ETV Bharat / state

ପ୍ରଚଣ୍ଡ ତାତିକୁ ବିଜୁଳି ସମସ୍ୟାରେ ଛନ୍ଦି ହୋଇଛନ୍ତି ଲୋକେ, କେଉଁଠି ଲୋ-ଭୋଲଟେଜ୍ ତ କେଉଁଠି ଅଘୋଷିତ ପାୱାରକଟ୍ - Nayagarh power cut - NAYAGARH POWER CUT

power cut problem in Nayagarh: ନୟାଗଡରେ ଅଘୋଷିତ ପାଓ୍ବାରକଟ୍‌ ଓ ଲୋ ଭୋଲଟେଜ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବାରମ୍ବାର ଏଭଳି ସମସ୍ୟା ଦେଖାଯାଉଥିବା ଅଭିଯୋଗ ଆଣିଛନ୍ତି ସାଧାରଣଲୋକେ । ଅଧିକ ପଢନ୍ତୁ

power cut problem in Nayagarh
power cut problem in Nayagarh (ETV Bharat Odisha)
author img

By ETV Bharat Odisha Team

Published : Jun 15, 2024, 7:13 AM IST

ନୟାଗଡ: ପ୍ରବଳ ଗ୍ରୀଷ୍ମ ଓ ଗୁଳୁଗୁଳି ଯୋଗୁଁ ଜନଜବୀନ ଏକ ପ୍ରକାର ଅସ୍ତ୍ୟବସ୍ତ ହୋଇପଡ଼ିଛି । ମାତ୍ର ଏହି ସମୟରେ ବିଜୁଳି ବିଭାଗର ଲୁଚକାଳି ଖେଳ ଲୋକମାନଙ୍କ ସମସ୍ୟା ଦ୍ୱିଗୁଣିତ କରି ଦେଉଛି । ଦିନରେ କେତେ ଥର ପାୱାର କଟ୍ ହେଉଛି, ଏହାର ହିସାବ ନଥିବା ବେଳେ ଏବେ ଲୋ-ଭୋଲଟେଜ୍ ସମସ୍ୟା ଅଧିକ ଚିନ୍ତା ବଢ଼ାଇ ଦେଇଛି । ଯାହାକୁ ନେଇ ବିଜୁଳି ବିତରଣ ସଂସ୍ଥା ଟିପିସିଓଡିଏଲ ପୂର୍ବ ପ୍ରସ୍ତୁତି ଉପରେ ଅଙ୍ଗୁଳି ଉଠାଉଛନ୍ତି ସାଧାରଣ ଲୋକେ ।

power cut problem in Nayagarh (ETV Bharat Odisha)

ପ୍ରବଳ ଖରା ଯୋଗୁଁ ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହେଲାଣି । ଘରୁ ବାହାରିବା ପାଇଁ ଲୋକେ ଭୟ କଲେଣି । ନିହାତି ଆବଶ୍ୟକ ନ ପଡ଼ିଲେ ପଦାକୁ ଯିବା ପାଇଁ କେହି ପସନ୍ଦ କରୁ ନାହାନ୍ତି । ଏମିତିକି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାତି ଅନୁଭୂତ ହେଉଛି । ବାହାରକୁ ଗଲେ ସୂର୍ଯ୍ୟଙ୍କ ଦାଉ ଏପରେ ଘର ଭିତରେ ବିଜୁଳି ବିଭାଗର ଦାଉ । ଯାହାକୁ ନେଇ ବିଜୁଳି ଉପଭୋକ୍ତାମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।

ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାରମ୍ବାର ପାଓ୍ବାରକଟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଛନ୍ତି । ପାଓ୍ବାରକଟ ସହ ଲୋ ଭୋଲଟେଜ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଥିବା ଲୋକେ ଅଭିଯୋଗ ଆଣିଛନ୍ତି । ସକାଳୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହୁଥିବା ଅଭିଯୋଗ ହେଉଛି । ପ୍ରବଳ ଗରମ ଦାଉରୁ ରକ୍ଷା ପାଇବା ପାଇଁ ଫ୍ୟାନ, କୁଲର, ଏସି ଉପରେ ଭରସା କରୁଥିବା ବେଳେ ଏଭଳି ଅଘୋଷିତ ବିଜୁଳି କାଟ ସମସ୍ୟା ବେଡି ଉପରେ କୋରଡା ସାଜୁଛି ।

ଏହାମଧ୍ୟ ପଢନ୍ତୁ.. ଯନ୍ତ୍ରଣା ବଢ଼ାଉଛି ଅଘୋଷିତ ବିଜୁଳି କାଟ, ବଢ଼ୁଛି ଜନ ଅସନ୍ତୋଷ - Power cut in Jagatsinghpur

ପୂର୍ବରୁ ଗୋଟିଏ ଅଞ୍ଚଳରେ ଯେତିକି କ୍ଷମତାର ବିଜୁଳି ଆବଶ୍ୟକ, ଏହାକୁ ଦୃଷ୍ଟିରେ ରଖି ବିଭାଗରୁ ସେତିକି ଲୋଡର ଟ୍ରାନସଫର୍ମର ବସାଇ ଦିଆଯାଇଥିବା ବେଳେ ଏବେ ବିଭାଗର ଅଜାଣତରେ ଲୋକମାନେ ଅଧିକ ବିଜୁଳି ବ୍ୟବହାର କରୁଥିବାରୁ ଏହାର ପ୍ରଭାବ ସିଧାସଳଖ ଟ୍ରାନସଫର୍ମର ଉପରେ ପଡ଼ୁଛି । ଏହାସହ ଜିଲ୍ଲାରେ ୨ଲକ୍ଷ ୮ ହଜାର ବିଜୁଳି ଉପଭୋକ୍ତା ନୟାଗଡ଼ରେ ଥିବା ଗୋଟିଏ ଗ୍ରୀଡ ଉପରେ ନିର୍ଭର କରୁଛନ୍ତି । ଫଳରେ ଉକ୍ତ ଗ୍ରୀଡ୍ ଉପରେ ଅଧିକ ଲୋଡପଡି଼ବା ଯୋଗୁଁ ବାରମ୍ବାର ବିଜୁଳି ବିଭ୍ରାଟ ହୋଇଛି । ଯାହାର ପରିଣାମ ସାଧାରଣ ବିଜୁଳି ଉପଭୋକ୍ତାମାନେ ଭୋଗୁଛନ୍ତି ।

ଜିଲ୍ଲାର ୭ଟି ବ୍ଲକ୍ ଓ ରଣପୁରର କିଛି ପଞ୍ଚାୟତକୁ ନୟାଗଡ଼ରେ ଥିବା ଗୋଟିଏ ଗ୍ରୀଡରୁ ବିଜୁଳି ସେବା ଯୋଗାଇ ଦିଆଯାଉଛି । ଏଣୁ ଏହି ଗ୍ରୀଡ୍ ଉପରେ ସ୍ବାଭାବିକ ଭାବେ ଅଧିକ ଲୋଡ୍ ରହୁଛି । ଟିପିସିଓଡିଏଲ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ମହାପାତ୍ର କହିଛନ୍ତି, "ଏମିତି ସମସ୍ୟା ହେବ ‌ବୋଲି ପୂର୍ବରୁ ଅନୁମାନ କରାଯାଇଥିଲା । ପୂର୍ବରୁ ବିଜୁଳି ତାର ଗୁଡ଼ାଯାଉଥିବା କେବୁଲଗୁଡ଼ିକ ଅଧିକାଂଶ ସମୟରେ ଜଳିଯାଏ । ଫଳରେ ବିଜୁଳି ସମସ୍ୟା ସୃଷ୍ଟି ହେଉଥିବାରୁ ଉଚ୍ଚ କ୍ଷମତା ସମ୍ପନ୍ନ କେବୁଲ ଲଗାଯାଉଛି । ଏହାସହ ଟ୍ରାନସଫର୍ମରଗୁଡ଼ିକର କ୍ଷମତାକୁ ଦୁଇ ଗୁଣ ବଢ଼ାଇ ଦିଆଯାଉଛି । ଅଧିକ ଲୋଡ୍ ପଡ଼ିଲେ ଏହାକୁ ଅନ୍ୟ ଆଡ଼କୁ ଡାଇଭର୍ଟ କରି ଦିଆଯାଉଛି । ତଥାପି ସମସ୍ୟା ସୃଷ୍ଟି ହେଉଛି । ଏଣୁ ପ୍ରତ୍ୟେକ ଉପଭୋକ୍ତା କେତେ ପରିମାଣର ବିଜୁଳି ବ୍ୟବହାର କରୁଛନ୍ତି, ଏହାର ତଥ୍ୟ ନିଶ୍ଚିତ ଭାବେ ଜଣାଇବା କଥା । ଏହାଦ୍ବାରା ପୂର୍ବରୁ ପଦକ୍ଷେପ ନିଆଯାଇପାରିବ ବୋଲି ‌ସେ କହିଛନ୍ତି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.