ETV Bharat / state

ଆୟୁଷ୍ମାନ ଭାରତ ଯୋଜନା ଲାଗୁ ସମ୍ପର୍କିତ ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ

author img

By ETV Bharat Odisha Team

Published : Feb 13, 2024, 11:08 PM IST

High Court Dismissed PIL case on Ayushman Bharat Scheme : ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ସମ୍ପର୍କିତ ଜନସ୍ବାର୍ଥ ମାମଲା ଖାରଜ । ବରିଷ୍ଠ ବିଜେପି ନେତା ସମୀର ମହାନ୍ତି କରିଥିଲେ ଆବେଦନ । ଅଧିକ ପଢନ୍ତୁ

ଆୟୁଷ୍ମାନ ଭାରତ ଯୋଜନା ଲାଗୁ ସମ୍ପର୍କିତ ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ
ଆୟୁଷ୍ମାନ ଭାରତ ଯୋଜନା ଲାଗୁ ସମ୍ପର୍କିତ ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ

କଟକ: ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ସମ୍ପର୍କିତ ଜନସ୍ବାର୍ଥ ମାମଲାରେ ଶୁଣାଣି ହୋଇଛି । ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନ ହୋଇଛି ଖାରଜ । ମାମଲାର ପ୍ରାରମ୍ଭିକ ଶୁଣାଣିରେ ଖାରଜ କଲେ ହାଇକୋର୍ଟ । ଓଡିଶା ହାଇକୋର୍ଟ ପିଆଇଏଲ ରୁଲସ ପାଳନ ହୋଇନଥିବା କାରଣରୁ କୋର୍ଟ ଖାରଜ କରିଦେଇଛନ୍ତି । ମାମଲା ଦାୟର ପୂର୍ବରୁ ରାଜ୍ୟ ସରକାରଙ୍କୁ କାହିଁକି ଅଭିଯୋଗ କରାଯାଇନଥିଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି । 2018 ରୁ ଯୋଜନା ଆରମ୍ଭ ହୋଇଥିଲେବି ଏବେ କାହିଁକି ମାମଲା ବୋଲି ବି କୋର୍ଟ ପ୍ରଶ୍ନ କରିଛନ୍ତି । ସମୀର ମହାନ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି ।

ଓଡ଼ିଶା ହାଇକୋର୍ଟ ପିଆଇଏଲ୍ ନିୟମାବାଳୀର ନିୟମ-୮ ର ଉଲଂଘନ କରାଯାଇଥିବା କୋର୍ଟ ସ୍ପଷ୍ଟ କରିଛନ୍ତି । ଏହି ନିୟମ ଅନୁସାରେ ଆବେଦନ ଦାୟର ପୂର୍ବରୁ ଏହି ପ୍ରସଙ୍ଗରେ ପ୍ରତିକାର ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଆବେଦନକାରୀ ସ୍ମାରକପତ୍ର ପ୍ରଦାନ କରିବା କଥା । ମାତ୍ର ଏହି କ୍ଷେତ୍ରରେ ଏସବୁ କରାଯାଇନଥିବା ସ୍ପଷ୍ଟ ହୋଇଥିଲା । ଓଡ଼ିଶା ହାଇକୋର୍ଟ ପିଆଇଏଲ୍ ନିୟମାବଳୀ ପାଳନ ହୋଇ ନଥିବାରୁ ଏହି ଜନସ୍ବାର୍ଥ ଆବେଦନ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ରାୟରେ ସ୍ପଷ୍ଟ କରିବା ସହ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ପିଏମଜେଏୱାଇ ଯୋଜନାର ସୁବିଧାରୁ ଓଡ଼ିଶାବାସୀଙ୍କୁ ଦୂରେଇ ରଖି ପରୋକ୍ଷରେ ଉତ୍ତମ ମାନର ସ୍ବାସ୍ଥ୍ୟସେବାରୁ ରାଜ୍ୟ ସରକାର ବଞ୍ଚିତ କରୁଛନ୍ତି ବୋଲି ଦର୍ଶାଇ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ ... ଫେବୃଆରୀ ୨୦ ସୁଦ୍ଧା ସରିବ ବକ୍ସ ଡ୍ରେନ କାମ ! ଛତ୍ରବଜାରରୁ ମାତୃଭବନ କଭର ଡ୍ରେନ୍ ହେବ ନା ନାହିଁ ଅସ୍ପଷ୍ଟ

ଆବେଦନକାରୀ, ଆବେଦନରେ ଉଲ୍ଲେଖ କରିଥିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ‌ଯୋଜନା ରାଜ୍ୟ ସରକାର ଲାଗୁ କରିଥିଲେ । ଆର୍ଥିକ ଦୃଷ୍ଟିରୁ ସମ୍ବେଦନଶୀଳ ଓ ଦୁର୍ବଳ ପରିବାର ଗୁଡ଼ିକୁ ସ୍ବାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ୨୦୧୮, ସେପ୍ଟେମ୍ବର ୨୯ରେ କେନ୍ଦ୍ର ସରକାର ପିଏମଜେଏୱାଇ ଆରମ୍ଭ କରିଥିଲେ । ଦେଶର ନାଗରିକମାନେ କିଭଳି ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇ ପାରିବେ ତାହା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ କରାଯାଇଥିଲା । ପ୍ରାୟ ୫୦ କୋଟି ହିତାଧିକାରୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା କରାଯାଇଥିଲା । ଉଭୟ ଘରୋଇ ଓ ସରକାରୀ ଅନୁଷ୍ଠାନରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଏହି ଯୋଜନାରେ ପାଇବା ପାଇଁ କ୍ୟାସଲେସ୍ ଓ ପେପରଲେସ୍ ବ୍ୟବସ୍ଥା କରାଯାଇଛି । ତେବେ ପିଏମଜେଏୱାଇ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.