ETV Bharat / state

ଯାତ୍ରୀଙ୍କୁ ଠକୁଥିଲେ ହୁସିଆର, ଏଣିକି ଅଧିକ ଭଡା ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ - Action Against Bus Fare Hike

author img

By ETV Bharat Odisha Team

Published : Jul 26, 2024, 3:41 PM IST

Action Against Bus Fare Hike: ବସ ଯାତ୍ରୀଙ୍କ ଠାରୁ ଅଧିକ ଭଡ଼ା ଆଦାୟ କଲେ ଓ ଭିନ୍ନକ୍ଷମ ଯାତ୍ରୀଙ୍କୁ ଅଣଦେଖା କଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ଧରପଗଡ଼ ପାଇଁ ଏସଟିଏ ପକ୍ଷରୁ ଆରଟିଓମାନଙ୍କୁ ଚିଠି ଲେଖାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର

Bus Fare Hike
Bus Fare Hike (ETV Bharat Odisha)

କଟକ: ସାବଧାନ ବସ ମାଲିକ ! ବସ ଯାତ୍ରୀଙ୍କ ଠାରୁ ଅଧିକ ଭଡ଼ା ଆଦାୟ କଲେ ଓ ଭିନ୍ନକ୍ଷମ ଯାତ୍ରୀଙ୍କୁ ଅଣଦେଖା କଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ବାତିଲ ହେବ ବସ ପରମିଟ । ଏଭଳି କଡା ଚେତାବନୀ ଦେଇଛି STA । ବସରେ ଯାତ୍ରୀଙ୍କୁ ଆର୍ଥିକ ଶୋଷଣ ନେଇ ବାରମ୍ବାର ଅଭିଯୋଗ ଆସିଥିଲା । ଯାହାକୁ ନେଇ ରାଜ୍ୟର ସବୁ ଜିଲ୍ଲାରେ ଯାତ୍ରୀବାହୀ ବସ୍ ବିରୋଧରେ ସ୍ବତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ କରିବାକୁ ଯାଉଛି ରାଜ୍ୟ ପରିବହନ ପ୍ରାଧିକରଣ ବା STA ।

Bus Fare Hike (ETV Bharat Odisha)
ବସ ଗୁଡିକୁ ଯାଞ୍ଚ କରିବା ପାଇଁ ଏସଟିଏ ପକ୍ଷରୁ ଆରଟିଓମାନଙ୍କୁ ଚିଠି ଲେଖାଯାଇଛି । ଏଥିପାଇଁ ଆରଟିଓମାନେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହଯୋଗ ମଧ୍ୟ ନେଇପାରିବେ ବୋଲି STA ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀବାହୀ ବସରେ ଧାର୍ଯ୍ୟ ମୂଲ୍ୟ ଠାରୁ ବା STA ଦ୍ବାରା ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଟଙ୍କା ଯାତ୍ରୀଙ୍କଠାରୁ ଆଦାୟ କରାଯାଉଥିବା ନେଇ ଅନେକ ଅଭିଯୋଗ ଆସିଥିଲା । ଏନେଇ ଅନେକ ଯାତ୍ରୀ ବିଭିନ୍ନ ଫୋରମରେ ଅଭିଯୋଗ କରିଛନ୍ତି । କେଉଁଠି ସୋସିଆଲ ମିଡିଆରେ ଅଭିଯୋଗ ହୋଇଛି ତ ଆଉ କେଉଁଠି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଅଭିଯୋଗ ଆସିଛି ।

ଏହା ବି ପଢନ୍ତୁ...କାମରେ ଆସୁନି ମୋଟୁ ବସଷ୍ଟାଣ୍ଡ, ଆନ୍ଧ୍ର ଉପରେ ନିର୍ଭର ଓଡି଼ଶା ଯାତ୍ରୀ - Motu Interstate Bus stand Problem

ଏହା ବି ପଢନ୍ତୁ...ବଦଳିଲା ଲକ୍ଷ୍ମୀ ବସର ନାମ, 'ମୁଖ୍ୟମନ୍ତ୍ରୀ ବସ ସେବା' ନାମରେ ଚାଲିବ: ପରିବହନ ମନ୍ତ୍ରୀ - LACCMI BUS NAME CHANGED

"ବସ ଗୁଡିକରେ ଯାତ୍ରା କରିବା ସମୟରେ ନିର୍ଦ୍ଧାରିତ ମୂଲ୍ୟ ଠରୁ ଅଧିକ ଟଙ୍କା ଦାବି କରିଥାନ୍ତି ବସ କଣ୍ଡକ୍ଟର ମାନେ । ଯାହାକୁ ନେଇ ଅନେକ ଯାତ୍ରୀ ବିଭିନ୍ନ ସୋସିଆଲ ମିଡ଼ିଆରେ ଅସନ୍ତୋଷ ଜାହିର କରିଛନ୍ତି । କେବଳ ସେତିକି ନୁହେଁ, ଦିବ୍ୟାଙ୍ଗମାନଙ୍କୁ ମଧ୍ୟ ଉଚିତ ବ୍ୟବହାର ମିଳିନଥାଏ । ଏହିଭଳି ଅନେକ ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ବାସ ମାଲିକମାନଙ୍କୁ ବାରମ୍ବାର ତାଗିଦ କରାଯାଉଛି । ସେହିପରି ବସରେ ଭଡ଼ା ସଂକ୍ରାନ୍ତରେ ଯାତ୍ରୀଙ୍କ ଦୃଷ୍ଟିରେ ପଡ଼ିବା ଭଳି ସ୍ଥାନରେ ଏକ ସୂଚନା ଫଳକ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ STAର ଏହି ଆଦେଶକୁ ଅନେକ ବସ୍ ମାଲିକମାନେ ମାନୁନଥିବା ଅଭିଯୋଗ ହେଉଛି । ତେଣୁ ଯଦି ଏହି ଆଦେଶର କେହି ଉଲ୍ଲଘଂନ କରୁଥିବାର ଦେଖାଯାଏ ତାହେଲେ ତୁରନ୍ତ ବସ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ" ବୋଲି STA ଅତିରିକ୍ତ କମିଶନର ଲାଲମୋହନ ସେଠୀ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.