ETV Bharat / state

ଆଚରଣ ବିଧି ଲାଗୁ ପରଠୁ ୧୯ଟି ହିଂସାକାଣ୍ଡ, ଆଇନଶୃଙ୍ଖଳା ଠିକ ରହିଛି: ପୋଲିସ ଡିଜି - DGP On Security Arrangement

author img

By ETV Bharat Odisha Team

Published : May 12, 2024, 8:27 PM IST

DGP On Security Arrangement: ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର । ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସମସ୍ତ ଜିଲ୍ଲାର ଏସପି ଦିଆଯାଇଛି କଡ଼ା ନିର୍ଦ୍ଦେଶ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡ଼ିଜି ଅରୁଣ ଷଡଙ୍ଗୀ । ଅଧିକ ପଢନ୍ତୁ

ଆଚରଣ ବିଧି ଲାଗୁ ପରଠୁ ୧୯ଟି ହିଂସାକାଣ୍ଡ, ଆଇନଶୃଙ୍ଖଳା ଠିକ୍ ରହିଛି କହିଲେ ପୋଲିସ ଡିଜି
ଆଚରଣ ବିଧି ଲାଗୁ ପରଠୁ ୧୯ଟି ହିଂସାକାଣ୍ଡ, ଆଇନଶୃଙ୍ଖଳା ଠିକ୍ ରହିଛି କହିଲେ ପୋଲିସ ଡିଜି (ETV Bharat Odisha)

ଭୁବନେଶ୍ବର: ରାତି ପାହିଲେ ପଡ଼ିବ ପ୍ରଥମ ପର୍ଯ୍ୟାୟ ଭୋଟ । ତେଣୁ ରାଜ୍ୟରେ ଜାରି ରହିଛି ନିର୍ବାଚନୀ ପ୍ରସ୍ତୁତି । ମାଳ ମାଳ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତଥାପି ଆଦର୍ଶ ଆଚରଣ ବିଧି ଲାଗୁ ପରଠୁ ଏଯାବତ ଦେଖା ଦେଲାଣି ୧୯ଟି ରାଜନୈତିକ ହିଂସାକାଣ୍ଡ । ତେବେ ବଡ଼ ଧରଣର ନ ହୋଇଥିଲେ ବି ଛୋଟ ଛୋଟ ଗଣ୍ଡଗୋଳ ଯୋଗୁଁ ଆଇନଶୃଙ୍ଖଳା ଠିକ୍ ରହିଛି ବୋଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପୋଲିସର ପ୍ରସ୍ତୁତି ସମ୍ପର୍କରେ ସୂଚନା‌ ଦେଇଛନ୍ତି ପୋଲିସ ଡିଜି ।

ଏନେଇ ପୋଲିସ ଡିଜି ଅରୁଣ ଷଡଙ୍ଗୀ କହିଛନ୍ତି ଯେ, ଆଇନଶୃଙ୍ଖଳା ଉପରେ ନଜର ରଖିଛନ୍ତି ଏଡଜି ସଞ୍ଜୟ କୁମାର । ଯେ କି ନିର୍ବାଚନ ପରିଚାଳନାରେ ରାଜ୍ୟ ପୋଲିସର ନୋଡାଲ ଅଫିସର ଭାବେ ଦାୟିତ୍ବ ତୁଲାଉଛନ୍ତି । ତେବେ ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସମସ୍ତ ଜିଲ୍ଲା ଏସପି ଓ ରେଞ୍ଜକୁ ଯାଇ ଏନେଇ ପୁର୍ବରୁ ପ୍ରସ୍ତୁତି ଓ ନିର୍ଦ୍ଦେଶ ଦିଆଯାଇଛି । ତେବେ ୩୩ ହଜାର ଓ୍ବାରେଣ୍ଟ ବା ଦାଗୀଙ୍କୁ କୋର୍ଟରେ ହାଜର କରାଯାଇଛି । ପ୍ରାୟ ୩୯ ହଜାରରୁ ଊର୍ଦ୍ଧ୍ବ ପେଷାଦାର ଅପରାଧୀଙ୍କୁ CRPC ୧୦୭,୧୦୯,୧୧୦ରେ ଆଗୁଆ ଗିରଫଦାରୀ ଏବଂ ୪୭ ହଜାରରୁ ୨୮୯ ବ୍ୟକ୍ତିଙ୍କୁ ନୋଟିସ କରାଯାଇଛି । ସେହିପରି ୭ଜଣ ଅପରାଧୀଙ୍କୁ ଏନଏସଏ ଲାଗୁ କରାଯାଇଛି ।

ଜାନୁଆରୀରୁ ଏଯାବତ ଧରପଗଡ ବେଳେ ୨୩୩ଟି ବେଆଇନ୍ ଅସ୍ତ୍ରଶସ୍ତ୍ର ସହ ୧୧୨ଟି କ୍ୟାଟ୍ରିଜ,୧୧୩ଟି ବମ୍ ,୧୫୧୩ ବିସ୍ଫୋରକ ଦ୍ରବ୍ୟ ସହ ୩ଟି ବନ୍ଧୁକ କାରଖାନା ଠାବ କରାଯାଇ ସିଲ୍ କରିଛି । ଯେଉଁଠୁ ପର୍ଯ୍ୟାପ୍ତ ମାତ୍ରାରେ ଅସ୍ତ୍ରଶସ୍ତ୍ର ତିଆରି ଜିନିଷ ଜବତ କରାଯାଇଛି । ସେହିପରି ବେଆଇନ ନିଶା କାରବାର ଓ ଟଙ୍କା ଜବତ ଉପରେ ନଜର ରଖି ୪ଲକ୍ଷ ୫୦ହଜାର ଲିଟର ବେଆଇନ୍ ମଦ ଜବତ କରାଯାଇଛି । ବିନା ଲାଇସେନ୍ସ ଏପରି କାରବାର କରୁଥିବାରୁ ୨୨ ହଜାର କେସ କରି ୩୪୨୮ଲୋକକୁ ଗିରଫ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ.....CEOଙ୍କୁ ବିଜେଡ଼ିର ଫେରାଦ, ଆସ୍କା ବିଧାୟକ ପ୍ରାର୍ଥୀ ସରୋଜ ପାଢ଼ୀଙ୍କ ବିରୋଧରେ ଅଭିଯୋଗ - BJD Delegation Meets CEO

ସେହିପରି ୭୦୨୧କେଜି ଗଞ୍ଜେଇ ଜବତ ସହ ୫ହଜାର ଏକର ଗଞ୍ଜେଇ ନଷ୍ଟ କରଯାଇଛି ୧୪୪୮ ବ୍ୟକ୍ତି ଗିରଫ କରାଯାଇଛି ।ସେହିପରି ପଶ୍ଚିମବଙ୍ଗରୁ ଓଡ଼ିଶା ଦେଇ ଚାଲାଣ ହେଉଥିବା ୪ କେଜି ୫୦୦ଗ୍ରାମ ବ୍ରାଉସୁଗାର‌ ଠାବ ଜବତ କରିଛି ପୋଲିସ । ଏଥିସହ ପଶ୍ଚିମ ଓଡ଼ିଶାରେ ବହୁ କଫସିରଫ ଧରପଗଡ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟ ବିଷୟ ୩୬୫୦ ଲିଟର କଫସିରଫ ଜବତ ହୋଇଛି । ୧୦୪୮ ଜଣ ଲୋକ ଯେଉଁମାନେ କାରବାର କରୁଥିଲେ ସେମାନଙ୍କୁ ଗିରଫ କରାଯାଇଛି । ସେହିପରି ଷ୍ଟାଟିକ ସର୍ଭିନଲାନସ ଟିମ୍ ରାସ୍ତାଯାଞ୍ଚ ବେଳେ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଟଙ୍କା କାରବାର ବେଳେ ସ୍ପେଶାଲ ସର୍ଭିଲାନସ ଟିମ୍ ଚେକ୍ କରି 4 କୋଟିରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଜବତ କରାଯାଇଛି ।

ଫେକ୍ ନ୍ୟୁଜ ସୋସିଆଲ ମିଡ଼ିଆ ବ୍ଲକ କରାଯାଇଛି । ବିଶେଷ କରି ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରି ବଦନାମ କରିବା ମିଛ ଅପପ୍ରଚାର କରିବା ଓ ଭୁଲ ଖବର ପ୍ରଘଟ କରିବା ଆଦି ଉପରେ ନଜର ରଖାଯାଇଛି । ଏନେଇ ନୋଡାଲ ଅଫିସର ଭାବେ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ କେଙ୍କୁ ଦାୟିତ୍ବ ଦିଆଯାଇଛି । ଆଇଟି ଆକ୍ଟରେ ୫ଟି କେସ ରେଜିଷ୍ଟର କରାଯାଇଛି । ୧ ଜଣଙ୍କୁ ଗିରଫ କରାଯାଇଛି । ନିତିଦିନ‌‌ ପୋଷ୍ଟ ହେଉଥିବା ସୋସିଆଲ ମିଡିଆ ପୋଷ୍ଟ ପ୍ରାୟ ୬୦୦ଟି କେସ ଉପରେ ନଜର ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.