ETV Bharat / state

ଖୋର୍ଦ୍ଧାରେ ଜୋରଦାର ପ୍ରସ୍ତୁତି: ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ହେବ ନିର୍ବାଚନକୁ ଗୁରୁତ୍ବ

author img

By ETV Bharat Odisha Team

Published : Mar 17, 2024, 7:30 PM IST

Election Preparation In Khordha: ବାଜି ସାରିଛି ନିର୍ବାଚନ ବିଗୁଲ । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାରେ ଜୋରଦାର ପ୍ରସ୍ତୁତି କରାଯାଉଛି । ଅଧିକ ପଢନ୍ତୁ

Election Preparation
Election Preparation
Election Preparation

ଖୋର୍ଦ୍ଧା: ବାଜି ସାରିଛି ନିର୍ବାଚନ ବିଗୁଲ । ସବୁଠି ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସଦ୍‌ଭାବନା ସଭାଗୃହରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି କହିଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଏବଂ ପୁରୀ ଲୋକସଭା ଆସନ ଅନ୍ତର୍ଗତ ଚିଲିକା ବିଧାନସଭାରେ ମତଦାନ ହେବ । ଷଷ୍ଠ ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଆସନ୍ତା ଏପ୍ରିଲ ୨୯ ତାରିଖରେ ବିଜ୍ଞପ୍ତି ଜାରି ହେବ ଏବଂ ମେ ୬ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ।

ସେହିଭଳି ମେ ୭ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଏଥିସହ ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇ ଜୁନ୍ ୬ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ । ଚଳିତ ନିର୍ବାଚନ ନିମନ୍ତେ ଜିଲ୍ଲାରେ ଏପର୍ଯ୍ୟନ୍ତ ୧୮ ଲକ୍ଷ ୬୫ ହଜାର ୪୫୫ ଜଣ ମତଦାତା ଅଛନ୍ତି । ସେମାନଙ୍କ ମଧ୍ୟରେ ୯ ଲକ୍ଷ ୭୧ ହଜାର ୫୫୪ ଜଣ ପୁରୁଷ, ୮ ଲକ୍ଷ ୯୩ ହଜାର ୩୪୧ ଜଣ ମହିଳା, ୫୬୦ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ଏମାନଙ୍କ ମଧ୍ୟରେ ୩୫ ହଜାର ୩୦୮ ଜଣ ଯୁବ ଭୋଟର ରହିଛନ୍ତି । ଜିଲ୍ଲାରେ ୮ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧ ହଜାର ୯୦୭ଟି ମତଦାନ କେନ୍ଦ୍ର ରହିଛି । ସେଥିମଧ୍ୟରୁ ୫୨୪ଟି ମହିଳାମାନଙ୍କ ଦ୍ୱାରା ପରିଚାଳିତ ପିଙ୍କ୍‌ ବୁଥ୍‌ ତଥା ସଖୀ ବୁଥ୍‌ ରହିଛି । ୧୪୯ଟି ବୁଥ୍‌ରେ ମତଦାନ ପରିଚାଳନା ପାଇଁ ମହିଳାମାନେ ପ୍ରମୁଖ ଦାୟିତ୍ୱ ତୁଲାଇବେ । ଏହାସହ ୩୦ ବର୍ଷରୁ କମ୍‌ ଯୁବ ଅଧିକାରୀମାନେ ୩୦ଟି ବୁଥ୍‌ରେ ପୁଲିଂ ଅଧିକାରୀ ଭାବେ କାର୍ଯ୍ୟ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଗୋଟିଏ ବୁଥ୍‌ ଭିନ୍ନକ୍ଷମଙ୍କ ଦ୍ୱାରା ପରିଚାଳିତ ହେବ । ଅନ୍ୟପକ୍ଷରେ ଭୁବନେଶ୍ୱର (ମଧ୍ୟ)ର ସମସ୍ତ ୧୯୯ଟି ବୁଥ୍‌ ସଖୀ ମତଦାନ କେନ୍ଦ୍ର ଭାବେ ପରିଚାଳିତ ହେବ । ଏହି ସମସ୍ତ ମତଦାନ କେନ୍ଦ୍ର ମଧ୍ୟରୁ ୨୦ ପ୍ରତିଶତ ଆଦର୍ଶ ବୁଥ୍‌ ଏବଂ ୬୦ ପ୍ରତିଶତ ବୁଥ୍‌ରେ ୱେବକାଷ୍ଟିଂ କରାଯିବ । ନିର୍ବାଚନ ପ୍ରକ୍ରିୟାରେ ଜିଲ୍ଲାରେ ପ୍ରାୟ ୧୪ ହଜାର ପୁଲିଂ ଅଧିକାରୀ ନିଯୁକ୍ତ ହେବେ । ପୁଲିଂ ଅଧିକାରୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ତାଲିମ ପ୍ରଦାନ ପ୍ରକ୍ରିୟା ଜାରି ରହିଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବୁଥ୍‌ରେ ଅସ୍ଥାୟୀ ପ୍ରତୀକ୍ଷା କକ୍ଷ, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯିବ । ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର, ଜଟଣୀ ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ, ବେଗୁନିଆ, ଖୋର୍ଦ୍ଧା ବିଧାନସଭା କ୍ଷେତ୍ର ପାଇଁ ଜିଲ୍ଲା ପଣ୍ୟାଗାର ଏବଂ ଚିଲିକା ବିଧାନସଭା ପାଇଁ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ପୋଲିଂ ପାର୍ଟିମାନେ ବୁଥ୍‌ ଅଭିମୁଖେ ଯାତ୍ରା କରିବା ସହ ମତଦାନ ପରେ ଇଭିଏମ ଦାଖଲ ଏବଂ ଭୋଟଗଣନା କେନ୍ଦ୍ର କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିଭଳି ୮୫ ବର୍ଷ ବୟସରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ଘରେ ରହି ମତଦାନ କରିବା ବ୍ୟବସ୍ଥା କରାଯିବ ।

ଏହା ମଧ୍ୟ ପଢନ୍ତୁ...କେନ୍ଦ୍ରାପଡ଼ାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର

ନିର୍ବାଚନୀ ସଂକ୍ରାନ୍ତୀୟ ଅଭିଯୋଗ ପାଇଁ 'ସି-ଭିଜିଲ' ଆପ୍‌ କିମ୍ବା ଜିଲ୍ଲା ନିୟନ୍ତ୍ରଣ କକ୍ଷ ୦୬୭୫୫-୨୨୦୯୩୭ ଏବଂ ୧୯୫୦କୁ ଫୋନ୍‌ କରି ଅଭିଯୋଗ ଦାଖଲ କରିହେବ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ମିଡ଼ିଆ ସାର୍ଟିଫିକେସନ୍‌ ଏବଂ ମନିଟରିଂ କମିଟି ସେଲ୍‌ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିଭଳି ନିର୍ବାଚନକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ସହ ଅର୍ଥ, ଉପହାର କିମ୍ବା ମାଦକ ଦ୍ରବ୍ୟ ଭଳି ପ୍ରଲୋଭନ ରୋକିବା ପାଇଁ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ କ୍ଷେତ୍ର ପାଇଁ ବିଭିନ୍ନ ଟିମ ଗଠନ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ । ସେହିଭଳି ସରକାରଙ୍କର ପ୍ରଚାର ଓ ପ୍ରସାର ନିମନ୍ତେ ସର୍ବସାଧାରଣ ସ୍ଥାନରେ ଲାଗିଥିବା ହୋଡିଂ, ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ତୁରନ୍ତ ହଟାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜିଲ୍ଲାପାଳ ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.