ETV Bharat / state

ପ୍ରଥମ ଥର ଭୋଟ ଦେଉଛି ବିଚ୍ଛିନ୍ନାଞ୍ଚଳ, ନଦୀ ପାର ହୋଇ ପହଞ୍ଚିଲେ ପୋଲିଂ ପାର୍ଟି - Polling in Isolated area - POLLING IN ISOLATED AREA

Polling in Isolated area: ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଈନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳ ଭୋଟରଙ୍କ ପାଇଁ ଚଳିତ ନିର୍ବାଚନରେ ପ୍ରଥମ ଥର ଲୋକସଭା ଓ ବିଧାନସଭା ମତଦାନ ପାଇଁ 2ଟି ବୁଥ କରାଯାଇଛି । ଅଧିକ ପଢ଼ନ୍ତୁ

Polling in Isolated area
Polling in Isolated area (ETV Bharat Odisha)
author img

By ETV Bharat Odisha Team

Published : May 12, 2024, 9:43 PM IST

Polling in Isolated area (ETV Bharat Odisha)

ନବରଙ୍ଗପୁର: ଇନ୍ଦ୍ରାବତୀ ଜଳଭଣ୍ଡାର ଜଳବନ୍ଦୀ ଅଞ୍ଚଳରେ ପ୍ରଥମ ଥର ପାଇଁ ହେଲା ମତଦାନ ବୁଥ । ଲଞ୍ଚରେ ଗଲେ ପୋଲିଂ ଅଧିକାରୀ । ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀର ଜଳବନ୍ଦୀ ବିଛିନ୍ନାଞ୍ଚଳରେ ପ୍ରଥମ ଥର ପାଇଁ ନିର୍ବାଚନ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ନିଜ ଭିଟାମାଟିରେ ଭୋଟ ଦେବେ ଇନ୍ଦ୍ରାବତୀ ଜଳବନ୍ଦୀ ବିଛିନ୍ନାଞ୍ଚଳ ବାସିନ୍ଦା । ଯାହା ପଇଁ ଆଜି ପୋଲିଂ ଅଧିକାରୀ ମାନେ ମୋଟର ଲଞ୍ଚରେ ନିର୍ବାଚନ ପାଇଁ ଆବଶ୍ୟକ ଉପକରଣ ନେଇ ପୋଲିଂ ବୁଥକୁ ଯାଇଛନ୍ତି ।

ପୂର୍ବରୁ ଏମାନେ କେନ୍ଦୁଗୁଡ଼ା ଓ ମଞ୍ଚାଗାଁରେ ଭୋଟ ଦେଉଥିଲେ । ଯାହା ପାଇଁ ଦେଶୀ ଡଙ୍ଗା ସାହାଯ୍ୟରେ ନିଜ ଜୀବନକୁ ବାଜି ଲଗାଇ ଜଳ ଭଣ୍ଡାର ଅତିକ୍ରମ କରି ନିଜ ମତ ସାବ୍ୟସ୍ତ କରିବା ପାଇଁ ଆସୁଥିଲେ ସେହି ଅଞ୍ଚଳର ଲୋକ । ଯାହା ଫଳରେ ଖୁବ କମ ପରିମାଣରେ ମତଦାନ ହେଉଥିଲା । ଶତ ପ୍ରତିଶତ ମତଦାନ କରିବାର ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ଚଳିତ ନିର୍ବାଚନରେ ସେମାନଙ୍କ ପାଇଁ ଗ୍ରାମରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ଓଡ୍ରାଫ୍ଟ ଟିମ୍ ସହିତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତକୁ ପୋଲିଂ ଅଧିକାରୀ ଯାଇଛନ୍ତି । ଏହି ପଞ୍ଚାୟତର ଗୁରୁମାଇଗୁଡ଼ା, ଟାଙ୍ଗୀନକୋଟ, ତଲଙ୍ଗ, ବାଗରା ଓ ଝୋଲାଗୁଡା ଗ୍ରାମବାସୀ ଚଳିତ ବର୍ଷ ନିଜ ଅଞ୍ଚଳରେ ଭୋଟ ଦେବେ । ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ବିଚ୍ଛିନ୍ନାଞ୍ଚଳରେ ୨୬୮ ଓ ୨୬୯ ଭଳି ଦୁଇଟି ବୁଥ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.. ପ୍ରଥମ ଥର ନିଜ ଅଞ୍ଚଳରେ ଭୋଟ ଦେବେ ତେନ୍ତୁଳିଖୁଣ୍ଟିର ବିଚ୍ଛିନ୍ନାଞ୍ଚଳ ଭୋଟର, 2ଟି ବୁଥରେ ହେବ ମତଦାନ - Vote In Isolated Area

ସେଠାରେ ଥିବା ଦୁଇଟି ଗାଁ ପାଇଁ ଗୋଟିଏ ବୁଥ ହୋଇଥିବା ବେଳେ ଅନ୍ୟ ତିନୋଟି ଗାଆଁ ପାଇଁ ଆଉ ଗୋଟିଏ ବୁଥର ବ୍ୟବସ୍ଥା କରାଯାଇଥିବା ତେନ୍ତୁଳିଖୁଣ୍ଟି ବିଡିଓ ସୂଚନା ଦେଇଛନ୍ତି । ଜଳ ଭଣ୍ଡାରରେ ଜଳପଥ ଯୋଗେ ୭ କିମି ଓ ସ୍ଥଳ ପଥରେ ଗାଡ଼ି ଯୋଗେ ୬ କିମି ଅତିକ୍ରମ କରି ପୋଲିଂ ପାର୍ଟି ଟିମ୍ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛନ୍ତି । ସେଠାରେ ବିଦ୍ୟୁତ୍ ବ୍ୟବସ୍ଥା ନଥିବା ବେଳେ ସୋଲାର ଲାଇଟର ବ୍ୟବସ୍ଥା କରାଯାଇଛି । ବିଡ଼ିଓ ମନୋଜ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟିମ ବୋଟରେ ଇଭିଏମ, ଭିଭିପାଟ ଏବଂ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଆନୁସଙ୍ଗିକ ସାମଗ୍ରୀ ଧରି ସେହି ଅଞ୍ଚଳକୁ ଯାଇଛନ୍ତି । ଅପରପକ୍ଷରେ ସୁରକ୍ଷା ବ୍ୟବସ୍ଥା ପାଇଁ ନବରଙ୍ଗପୁର ଏବଂ କୋରାପୁଟ ପୋଲିସ ଟିମ ମଧ୍ୟ ସାହାଯ୍ୟ କରିବ ବୋଲି ବିଡିଓ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.