ETV Bharat / state

ସ୍ୱାଭିମାନ ଅଞ୍ଚଳ ପାଳିଲା 'ବିଜୟ ଦିବସ', ତାଜା ହେଲା ମାଓବାଦୀ-ଆଦିବାସୀ ସଂଘର୍ଷ ସ୍ମୃତି

author img

By ETV Bharat Odisha Team

Published : Jan 26, 2024, 10:17 AM IST

Victory Day Celebrate: ଆଜିବି ମନେପଡ଼େ ୨୦୨୦ ମସିହା ଜାନୁଆରୀ ୨୫ ତାରିଖ ଦିନ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଏବଂ ଆଦିବାସୀଙ୍କ ମଧ୍ୟରେ ହୋଇଥିବା ସଙ୍ଘର୍ଷ । ପ୍ରତିବର୍ଷ ଏହି ଦିନକୁ ବିଜୟ ଦିବସ ରୂପେ ପାଳନ କରନ୍ତି ଲୋକେ । ଅଧିକ ପଢନ୍ତୁ

ସ୍ୱାଭିମାନ ଅଞ୍ଚଳରେ ପାଳନ ହେଲା 'ବିଜୟ ଦିବସ', ଯୋଗଦେଲେ ଏସପି

ମାଲକାନଗିରି: ଆଜି ସାରା ଦେଶ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବ ବେଳେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳବାସୀ ଏହାର ପୂର୍ବଦିନ ପାଳନ କରିଛନ୍ତି ବିଜୟ ଦିବସ । ଏହି ଦିନରେ ଲାଲ ଆତଙ୍କରୁ ନିଜକୁ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ସ୍ୱାଭିମାନ ଅଞ୍ଚଳର ଆଦିବାସୀ ମହିଳା ।

ସ୍ବାଭିମାନ ଅଞ୍ଚଳର ୩ଟି ଗ୍ରାମ ଯଥା ଜନ୍ତୁରାଇ, ଯୋଡ଼ାମ୍ବ ଏବଂ ସିନ୍ଧିବାଡ଼ି ଗ୍ରାମର ଗ୍ରାମବାସୀ ଏକତ୍ରିତ ହୋଇ ଦୀର୍ଘ ଦିନ ହେବ ଅତ୍ୟାଚାରିତ ହୋଇ ଆସୁଥିବା ମାଓବାଦୀଙ୍କ ଅତ୍ୟାଚାର ବିରୁଦ୍ଧରେ ଦୃଢ଼ ପ୍ରତିବାଦ କରିବା ସହ ପ୍ରଥମ କରି ମାଓବାଦୀଙ୍କ ବିରୋଧରେ ଅସ୍ତ୍ର ଧରିଥିଲେ । ସେହି ଦିନ ଜନ୍ତୁରାଇ ଗ୍ରାମରେ ମାଓବାଦୀ ଓ ମହିଳାଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା । ଏଥିରେ ଆଡ଼ମରା ନାମକ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଜିପରୋ ନାମକ ମାଓବାଦୀ ଗୁରୁତର ଭାବେ ଆହତ ହୋଇଥିଲେ ।

ତେବେ ଜିପରୋକୁ ଗ୍ରାମବାସୀ ଧରି ପୋଲିସ ଜିମା ଦେଇଥିଲେ । (୨୦୨୦ ମସିହା ଜାନୁଆରୀ ୨୫) ଏହି ଦିନରେ ତିନୋଟି ଗ୍ରାମର ବାସିନ୍ଦା ସମ୍ପୂର୍ଣ୍ଣ ରୂପେ ମାଓବାଦୀଙ୍କ ହାତ ଛାଡ଼ି ସରକାର ତଥା ପ୍ରଶାସନକୁ ସହଯୋଗ କରିବା ପାଇଁ ପ୍ରତିଜ୍ଞା କରିଥିଲେ । ଏହି ଦିନରେ ପ୍ରଥମ କରି ମାଓବାଦୀଙ୍କ ଗଡ଼ କୁହାଯାଉଥିବା ଜନ୍ତୁରାଇ, ସିନ୍ଧିଗୁଡା, ଯୋଡାଆମ୍ବ ଗ୍ରାମ ବାସିନ୍ଦା ମାଓବାଦୀମାନଙ୍କୁ ଗ୍ରାମରୁ ବିଦା କରିଥିଲେ ।

ଏହା ମଧ୍ୟ ପଢନ୍ତୁ .....ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ରାମ ମନ୍ଦିର ପ୍ରତିଷ୍ଠା ନ୍ୟାୟିକ ବ୍ୟବସ୍ଥାରେ ଦେଶବାସୀଙ୍କ ବିଶ୍ବାସର ପ୍ରତୀକ

ଏହା ମଧ୍ୟ ପଢନ୍ତୁ .......ଓଡ଼ିଶାର 28 ଜଣଙ୍କୁ ସେବା ଓ ସାହସିକତା ସମ୍ମାନ, 2 ଜଣଙ୍କୁ ରାଷ୍ଟ୍ରପତି ପଦ

୨୦୨୦ ମସିହା ଜାନୁଆରୀ ୨୫ ତାରିଖ ଦିନ ଆଜିର ଏହି ଦିନରେ ମାଓବାଦୀଙ୍କ କବଳରୁ ମୁକ୍ତ ହୋଇ ସ୍ବାଧୀନତା ପାଇଥିବା ସ୍ବାଭିମାନ ଅଞ୍ଚଳବାସୀ ଖୁସି ପ୍ରକାଶ କରିବା ସହ ତ୍ରିରଙ୍ଗା ପତାକା ଉଠାଇ ବିଜୟ ଉତ୍ସବ ମନାଇଛନ୍ତି । ଏହି ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଏସପି ନିତେଶ ୱାଧୱାନୀ, ବିଏସଏଫ ଆସିଷ୍ଟାଣ୍ଟ କାମାଣ୍ଡାଣ୍ଟ ସନ୍ଦୀପ କୁମାର, ବିଏସଏଫର ବୀରେନ୍ଦର ପହେଲ, ଯୋଡାଆମ୍ବ ସରପଞ୍ଚ ପିଙ୍କି ହନ୍ତାଳ ଉପସ୍ଥିତ ଥିବାବେଳେ ସ୍ବାଭିମାନ ଅଞ୍ଚଳର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ....ନାରୀଶକ୍ତି କୈନ୍ଦ୍ରିକ ହେବ ଗଣତନ୍ତ୍ର ଦିବସ ପରଡେ: ପ୍ରଥମ ଥର 3ସେନାର ମହିଳା କଣ୍ଟିନଜେଣ୍ଟ ସାମିଲ

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.