ETV Bharat / state

ପେଟ୍ରୋକେମିକାଲ ହବ ହେବା ପାଇଁ ଓଡ଼ିଶା ପ୍ରସ୍ତୁତ: କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ - IndiaChem 2024

author img

By ETV Bharat Odisha Team

Published : Sep 7, 2024, 4:02 PM IST

Petrochemical hub: ଆସନ୍ତା କିଛି ବର୍ଷରେ ଓଡିଶା ପେଟ୍ରୋକେମିକାଲ ହବ ହେବା ପାଇଁ ପ୍ରସ୍ତୁତ ଓଡ଼ିଶା । ଇଣ୍ଡିଆ କେମ ୨୦୨୪ ପାଇଁ ଭୁବନେଶ୍ବରରେ ଆୟୋଜିତ ଶିଳ୍ପ ସମ୍ମିଳନୀରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ।

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ରସାୟନ ଓ ପେଟ୍ରୋକେମିକାଲ କ୍ଷେତ୍ରରେ ଗୁଜୁରାଟ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆସନ୍ତା କିଛି ବର୍ଷରେ ଓଡିଶା ପେଟ୍ରୋକେମିକାଲ ହବ ହେବା ପାଇଁ ପ୍ରସ୍ତୁତ । ଏହା କହିଛନ୍ତି ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ । ଇଣ୍ଡିଆ କେମ ୨୦୨୪ ପାଇଁ ଭୁବନେଶ୍ବରରେ ଆୟୋଜିତ ଶିଳ୍ପ ସମ୍ମିଳନୀରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି ।

ପେଟ୍ରୋକେମିକାଲ ହବ (ETV Bharat Odisha)

ଭୁବନେଶ୍ବରରେ ସମ୍ମିଳନୀ:

‘ଆଡଭାନ୍ସଡ ଇଣ୍ଡିଆ: ଇଣ୍ଡିଆନ କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ପେଭିଂ ଦି ଫ୍ୟୁଚର' ଶୀର୍ଷକ ତ୍ରୟୋଦଶ ଦ୍ୱିବାର୍ଷିକ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ସମ୍ମିଳନୀ ଆସନ୍ତା ଅକ୍ଟୋବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ଏହି ସମ୍ମିଳନୀ । ସମ୍ମିଳନୀରେ ରସାୟନିକ ଏବଂ ପେଟ୍ରୋକେମିକାଲ୍ସ ଶିଳ୍ପରୁ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଇଣ୍ଡିଆ କେମ-2024 ସମ୍ମିଳନୀ ଉପରେ ଆଲୋକପାତ ହୋଇଛି । କେନ୍ଦ୍ର ସରକାରଙ୍କ ରାସାୟନିକ ଏବଂ ପେଟ୍ରୋକେମିକାଲ ବିଭାଗ ଓ ଫିକିର ସହଭାଗିତାରେ ଏହି ଶିଳ୍ପ ସମ୍ମିଳନୀ ଆୟୋଜନ ହୋଇଛି ।

IndiaChem 2024
IndiaChem 2024 (ETV Bharat Odisha)

ପେଟ୍ରୋକେମିକାଲ ହବ ହେବା ପାଇଁ ଓଡ଼ିଶା ପ୍ରସ୍ତୁତ:

ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, "ଦୁଇ ବର୍ଷର ବ୍ୟବଧାନରେ ଅନୁଷ୍ଠିତ ହେଉଛି ଇଣ୍ଡିଆ କେମ-୨୦୨୪ । କାର୍ଯ୍ୟକ୍ରମରେ ବିଶ୍ୱସ୍ତରୀୟ ଅଂଶଗ୍ରହଣକାରୀଙ୍କୁ ଆକୃଷ୍ଟ କରିବ । ରସାୟନ ଓ ପେଟ୍ରୋକେମିକାଲ କ୍ଷେତ୍ରରେ ଗୁଜୁରାଟ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଓଡ଼ିଶାର ଦକ୍ଷ ମାନବ ସମ୍ବଳ ଏବଂ ଉପଯୋଗୀ ଉପକୂଳ ରହିଛି । ଏହା ସହିତ ରସାୟନ ଏବଂ ପେଟ୍ରୋକେମିକାଲର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି । ଯାହାକି ଉତ୍ପାଦନ, ନିଯୁକ୍ତି ଏବଂ ରପ୍ତାନି ପାଇଁ ବିପୁଳ ସୁଯୋଗ ପ୍ରଦାନ କରିବ । ବର୍ତ୍ତମାନ ଦେଶରେ ୨୨୦ ବିଲିୟନ ଡଲାର ମୂଲ୍ୟର ଏହି କ୍ଷେତ୍ର ୨୦୪୭ ସୁଦ୍ଧା ୧ ଟ୍ରିଲିୟନ ଡଲାର ଅତିକ୍ରମ କରିବ ।"

ଏହା ମଧ୍ୟ ପଢନ୍ତୁ: Nuakhai 2024: ସମ୍ବଲପୁରରେ ଚାଷୀଙ୍କୁ ବଡ ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଶୁଭାରମ୍ଭ ହେବ ‘ସିଏମ କିଷାନ ଯୋଜନା’, ଖାତାକୁ ଯିବ ପ୍ରଥମ କିସ୍ତି

ପେଟ୍ରୋକେମିକାଲ ହବ
ପେଟ୍ରୋକେମିକାଲ ହବ (ETV Bharat Odisha)
ଓଡ଼ିଶା ସରକାରଙ୍କର ଶିଳ୍ପ ନୀତି ଓ ପ୍ରୋତ୍ସାହନ ସମ୍ପର୍କରେ ଆଲୋଚନା:

ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, "ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ଶିଳ୍ପ ନୀତି ଓ ପ୍ରୋତ୍ସାହନ ସମ୍ପର୍କରେ ଆଲୋଚନା ହୋଇଛି । ଭିତ୍ତିଭୂମି, ବନ୍ଦର ବ୍ୟବସ୍ଥା ଏବଂ ବିଦ୍ୟୁତ ଶୁଳ୍କରେ ରିହାତି ସହିତ ଶିଳ୍ପ ଚାହିଦା ପୂରଣ ପାଇଁ ଦକ୍ଷ ମାନବ ସମ୍ବଳ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି । କାର୍ବନ ଫୁଟ ପ୍ରିଣ୍ଟ ହ୍ରାସ ଏବଂ ନିଟ-ଜିରୋ ଲକ୍ଷ୍ୟ ହାସଲ ପାଇଁ ସବୁଜ ଜ୍ଞାନକୌଶଳରେ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।"

ଏହା ମଧ୍ୟ ପଢନ୍ତୁ: Subhadra Yojana: ପ୍ରତି ଘରେ ପହଞ୍ଚିବ ସୁଭଦ୍ରା ରଥ, ଗଣେଶ ପୂଜାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ପେଟ୍ରୋକେମିକାଲ ରପ୍ତାନିକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ:

ଭାରତ ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ସଚିବ ନିବେଦିତା ଶୁକ୍ଲା ବର୍ମା, "ପେଟ୍ରୋଲିୟମ କ୍ଷେତ୍ର ଦେଶର ଉତ୍ପାଦନରେ ୮% ଏବଂ ବିଶ୍ୱରେ ବିକ୍ରୟରେ ୩% ଯୋଗଦାନ ରହିଛି । ବର୍ତ୍ତମାନ ୩୨୦ ବିଲିୟନ ଡଲାର ଆକଳନ କରାଯାଇଛି । ଏହି କ୍ଷେତ୍ର ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ମଧ୍ୟରୁ ଅନ୍ୟତମ । ୨୦୪୭ ସୁଦ୍ଧା ଏହା ୧ ଟ୍ରିଲିୟନ ଡଲାରରେ ପହଞ୍ଚିବ । ଏକ ବିକଶିତ ଭାରତ ଗଠନରେ ଏହି କ୍ଷେତ୍ରର ଅବଦାନ ବୃଦ୍ଧି କରିବା ପାଇଁ ସରକାର ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି । ଆଗାମୀ ଦଶନ୍ଧି ମଧ୍ୟରେ ପେଟ୍ରୋକେମିକାଲ ରପ୍ତାନିକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।"

ନିଯୁକ୍ତି ମେଳା ଆୟୋଜନ ହେବ:
ଭାରତ ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଦୀପଙ୍କର ଆରନ ଇଣ୍ଡିଆ କେମ - ୨୦୨୪ ବାବଦରେ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିବେ । ୭ ହଜାରରୁ ଅଧିକ କମ୍ପାନୀ ଯୋଗଦାନ କରିବେ । କାର୍ଯ୍ୟକ୍ରମରେ ବି୨ବି ଓ ବି୨ଜି ବୈଠକ, ଗ୍ଲୋବାଲ ସିଇଓ ଫୋରମ ଏବଂ ଜାପାନ, କୋରିଆ, ବ୍ରାଜିଲ, ଆର୍ଜେଣ୍ଟିନା ଏବଂ ୟୁଏଇର ପ୍ରତିନିଧିଙ୍କ ସହ ରାଉଣ୍ଡଟେବୁଲ ଆଲୋଚନା ହେବ । ଓଡ଼ିଶାର ୪୦ରୁ ଅଧିକ ଅନୁଷ୍ଠାନ ଓ ଶିଳ୍ପ ସଂଘ ଅଂଶଗ୍ରହଣ କରିବା ସହ ପ୍ରଥମ ଥର ପାଇଁ ନିଯୁକ୍ତି ମେଳା ଆୟୋଜନ କରାଯିବ ।

ଏହା ମଧ୍ୟ ପଢନ୍ତୁ: ଲାଗିଲା ESMA, ସ୍ବାସ୍ଥ୍ୟକର୍ମୀଙ୍କୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ମନା

ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପାରାଦୀପ, ଗୋପାଳପୁର ଓ ଧାମରା ବନ୍ଦରର ସମ୍ପ୍ରସାରଣ ପ୍ରୟାସ ସହ ଜାତୀୟ ରାଜପଥ ଓ ସଡ଼କର ବିକାଶ ଉପରେ ଆଲୋଚନା କରିଛନ୍ତି । ଇଣ୍ଡିଆନ ଅଏଲ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ହୋଇଛି । ତେଣୁ ଇଜ ଅଫ ଡୁଇଁ ବିଜନେସରେ ଉନ୍ନତି ଆଣିବା ଏବଂ ପୁଞ୍ଜିନିବେଶ ଆକୃଷ୍ଟ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ଶିଳ୍ପ ଏବଂ ଏମଏସଏମଇ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.