ETV Bharat / state

ପଞ୍ଚଭୂତରେ ଲୀନ ହେଲେ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ, ଝୁରୁଛି ଜନ୍ମମାଟି

author img

By ETV Bharat Odisha Team

Published : Jan 28, 2024, 10:16 PM IST

Prominent Freedom Fighter Nilmani Samal: ନିରବି ଗଲେ ନୀଳମଣି ସାମଲ । ଏକ ଯୁଗର ଅବସାନ ଘଟାଇ ଆର ପାରିକୁ ଚାଲିଗଲେ ମହାନ ସ୍ବାଧିନତା ସଂଗ୍ରାମୀ । ରାଷ୍ଟ୍ରୀୟ ସମ୍ମାନ ସହ ଗାଁ ମାଟି ବାଲିପଡିଆ ଶେଷକୃତ୍ୟ ସମ୍ପର୍ଣ୍ଣ। ଅଧିକ ପଢ଼ନ୍ତୁ

ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ
ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ
ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ

ଯାଜପୁର: ପଞ୍ଚଭୂତରେ ଲୀନ ହେଲେ ମହାନ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଜନ୍ମମାଟି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବାଲିପଡିଆ ଗ୍ରାମରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । 102ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି । କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଆଜି ରାଷ୍ଟ୍ରୀୟ ସମ୍ମାନ ସହିତ ଗାଁ ମାଟିରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର୍ ଦିଆଯାଇ ନୀଳମଣିଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି ।

ଜିଲ୍ଲାରେ ଭାରତ ସ୍ବାଧୀନତା ସଂଗ୍ରାମ ଆନ୍ଦୋଳନର ସାମିଲ ହେଇଥିବା ଶେଷ ପ୍ରାମାଣିକ ଚିହ୍ନ ଆଜି ଲିଭିଯାଇଛି । ଓଡିଶା ତଥା ଯାଜପୁରର ଶେଷ ସ୍ବାଧିନତା ସଂଗ୍ରାମୀ ଭାବେ ପରିଚିତ ରାଜ୍ୟ ସ୍ବାଧୀନତା ସଂଗ୍ରାମ ସମିତିର ସଭାପତି ନୀଳମଣି ସାମଲଙ୍କ ଜୀବନର ଦୀପ ଲିଭିଯାଇଛି । 102ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି । କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଆଜି ତ୍ରିରଙ୍ଗା ପତାକାରେ ଆବୃତ୍ତ ହୋଇ ତାଙ୍କର ମରଶରୀର ରାଷ୍ଟ୍ରୀୟ ସମ୍ମାନ ସହିତ ଗାଁ ମାଟିରେ ବଡ଼ଚଣାରେ ପହଞ୍ଚିଥିଲା । ପାର୍ଥିବ ଶରୀର ବଡ଼ଚଣାରେ ପହଞ୍ଚିବା ପରେ ଛତିଆ, ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର ଆଦି ବିଭିନ୍ନ ସ୍ଥାନରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।

ସେପଟେ ନୀଳମଣିଙ୍କ ଶେଷ ଦର୍ଶନ ପାଇଁ ବିଭିନ୍ନ ବର୍ଗର ଲୋକେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଶେଷକୃତ୍ୟରେ ସାମିଲ ହୋଇଥିଲେ । ଯାଜପୁର ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ଅଧିକାରୀ ଗାଁରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।ଗାଁ ଶ୍ମଶାନ ମାଟିରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇ ଅନ୍ତିମ ବିଦାୟ ଦିଆଯାଇଛି । ଯେଉଁଠାରେ ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ଏସପି ଆଜି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ମୁଖ୍ୟମନ୍ତ୍ରୀଙ୍କ ଶୋକ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷକୃତ୍ୟ

ତେବେ ଦେଶର ସ୍ବାଧୀନତା ଆଣିବା ପାଇଁ ସଂଗ୍ରାମରେ ଝାସ ଦେଇଥିଲେ ଅନେକ ସଂଗ୍ରାମୀ । ସେମାନଙ୍କ ମଧ୍ୟରୁ ସଂଗ୍ରାମୀ ନୀଳମଣି ସାମଲ ଥିଲେ ଅନ୍ୟତମ । ମାତ୍ର ୧୬ ବର୍ଷ ବୟସରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାରେ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ ନୀଳମଣି । ତତ୍କାଳୀନ ସ୍ବାଧୀନତା ସଂଗ୍ରାମୀ କୃଷ୍ଣମୋହନ ରାଉତରାୟ ଏବଂ ବଡଚଣାର ଗାନ୍ଧୀ, ବୃନ୍ଦାବନ ତ୍ରିପାଠୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ନୀଳମଣି । ଏଥିପାଇଁ ତାଙ୍କୁ ବିଭିନ୍ନ ଜେଲରେ ୩ ବର୍ଷ କାରାବରଣ ଭୋଗିବାକୁ ପଡିଥିଲା । ତେବେ ସଂଗ୍ରାମୀ ନୀଳମଣି ଭାରତର ରାଷ୍ଟ୍ରପତିଙ୍କ ଦ୍ବାରା ଚାରି ଚାରି ଥର ସମ୍ମାନିତ ହୋଇଥିଲେ । ଏହାସହ ରାଜ୍ୟପାଳଙ୍କ ଠାରୁ ମଧ୍ୟ ସମ୍ମାନିତ ହେବା ସହ ଜିଲ୍ଲା ତଥା ଜିଲ୍ଲା ବାହାରେ ତାଙ୍କୁ ଅନେକ ସମ୍ମାନ ମିଳିଛି । ତେବେ ଜଣେ ବରିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କୁ ଆଜି ଦେଶ ହରାଇଥିବା ବେଳେ ସବୁଠାରେ ଶୋକରା ଛାୟା ଖେଳିଯାଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.