ETV Bharat / state

ଓଡିଶାରେ 28, 987 କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ - ବିଦ୍ୟୁତ ପ୍ରକଳ୍ପ ଶୁଭାରମ୍ଭ କରିବେ ମୋଦି

PM to Inaugurate Two Thermal Power Station: ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାରେ 28 ହଜାର 987 କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେବୃଆରୀ 3 ତାରିଖ ଓଡ଼ିଶା ଗସ୍ତରେ ଆସି ଦୁଇଟି ଥର୍ମାଲ ପାୱାର ପ୍ରକଳ୍ପର ଲୋକାର୍ପଣ କରିବା ସହ ଗୋଟିଏ ବିଦ୍ୟୁତ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଓଡିଶାରେ 28 ହଜାର 987 କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Feb 1, 2024, 8:16 PM IST

ଓଡିଶାରେ 28 ହଜାର 987 କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ 28 ହଜାର 987 କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେବୃଆରୀ 3 ତାରିଖ ଓଡ଼ିଶା ଗସ୍ତରେ ଆସି ଦୁଇଟି ଥର୍ମାଲ ପାୱାର ପ୍ରକଳ୍ପର ଲୋକାର୍ପଣ କରିବା ସହ ଗୋଟିଏ ବିଦ୍ୟୁତ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏନଟିପିସି କର୍ତ୍ତୃପକ୍ଷ ।

ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାରେ 28 ହଜାର 987 କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେବୃଆରୀ 3 ତାରିଖ ଓଡ଼ିଶା ଗସ୍ତରେ ଆସି ଦୁଇଟି ଥର୍ମାଲ ପାୱାର ପ୍ରକଳ୍ପର ଲୋକାର୍ପଣ କରିବା ସହ ଗୋଟିଏ ବିଦ୍ୟୁତ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । 2800 ମେଗାୱାଟ କ୍ଷମତା ବିଶିଷ୍ଟ ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ ଏବଂ 1250 ମେଗାୱାଟ କ୍ଷମତା ବିଶିଷ୍ଟ ଏନଏସପିସିଏଲ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ମୋଦି । ଏହା ସହ 2660 ମେଗାୱାଟ କ୍ଷମତା ବିଶିଷ୍ଟ ଏନଟିପିସି ତାଳଚେର ଥର୍ମାଲ ବିଦ୍ୟୁତ ପ୍ରକଳ୍ପ ଷ୍ଟେଜ-୩ ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏହି ସମସ୍ତ ପ୍ରକଳ୍ପ ନିମନ୍ତେ 28 ହଜାର 978 କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଅଧିକ ପଢନ୍ତୁ- ଉଦଘାଟନ ପାଇଁ ପ୍ରସ୍ତୁତ ଆଇଆଇଏମ ସମ୍ବଲପୁର, ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା

ଏନଟିପିସି କର୍ତ୍ତୃପକ୍ଷ ଆହୁରି କହିଛନ୍ତି ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଦର୍ଲିପାଲି ଏସଟିପିପି ହେଉଛି ସୁପରକ୍ରିଟିକାଲ ଜ୍ଞାନକୌଶଳ ସମ୍ପନ୍ନ ଏକ ପିଟ ହେଡ ପାଓ୍ବାର ଷ୍ଟେସନ । ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଗୁଜରାଟ ଏବଂ ସିକିମ ଭଳି ରାଜ୍ୟ ଗୁଡ଼ିକୁ କମ ମୂଲ୍ୟରେ ବିଜୁଳି ଯୋଗାଉଛି । ରାଉରକେଲା ଇସ୍ପାତ କାରଖାନା (ଆରଏସପି)ରେ ଏନଟିପିସି-ସେଲ ପାଓ୍ବାର କମ୍ପାନି ଲିମିଟେଡର ୨୫୦ ମେଗାଓ୍ବାଟ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। ଯାହା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ବପୂର୍ଣ ଇସ୍ପାତ କାରଖାନାକୁ ନିର୍ଭରଯୋଗ୍ୟ ଶକ୍ତି ପ୍ରଦାନ କରିବ ।

ଏହାବ୍ୟତୀତ ଏନଟିପିସି ଓଡ଼ିଶାର ଅନୁଗୁଳ ଜିଲ୍ଲାର ପୁରୁଣା ଟିଟିପିଏସ ପ୍ଲାଟ ପରିସରରେ ତାଳଚେର ଥର୍ମାଲ ପାୱାର ପ୍ରୋଜେକ୍ଟ, ଷ୍ଟେଜ-୩ ନିର୍ମାଣ କରୁଛି, ଯାହାକୁ ଏନଟିପିସି ୧୯୯୫ ମସିହାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡଠାରୁ ଅଧିଗ୍ରହଣ କରିଥିଲା । ଦେଶ ପାଇଁ ୫୦ ବର୍ଷରୁ ଅଧିକ ସେବା ପ୍ରଦାନ କରିବା ପରେ ପୁରୁଣା ଟିଟିପିଏସ କାରଖାନାକୁ ଅଚଳ କରି ଦିଆଯାଇଥିଲା ।

ନିର୍ମାଣ ହେବାକୁ ଥିବା ଏହି ନୂତନ ପ୍ଲାଟରେ ଅତ୍ୟନ୍ତ ଦକ୍ଷ ଅଲଟ୍ରା ସୁପର କ୍ରିଟିକାଲ ଟେକ୍ନୋଲୋଜି ଆଧାରିତ ୟୁନିଟ ଏବଂ ଏହି ପ୍ଲାଟର କ୍ଷମତା ପୁରୁଣା ଟିଟିପିଏସ ପ୍ଲାଟର କ୍ଷମତା ଠାରୁ ତିନି ଗୁଣ ଅଧ‌ିକ ରହିବ । ଏହି ପ୍ରକଳ୍ପର ୫୦% କ୍ଷମତା ଓଡ଼ିଶା ରାଜ୍ୟକୁ ସମର୍ପିତ ହୋଇଥିବା ବେଳେ ଅନ୍ୟ ହିତାଧୁକାରୀ ରାଜ୍ୟ ଯଥା ତାମିଲନାଡୁ, ଗୁଜରାଟ ଓ ଆସାମ ମଧ୍ୟ ଏହି ପିଟ ହେଡ ଷ୍ଟେସନରୁ କମ ମୂଲ୍ୟରେ ବିଜୁଳି ପାଇବେ ।

ଏହି ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏହି ପ୍ରକଳ୍ପ ଗୁଡ଼ିକ ପ୍ରତ୍ୟକ ଭିତ୍ତିଭୂମି ଯଥା ଆପ୍ରୋଚ ରୋଡ, ଡ୍ରେନେଜ, ପରିବହନ ଏବଂ ଯୋଗାଯୋଗ ସୁବିଧାରେ ଉନ୍ନତି ଆଣିବାରେ ସହାୟକ ହୋଇଛି । ଶିକ୍ଷା, ପାନୀୟ ଜଳ, ପରିମଳ, ସ୍ବାସ୍ଥ୍ୟ, ମହିଳା ସଶକ୍ତାକରଣ, ଗ୍ରାମୀଣ କ୍ରୀଡ଼ା ଇତ୍ୟାଦି କ୍ଷେତ୍ରରେ ଆଖପାଖ ଗ୍ରାମରେ ଏନଟିପିସି ପକ୍ଷରୁ ବିଭିନ୍ନ ଗୋଷ୍ଠୀ ବିକାଶ ମୂଳକ ପଦକ୍ଷେପ ନିଆଯାଉଛି । ଏନଟିପିସି ଓଡ଼ିଶାର ସୁନ୍ଦରଗଡ଼ରେ ଏକ ମେଡିକାଲ କଲେଜ ତଥା ହସ୍ପିଟାଲ ପ୍ରତିଷ୍ଠା କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.