ETV Bharat / state

ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଯିବାବେଳେ କଳାକାରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି କଲା ବିଜେପି - ବାଲିକୁଦା ବିଜେପି

Road accident in Jagatsinghpur: ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ଯାଉଥିବା କଳାକାରଙ୍କ ମୃତ୍ୟୁ । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବି କଲା ବିଜେପି । ମୃତକ ଜଣକ ହେଲେ ନହରଣା ଗ୍ରାମର ଇନ୍ଦିରା ଗୋଛୟତ । ଅଧିକ ପଢନ୍ତୁ

ସାଂସ୍କୃତିକ ଦଳର ଗାଡ଼ି ଓଲଟି ଜଣେ କଳାରଙ୍କ ମୃତ୍ୟୁ , କ୍ଷତି ପୂରଣ ଦାବି କଲା ବିଜେପି

author img

By ETV Bharat Odisha Team

Published : Feb 10, 2024, 9:26 AM IST

ସାଂସ୍କୃତିକ ଦଳର ଗାଡ଼ି ଓଲଟି ଜଣେ କଳାରଙ୍କ ମୃତ୍ୟୁ , କ୍ଷତି ପୂରଣ ଦାବି କଲା ବିଜେପି

ଜଗତସିଂହପୁର: ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ଯାଉଥିବା ଏକ ସାଂସ୍କୃତିକ ଦଳର ଗାଡି ଓଲଟି ଜଣେ କଳାକାରଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଛି ବିଜେପି । ମୃତକ ଜଣକ ହେଲେ ଜଗତସିଂହପୁର ଜିଲ୍ଲା ନହରଣା ଗ୍ରାମର ଇନ୍ଦିରା ଗୋଛୟତ । ବାଲିକୁଦା ଥାନା ଅନ୍ତର୍ଗତ ବର ମୁଣ୍ଡଳି ପଞ୍ଚାୟତ ବଘେଇପୁର ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ଯାଉଥିବା ଏକ ସାଂସ୍କୃତିକ ଦଳର ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଏଥିରେ ଇନ୍ଦିରା ଗୋଛାୟତ ନାମକ ଜଣେ ବୟସ୍କ କଳାକାରଙ୍କ ମୃତ୍ୟୁ ହୋଇଥିଲା । ଏନେଇ ବାଲିକୁଦା ବିଜେପି ପକ୍ଷରୁ ଆନ୍ଦୋଳନ ଧମକ ଦିଆଯାଇଛି । ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ଡାକ୍ତର ଶଶାଙ୍କ ଶେଖର ସାହାଣୀ କହିଛନ୍ତି ଯେ, ରାଜ୍ୟ ସରକାର ନିଜର ପ୍ରଚାର ପ୍ରସାର ପାଇଁ କଳାକାରମାନଙ୍କୁ ବ୍ୟବହାର କରୁଛନ୍ତି । ଆମ ଓଡ଼ିଶା ନବୀନ ଓଡିଶା ନାମରେ ନିଜର ପ୍ରଚାର ପ୍ରସାର କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ରାଜକୋଷରୁ ବ୍ୟୟ କରାଯାଉଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେଉଁ କଳାକାରମାନେ ଲୋକକଳା ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ଯାଉଛନ୍ତି, ସେମାନଙ୍କ ସୁରକ୍ଷା ପ୍ରତି ଆଖିବୁଜି ଦିଆଯାଉଛି ।

ସେ ଆହିରୀ ମଧ୍ୟ କହିଛନ୍ତି, "ସରକାର ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ପ୍ରତି ପଞ୍ଚାୟତକୁ ୩ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ହେଲେ ଡାଲା ଅଟୋରେ ସାଂସ୍କୃତିକ ଦଳକୁ ନିଆଯାଉଛି । ଜଣେ ବୟସ ବ୍ୟକ୍ତି ସରକାରୀ କାର୍ଯ୍ୟକ୍ରମରେ ଯିବା ସମୟରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲା । କିନ୍ତୁ ଏଥିରେ ବାଲିକୁଦା ବ୍ଲକ ପ୍ରଶାସନ ହେଉ ବା ଜିଲ୍ଲା ପ୍ରଶାସନ ସେମାନଙ୍କ ପ୍ରତି ଦରଦ ଦେଖାଇଲେ ନାହିଁ ।"

ଏହା ମଧ୍ୟ ପଢନ୍ତୁ...ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଯିବାବେଳେ ଦୁର୍ଘଟଣା: ଗାୟକ ମୃତ, 4 ଗୁରୁତର

ତେବେ ଦୁର୍ଘଟଣା ସ୍ଥଳକୁ କୌଣସି ସରକାରୀ ଅଧିକାରୀ ପହଞ୍ଚି ନଥିଲେ । ଏହା କ'ଣ ମାନବିକତାର ପରିଚୟ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା । ଏହାସହ ମୃତ କଳାକାରଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ପ୍ରଦାନ ସହିତ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବାଲିକୁଦା ବିଜେପି । ଯଦି ଏହି ଦାବି ପୂରଣ ନ ହୁଏ, ତେବେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତା ଡାକ୍ତର ଶଶାଙ୍କ ଶେଖର ସାହାଣୀ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.