ETV Bharat / state

ନଖାଇ ନପିଇ ମାଲିକକୁ ଝୁରୁଛି ବୃଦ୍ଧ ଓଟ, ଅସହାୟ କରି ଛାଡ଼ି ଚାଲିଗଲା ମାଲିକ - Old Camel rescued

author img

By ETV Bharat Odisha Team

Published : Apr 22, 2024, 10:32 PM IST

Owner left Old Camel: ଓଟ ସୁସ୍ଥ ଥିବାବେଳେ ମାଲିକ ତାକୁ ବ୍ୟବହାର କରି ଅନେକ ଟଙ୍କା ରୋଜଗାର କରିଛି । ହେଲେ ଓଟଟି ବୁଢ଼ା ହୋଇଗଲା ବୋଲି ତାକୁ ଅସହାୟ ଅବସ୍ଥାରେ ରାସ୍ତାକଡ଼ରେ ଛାଡ଼ି ଚାଲିଗଲା ମାଲିକ । ଅଧିକ ପଢ଼ନ୍ତୁ

Owner left Old Camel
Owner left Old Camel
Owner left Old Camel

ଯାଜପୁର: 'ଦିନ ଥିଲା ମୁଁ ସୁସ୍ଥ ଥିଲି । ମୋତେ ଖଟାଇ ମୋ ମାଲିକ କାହିଁ କେତେ ଟଙ୍କା ରୋଜଗାର କରିଛି । ଆଜି ଅସୁସ୍ଥ ହୋଇ ପଡ଼ିଛି । ଦେହରେ ଆଉ ସେମିତି ବଳ ବି ନାହିଁ । ମାଲିକ ପାଇଁ ଟଙ୍କା ରୋଜଗାର କ୍ଷମତା ମଧ୍ୟ ହରାଇ ବସିଛି । ଏଥିପାଇଁ ବୋଧହୁଏ ଏଭଳି ଭାବରେ ମୋ ମାଲିକ ମୋତେ ଛାଡ଼ିଦେଇ ଗଲା ।' ସେହି ଅବୋଧ ପଶୁ ସିନା ମୁହଁ ଖୋଲି ପାରୁନି, ହେଲେ ତାହାର ଅସହାୟ ଅବସ୍ଥାକୁ ଦେଖିଲେ ସେ ଏହାହିଁ ଭାବୁଥିବ ବୋଲି ମନେ ହେଉଛି । ଆମେ କହୁଛୁ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ନିକଟସ୍ଥ ସୋତି ଗାଁର ଗୋଟିଏ ବରଗଛ ମୂଳେ ଦୁଇଦିନ ହେବ ରୋଗୀଣା ଅବସ୍ଥାରେ ପଡ଼ିଥିବା ଏକ ବୃଦ୍ଧ ଓଟର କଥା । ଦୁଇଦିନ ହେବ କୌଣସି ବ୍ୟକ୍ତି ଏକ ରୋଗୀଣା ଓଟକୁ ଛାଡି ଚାଲିଯାଇଛି । ଏହି ଓଟର ପିଠିରେ ବଡ଼ବଡ଼ କ୍ଷତ ଚିହ୍ନ ସୃଷ୍ଟି ହେବା ସହିତ ବୃଦ୍ଧ ହେଇଯାଇବା ହେତୁ ଓଟ ଚାଲିବାକୁ ମଧ୍ୟ ଅକ୍ଷମ ହେଇଯାଇଛି ।

ସୂଚନା ଅନୁଯାୟୀ ଗତ ଦୁଇଦିନ ତଳେ ସୋତି ଗାଁସ୍ଥିତ ଏକ ବରଗଛ ମୂଳେ ଏକ ବୃଦ୍ଧ ଓଟ ଅସୁସ୍ଥ ହୋଇ ଶୋଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଓଟକୁ ଏହି ସ୍ଥାନରେ ଛାଡିଥିବା ଲୋକକୁ ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ପରେ ପାଇନଥିଲେ । ଏହାପରେ ସ୍ଥାନୀୟ ଲୋକେ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନଙ୍କୁ ଖବର ଦେଇଥିଲେ । ଖବର ପାଇଁ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ପହଞ୍ଚି ଓଟକୁ ସୋତି ଗାଁସ୍ଥିତ ଏକ କେବିନ ତଳକୁ ନେଇଯାଇଥିଲେ । ଏହାପରେ ସ୍ଥାନୀୟ ପଶୁ ଡାକ୍ତରଙ୍କୁ ଡାକି ଚିକିତ୍ସା ଆରମ୍ଭ କରିବା ସହିତ କିଛି ଖାଦ୍ୟ ଦେଇଥିଲେ । ମାତ୍ର ଓଟଟି କୌଣସି ଖାଦ୍ୟ ଖାଇନଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ନିରାଶ୍ରୟ ପଶୁକୁ ଆପଣାଇ ପ୍ରାଣୀ ସେବାର ବାର୍ତ୍ତା ଦେଇଥିଲେ, ପ୍ରିୟ ଓଟକୁ ହରାଇ ମ୍ରିୟମାଣ ମାଲିକ

ଏହି ଓଟ ଆଜି ପର୍ଯ୍ୟନ୍ତ କୌଣସି ଖାଦ୍ୟ ନଖାଇ ଆଖି ଛଳଛଳ କରି ନିଜ ମାଲିକକୁ ଖୋଜୁଛି । ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ପାଣିକୋଇଲି ପୋଲିସକୁ ଖବର ଦେବା ସହିତ ଯାଜପୁର ରୋଡ ବନ ବିଭାଗକୁ ସୂଚନା ଦେଇ ଓଟକୁ ଏଭଳି ଅବସ୍ଥାରେ ଛାଡି ଦେଇଥିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ସେପଟେ ଏହି ରୋଗୀଣା ଓଟକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଜମୁଛି । ମଣିଷ ଯେ ଏତେ ସ୍ବାର୍ଥପର ହୋଇପାରେ, ଏହି ଓଟକୁ ଦେଖିଲେ ବାରି ହେଉଛି । ଏହି ଓଟ ଯେତେବେଳେ ବୃଦ୍ଧ ହେଇନଥିଲା, ତାହାକୁ ବିଭିନ୍ନ କାର୍ଯ୍ୟରେ ଲଗାଇ ଏହି ମଣିଷ ଟଙ୍କା ରୋଜଗାର କରୁଥିଲା । ଯେମିତି ଓଟ ଠାରୁ କାମ ସରିଗଲା, ଅଧା ରାସ୍ତାରେ ଛାଡି ଚାଲିଗଲା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.