ETV Bharat / state

ରଥଯାତ୍ରା ସମୟରେ ପୁରୀ ସହରରେ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ - PURI RATH YATRA 2024

author img

By ETV Bharat Odisha Team

Published : Jul 2, 2024, 9:50 AM IST

Puri Rath yatra 2024 power supply to be uninterrupted: ରଥଯାତ୍ରା ସମୟରେ ପୁରୀ ସହରରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବାକୁ ବୈଠକ । ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଇ ଦିଆଯିବ । ଅଧିକ ପଢନ୍ତୁ

Rath yatra
Rath yatra (ETV BHARAT ODISHA)

ଭୁବନେଶ୍ୱର: ପାଖେଇ ଆସୁଛି ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା । ଜୁଲାଇ 7 ତାରିଖରେ ବଡ ଠାକୁରଙ୍କ ଯାତ୍ରା ଦେଖିବାକୁ ହଜାର ହଜାର କ୍ଷକ୍ତଙ୍କ ସମାଗମ ହେବ ପୁରୀକୁ । ରଥଯାତ୍ରା ସମୟରେ ସହରରେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିମନ୍ତେ କୃଷି ବିଭାଗ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀ ସହରରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

Rath yatra
Rath yatra (ETV BHARAT ODISHA)

ରଥଯାତ୍ରା ସମୟରେ ପୁରୀକୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସମାଗମ ହେବ । ସେମାନଙ୍କ ସୁବିଧା ପାଇଁ ବିଦ୍ୟୁତ ସରବରାହଜନିତ ପ୍ରତିଷେଧକ ଓ ରକ୍ଷଣାବେକ୍ଷଣ ଉପରେ ବୈଠକରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ରଥଯାତ୍ରା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ଅବଗତ ମଧ୍ୟ କରାଯାଇଥିଲା । ଚଳିତ ବର୍ଷ ଗ୍ରୀଡ଼ଗୁଡ଼ିକର ସୁପରିଚାଳନା ନିମନ୍ତେ ପ୍ରତି ଗ୍ରୀଡ଼ରେ କଣ୍ଟ୍ରୋଲ ରୁମ ମାନ ଖୋଲାଯାଇ ବିଦ୍ୟୁତ ସରବାରାହକୁ ନିୟନ୍ତ୍ରିତ କରାଯିବ ।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିର ଆସି ପଟି ଦିଅଁଙ୍କୁ ଦର୍ଶନ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା - Manoj Ahuja Visits Puri

ସହରର ସମସ୍ତ ଗ୍ରୀଡ଼ ଏସଡ଼ିଓଙ୍କ ଅଧିନରେ ପରିଚାଳିତ ହେବ । ଏହା ସହ ପ୍ରତି ସବଷ୍ଟେସନରେ ଦକ୍ଷ ଇଂଜିନିୟରମାନେ ନିୟୋଜିତ ହେବେ । ଓପିଟିସିଏଲ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ । ନିର୍ଦ୍ଦିଷ୍ଟ ଷ୍ଟେସନମାନଙ୍କରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମମାନ ଖୋଲାଯିବାର ପ୍ରାବଧାନ ରହିଛି । ରଥଯାତ୍ରାକୁ ଦୃଷ୍ଟିରେ ରଖି ସହରରେ ତିନିଗୋଟି ପାୱାର ଷ୍ଟେସନର କ୍ଷମତା ବୃଦ୍ଧି କରାଯିବ । ଲୋଡ଼ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯିବ । ପ୍ରତିଷେଧକମୂଳକ ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ ହୋଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସହରରେ ଥିବା ସମସ୍ତ ବିଦ୍ୟୁତ ଖୁଣ୍ଟି, ତାର ଏବଂ ଟ୍ରାନ୍ସଫର୍ମର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଟ୍ରାନ୍ସଫର୍ମରରେ ବିଦ୍ୟୁତ ନିରୋଧ ଲେପ ଦିଆଯାଇଛି । ବିଦ୍ୟୁତଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ସୁରକ୍ଷା ସଚେତନତା ରଥ ସହରରେ ପରିକ୍ରମା କରିବ । ବିଦ୍ୟୁତ ସରବରାହକୁ ତ୍ରୁଟିଶୂନ୍ୟ କରିବା ପାଇଁ ୨୦୦ରୁ ଉର୍ଦ୍ଧ୍ବ ବିଦ୍ୟୁତ ଖୁଣ୍ଟି ପୁରୀ ବଡ଼ଦାଣ୍ଡରୁ ଆରମ୍ଭ କରି ଆଖପାଖ ଅଞ୍ଚଳରେ ପୋତା ଯାଇଛି । ଗଛଗୁଡ଼ିକର ଡାଳପତ୍ର ସଫା କରାଯାଇ ବିଦ୍ୟୁତ ତାରଗୁଡ଼ିକୁ ଅବରୋଧମୁକ୍ତ କରାଯାଇଛି । ସମସ୍ତ ସବଷ୍ଟେସନରେ ସୁରକ୍ଷା ଦୃଷ୍ଟିରୁ ତାରବାଡ଼ ଲଗାଯାଇଛି । ରଥଯାତ୍ରା ସମୟରେ ବିଦ୍ୟୁତ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ୮୫ ଜଣ ଅଧିକାରୀଙ୍କ ସମେତ ୮୦୦ରୁ ଉର୍ଦ୍ଧ୍ବ ଟିପିସିଓଡିଏଲର କର୍ମଚାରୀ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିୟୋଜିତ ରହିବେ । ରଥଯାତ୍ରା ସମୟରେ ଆଲୋକୀକରଣକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ୨୧ଟି ଡିଜି ସେଟର ବ୍ୟବସ୍ଥା କରାଯାଇଛି ।

ଶ୍ରୀମନ୍ଦିର ଏବଂ ପରିକ୍ରମା ପ୍ରକଳ୍ପର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏଲଇଡି ଲାଇଟର ବ୍ୟବସ୍ଥା କରାଯିବ । ଏହା ସହ ଗୁଣ୍ଡିଚା ଯାତ୍ରାରୁ ବାହୁଡ଼ାଯାତ୍ରା, ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଏଲଇଡି ଲାଇଟ ବଳବତ୍ତର ରହିବ । ସମସ୍ତ ପାର୍କିଂ ସ୍ଥାନ, ଶ୍ରୀଜଗନ୍ନାଥ ଓ ମାଉସୀମା ମନ୍ଦିର ଏବଂ ଅନ୍ୟ ଜନଗହଳି ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରାଯିବ । କୌଣସି ବୈଦ୍ୟୁତିକ ଦୁର୍ଘଟଣାକୁ ଆଖି ଆଗରେ ରଖି ଭ୍ରାମ୍ୟମାଣ ଟ୍ରାନ୍ସଫର୍ମର, ହାଇଡ୍ରା, କ୍ରେନ ଏବଂ ପର୍ଯ୍ୟାପ୍ତ ଇନ୍ଧନ ଆଦି ଗଚ୍ଛିତ ରଖାଯିବ । ସେହିପରି ଟିପିସିଓଡିଏଲ ପକ୍ଷରୁ ଦୁଇଟି ଆମ୍ବୁଲାନ୍ସ ସହିତ ଡାକ୍ତରୀ ଦଳ ନିୟୋଜିତ ରହିବେ । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉପଯୁକ୍ତ ସମନ୍ୱୟ ରକ୍ଷାପୂର୍ବକ ଏହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ କରିବାକୁ ଉପମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ସମେତ ଶକ୍ତି ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ଟିପିସିଓଡିଏଲର ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.