ETV Bharat / state

OSSAର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି, ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ

Protest By OSSA: ଓଡ଼ିଶା ସଚିବାଳୟ ସେବା ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି । ଯାହାଦ୍ବାରା ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 17, 2024, 8:40 AM IST

Protest By OSSA
Protest By OSSA
Protest By OSSA

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ ସେବା ସଂଘ ଆହ୍ବାନକ୍ରମେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । କ୍ରମାଗତ ଭାବେ ତୃତୀୟ ଦିନରେ ପହଞ୍ଚିଛି ଆନ୍ଦୋଳନ । ଫଳରେ ଲୋକସେବା ଭବନର ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଯାହାଦ୍ୱାରା ରାଜ୍ୟର ସର୍ବୋଚ୍ଚ ଅନୁଷ୍ଠାନ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । ବହୁ ସଂଖ୍ୟାରେ ରାଜ୍ୟ ଲୋକସେବା ଅଧିକାରୀମାନେ ସରକାରଙ୍କ ନିକଟରେ ବିଚାରାଧୀନ ଥିବା ଆଇନଗତ ନାର୍ଯ୍ୟ ଦାବି ନେଇ ଆନ୍ଦୋଳନ କରୁଛନ୍ତି । ଦାବି ପୂରଣ ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପଡ଼ିଆରେ ୩ ଦିନ ହେଲା ଏକତ୍ରିତ ହୋଇ ଆନ୍ଦୋଳନ କରୁଛନ୍ତି କର୍ମଚାରୀ ।

ଦୀର୍ଘ ଦିନ ଧରି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସତ୍ତ୍ବେ ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ଅନେକ ଥର ବିଭିନ୍ନ ଉଚ୍ଚସ୍ତରୀୟ ଅଧିକାରୀଙ୍କଠାରୁ ଆଶ୍ଵାସନା ମିଳିଛି । ହେଲେ ସେହି ପ୍ରତିଶ୍ରୁତି ପୂରଣ କରିବା ପାଇଁ କୌଣସି ଆନ୍ତରିକତା ଦେଖାଯାଇନାହିଁ । ସଂଘର ସଭାପତି ଅଜୟ ସ୍ବାଇଁ କହିଛନ୍ତି , "ସମସ୍ତ ସରକାରୀ କାମର ସୁପରିଚାଳନା ଦିଗରେ ସଂଘ ସଦାସର୍ବଦା ସରକାରଙ୍କୁ ସମସ୍ତ ସହାୟତା ପ୍ରଦାନ କରିଛି । କିନ୍ତୁ ସଂଘର ନ୍ୟାର୍ଯ୍ୟ ଦାବିଗୁଡିକର ପୂରଣ କ୍ଷେତ୍ରରେ ସରକାର ବିଶ୍ୱାସଘାତ କରିଛନ୍ତି । ଏହା ଅଧିକ କଷ୍ଟଦାୟକ ଯେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିଲେ ମଧ୍ୟ ଏଥିରେ ହସ୍ତକ୍ଷେପ କିମ୍ବା ଆଲୋଚନା କରିବାକୁ ସେ ଆଗ୍ରହ ଦେଖାଇନାହାନ୍ତି ।" ସଚିବାଳୟ ଅଧିକାରୀଙ୍କ ଦୀର୍ଘ ବିଚାରାଧୀନ ବେତନ ଅସନ୍ତୁଳନକୁ ଦୂର କରିବା, କେନ୍ଦ୍ରୀୟ ସଚିବାଳୟର ବେତନ ହାର ଅନୁଯାୟୀ ବେତନ ସଂରଚନାକୁ ସଂଶୋଧନ କରିବା ଏବଂ କ୍ୟାଡରର ପୁନଃ ନିର୍ମାଣ କରିବା ଆଦି ସଂଘର ମୁଖ୍ୟ ଦାବି ରହିଛି ।
ଏହା ମଧ୍ୟ ପଢନ୍ତୁ...ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନକୁ ମାସେ, ବାହାରୁନି ସମାଧାନ ବାଟ

ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ କହିଛନ୍ତି , "ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଓ ସୁସଞ୍ଚାଳନ ପାଇଁ ନୀତି, ନିୟମ, ଯୋଜନା ଏବଂ ପ୍ରଶାସନିକ ନିର୍ଦ୍ଦେଶନାମା ପରିଚାଳନାରେ ପ୍ରମୁଖ କାର୍ଯ୍ୟ କରୁଥିବା ଲୋକସେବା ଭବନ ଅଧିକାରୀଙ୍କ ଅବଦାନକୁ ସରକାର ହେୟ ଜ୍ଞାନ କରୁଛନ୍ତି । ସଂଘ କେବଳ ମୁଖ୍ୟମନ୍ତ୍ରୀ କିମ୍ବା 5T ଅଧ୍ୟକ୍ଷଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ । ଏହି ଅଚଳାବସ୍ଥା ଦୂର ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ କିମ୍ବା 5T ଅଧ୍ୟକ୍ଷଙ୍କ ହସ୍ତକ୍ଷେପ କରନ୍ତୁ ।" ଆନ୍ଦୋଳନ ଯୋଗୁଁ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ କୃଷି ଭବନ ଶୂନଶାନ ହୋଇପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.