ETV Bharat / state

ବିକାଶ ପାଇଁ ଅନୁସୂଚିତ ଜାତି, ଜନଜାତି ବର୍ଗଙ୍କ ମଧ୍ୟରେ ଉପବର୍ଗୀକରଣ; ସ୍ୱାଗତ କଲେ ମନ୍ତ୍ରୀ, ବିରୋଧିଙ୍କ ସର୍ଭେ ଦାବି - SC ST SUB CLASSIFICATION

author img

By ETV Bharat Odisha Team

Published : Aug 2, 2024, 8:13 PM IST

SC ST SUB CLASSIFICATION: ଗତକାଲି ସୁପ୍ରିମକୋର୍ଟ ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଅଧିକ ପଛୁଆବର୍ଗଙ୍କ ବିକାଶ ଲାଗି ଦେଇଥିଲେ ଏକ ରାୟ । ଅବହେଳିତଙ୍କ ପାଇଁ ପୃଥକ କୋଟା ପ୍ରଦାନ ପାଇଁ ଅନୁମୋଦନ ଦେଇଥିଲେ ସୁପ୍ରିମକୋର୍ଟ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶାସକ ଏବଂ ବିରୋଧୀ । ଅଧିକ ପଢନ୍ତୁ

SC ST SUB CLASSIFICATION
SC ST SUB CLASSIFICATION (ETV Bharat Odisha)

ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଅଧିକ ପଛୁଆବର୍ଗଙ୍କ ବିକାଶ ଲାଗି ସୁପ୍ରିମକୋର୍ଟ ଦେଇଛନ୍ତି ସୁପ୍ରିମ ରାୟ । କୋଟା ଭିତରେ କୋଟା ବ୍ୟବସ୍ଥା ପାଇଁ ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । 6:1 ଅନୁପାତରେ ବିଭାଜିତ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର 7 ଜଣିଆ ଖଣ୍ଡପୀଠ ଅନୁସୂଚିତ ଜାତି ଓ ଜନଜାତି ଭିତରେ ଅଧିକ ଅବହେଳିତଙ୍କ ପାଇଁ ପୃଥକ କୋଟା ପ୍ରଦାନ ନିମନ୍ତେ ଅନୁମୋଦନ ଦେଇଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ଏହି ନିଷ୍ପତ୍ତି ନେଇ ଓଡିଶାରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଷ୍ପତ୍ତିକୁ ସ୍ୱାଗତ କରିଥିବାବେଳେ ସର୍ଭେ କରିବାକୁ କହିଛି କଂଗ୍ରେସ ।

ରାଜନୈତିକ ଫାଇଦା ପାଇଁ ବ୍ୟବହାର ନହେଉ ଉପବର୍ଗୀକରଣ:-

ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ, କୋଟା ଭିତରେ କୋଟା ଗୁଣବତ୍ତା ବିରୋଧରେ ନୁହେଁ । ବ୍ୟବସ୍ଥାଗତ ଭେଦଭାବ ଯୋଗୁଁ ଅନୁସୂଚିତ ଜାତି ଓ ଜନଜାତି ସଦସ୍ୟମାନେ ଯଥୋଚିତ ସଫଳତା ପାଇବାକୁ ସମର୍ଥ ହେଉନାହାନ୍ତି । ଉପବର୍ଗୀକରଣ ସମ୍ବିଧାନର ଧାରା 14ରେ ଥିବା ସମାନତା ନୀତିକୁ ଏହା ଉଲ୍ଲଂଘନ କରେନାହିଁ । ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପବର୍ଗୀକରଣର ଆଧାରକୁ ରାଜ୍ୟମାନଙ୍କ ଦ୍ୱାରା ପରିମାପଯୋଗ୍ୟ ଓ ଦୃଷ୍ଟାନ୍ତମୂଳକ ତଥ୍ୟ ଦ୍ୱାରା ଯୁକ୍ତିଯୁକ୍ତ କରିବାକୁ ପଡ଼ିବ । ରାଜ୍ୟମାନେ ନିଜ ଇଚ୍ଛା କିମ୍ବା ରାଜନୈତିକ ଫାଇଦାରେ କାର୍ଯ୍ୟ କରିପାରିବେ ନାହିଁ । ଏହାର ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ଆବଶ୍ୟକ । ଅଧିକ ପଛୁଆ ସମ୍ପ୍ରଦାୟକୁ ଅଗ୍ରାଧିକାର ଦେବା ରାଜ୍ୟର କର୍ତ୍ତବ୍ୟ । ଅନୁସୂଚିତ ଜାତି ଓ ଜନଜାତିର ମାତ୍ର କିଛି ଲୋକ ସଂରକ୍ଷଣ ଉପଭୋଗ କରୁଛନ୍ତି । ଏହି ବର୍ଗର କିଛି ଲୋକ ଦୀର୍ଘ ବର୍ଷ ଧରି ଅତ୍ୟାଚାରର ସମ୍ମୁଖୀନ ହୋଇଛନ୍ତି । ଉପବର୍ଗୀକରଣ ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ମଧ୍ୟରେ କ୍ରିମି ଲେୟାର ଚିହ୍ନଟ କରିବା ପାଇଁ ରାଜ୍ୟଗୁଡ଼ିକ ଏକ ନୀତି ଆଣିବା ଦରକାର ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମନ୍ତ୍ରୀଙ୍କ ସ୍ୱାଗତ:-

ଅନୁସୂଚିତ ଜାତି, ଜନଜାତି ବର୍ଗଙ୍କ ମଧ୍ୟରେ ଉପବର୍ଗୀକରଣ ନେଇ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଅନୁସୂଚିତ ଜାତି ଓ ଜନ ଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଅତ୍ୟଧିକ ଗରିବ 6:1 ବ୍ୟବସ୍ଥାରେ ଅନେକ ଉପକୃତ ହେବେ । କୋଟା ଭିତରେ ଉପବର୍ଗୀକରଣ ଦ୍ୱାରା ଅବହେଳିତ ବର୍ଗ ଲାଭବାନ ହେବେ । ଯେଉଁମାନେ ପଛୁଆ ହୋଇ ଅଛନ୍ତି, ସେମାନଙ୍କ ବିକାଶ ପାଇଁ ଏହା ନିଶ୍ଚୟ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାକୁ ମୁଁ ସମର୍ଥନ କରିବି ।

'କମ୍ୟୁନିଟି ମଧ୍ୟରେ ଏହା ବିବାଦର କାରଣ ନହେଉ':-

ବିଜେଡି ନେତା ଅମର ଶତପଥୀ କହିଛନ୍ତି ଯେ,ଏହି ପ୍ରସଙ୍ଗ ବହୁତ ଆଗରୁ ଥିଲା । ମାମଲା ସିଙ୍ଗିଲ ବେଞ୍ଚ ପରେ ଡିଭିଜନ ବେଞ୍ଚକୁ ଯାଇଛି । ଡିଭିଜନ ବେଞ୍ଚରେ ମଧ୍ୟ ଏହାକୁ ନେଇ ପୂର୍ଣ୍ଣ ସହମତି ହୋଇପାରିନାହିଁ । ଏ ବାବଦରେ ଆହୁରି ଅଧିକ ସୁଚିନ୍ତିତ କାର୍ଯ୍ୟକ୍ରମ ହେବା ଉଚିତ । ସର୍ବୋଚ୍ଚ ନ୍ୟାୟାଳୟ ସବୁ ଦିଗରୁ ବିଚାର କରିବା ଉଚିତ । କିନ୍ତୁ କମ୍ୟୁନିଟି ମଧ୍ୟରେ ଏହା ବିବାଦର କାରଣ ନହେଉ ସେ ଦୃଷ୍ଟିରୁ ଦେଖିବା ଉଚିତ । କୋଟା ମଧ୍ୟରେ କୋଟା ହେଲେ କମ୍ୟୁନିଟି ମଧ୍ୟରେ ବିବାଦର କାରଣ ହେବ ।

ଏହା ମଧ୍ୟ ପଢନ୍ତୁ ....ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ, SC-ST କୋଟାରେ ଉପବର୍ଗୀକରଣ କରାଯାଇପାରିବ - SC on sub classifications

'ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ପୂର୍ବରୁ ସର୍ଭେ ହେବା ଜରୁରୀ':-
ଅନୁସୂଚିତ ଜାତି ଓ ଜନଜାତିଙ୍କୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏ ନେଇ ସର୍ଭେ ହେବା ଦରକାର । ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଗରିବ ବହୁତ ରହିଛନ୍ତି । କ୍ରିମ ଲେୟାର ବହୁତ କମ । ସର୍ଭେ ହେଲେ କ୍ରିମ ଲେୟାର କିଏ କିଏ ଅଛନ୍ତି ଜଣାପଡିଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସର୍ଭେ ହେବା ନିହାତି ଦରକାର । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କଣ ରହୁଛି ଦେଖିବାକୁ ପଡିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.