇଛି । ପ୍ରଶିକ୍ଷଣର ୮ ମାସ ପରେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ନିଯୁକ୍ତି ହେଇନାହିଁ । ତେଣୁ ତାଙ୍କ ଚାରି ଦଫା ଦାବି ନେଇ ରାଜରାସ୍ତାକୁ ଓଲ୍ଲାଇଛନ୍ତି ରାଜ୍ୟର ମୈତ୍ରୀମାନେ । ତେବେ ସେହି ଚାରି ଦଫା ଦାବିରେ ମୈତ୍ରୀ ମାନଙ୍କୁ ସରକାରୀ ବିଭାଗରେ ନିଯୁକ୍ତି, ଏନଜିଓଙ୍କ କବଳରୁ ମୁକ୍ତି, ବାହାର ରାଜ୍ୟ ମୈତ୍ରୀଙ୍କ ସମାନ୍ତରାଳ ଦରମା ଏବଂ ମନୋନୀତ ହୋଇଥିବା ପଞ୍ଚାୟତରେ ନିଯୁକ୍ତି ଆଦି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ... ଉଦଘାଟନ ହେଉନି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆ କୋଠା, ଘଣ୍ଟ ବଜାଇ ପ୍ରତିବାଦ

ଗୋ ବଂଶକୁ କୁତ୍ରିମ ପ୍ରଜନନ ମାଧ୍ୟମରେ ବୃଦ୍ଧି ଓ ଦୁଗ୍ଧ ବିପ୍ଳବ ମାଧ୍ୟମରେ କୃଷକ ମାନଙ୍କର ଉନ୍ନତି କରିବା ପାଇଁ ମୈତ୍ରୀ ମାନେ କାମ କରିଥାନ୍ତି । ଯାହା କେନ୍ଦ୍ର ସରକାରଙ୍କ ଯୋଜନା ଅନ୍ତର୍ଭୁକ୍ତ । ରାଜ୍ୟରେ ମୈତ୍ରୀ ମାନଙ୍କୁ ଟ୍ରେନିଂ ଦେଇ ନିଯୁକ୍ତି କରାଯାଇଥିଲା । କିନ୍ତୁ ରାଜ୍ୟ ସରକାର ଏହାକୁ ନିଜେ ପରିଚାଳନା କରୁନାହାନ୍ତି । ନିଜେ ପରିଚାଳନା କରିବା ବଦଳରେ ଏକ ଘରୋଇ ଏନଜିଓକୁ ଏହାର ଦାୟିତ୍ବ ଦେଇଛନ୍ତି । ଏନଜିଓ ନିଜର ମନମାନୀ ଆରମ୍ଭ କରିଦେଇଛି । ଫଳରେ ସେମାନଙ୍କୁ ଠିକ୍ ସମୟରେ ଦରମା ଦିଆଯାଉ ନାହିଁ । ଗରିବଙ୍କ ସହାୟତା ପାଇଁ ଯେଉଁ ସବୁ ସାମଗ୍ରୀ ମାଗଣା ଦେବା କଥା ସେଗୁଡ଼ିକ ପାଇଁ ତାଙ୍କଠାରୁ ଟଙ୍କା ନେବା ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ଏଥିସହ ସିକ୍ୟୁରିଟି ବାବଦକୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ବାଧ୍ୟ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.