ETV Bharat / state

ବରଗଡ଼ର ଦୁଇଟି ବ୍ଲକକୁ NAC ଘୋଷଣା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

author img

By ETV Bharat Odisha Team

Published : Feb 24, 2024, 10:44 PM IST

2 Block of Baragarh to be Upgraded to NAC: ଆଜି ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂଆ ଏନଏସି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହିକ୍ରମରେ ବରଗଡ଼ ଜିଲ୍ଲାର ଦୁଇ ଗୋଟି ବ୍ଲକକୁ NAC ଘୋଷଣା କରାଯାଇଛି । ଅଧିକ ପଢ଼ନ୍ତୁ,

ବରଗଡ଼ ଜିଲ୍ଲାର ଦୁଇଟି ବ୍ଲକକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବରଗଡ଼: ଆଜି ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂଆ ଏନଏସି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହିକ୍ରମରେ ବରଗଡ଼ ଜିଲ୍ଲାର ଦୁଇ ଗୋଟି ବ୍ଲକକୁ NAC ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଜିଲ୍ଲାର ଭେଡେନ ଓ ପାଇକମାଲ ବ୍ଲକକୁ NAC ଘୋଷଣା କରାଯାଇଛି । ଯାହାପାଇଁ ପଦ୍ମପୁର ଓ ଅତାବିରା ବିଧାୟିକା ସମେତ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ମୁଖ୍ୟମନ୍ତ୍ରୀ । ପଦ୍ମପୁର ଉପନିର୍ବାଚନ ସମୟରେ ପାଇକମାଲ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବାକୁ କଥାଦେଇଥିଲେ ମୁଖ୍ୟମନ୍ତ୍ରୀ। ଆଜି ଭେଡେନ ଓ ପାଇକମାଲ ଦୁଇଟି ସ୍ଥାନକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରିଥିବା ପରେ ଲୋକଙ୍କୁ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଯାହା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ଅତାବିରା ବିଧାୟିକା ସ୍ନେହାଙ୍ଗିନି ଛୁରିଆ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ 2024 ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣା ନିଶ୍ଚିତ ଭାବେ ଭୋଟରେ ପରିବର୍ତ୍ତନ ଆଣିବ ବୋଲି ଆଶା କରିଛି ବିଜେଡ଼ି ଦଳ l

ଏହା ମଧ୍ଯ ପଢ଼ନ୍ତୁ.... ରାଜ୍ୟରେ ୩୪ ନୂଆ NAC ଏବଂ ୫ ନୂଆ ମ୍ୟୁନିସିପାଲିଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଜିଲ୍ଲାର ପାଇକମାଲ ଏବଂ ଭେଡେନ ଅଞ୍ଚଳ ଭଟଲି ନିର୍ବାଚନ ମଣ୍ଡଳୀର ସୋହେଲା ଏବଂ ଭଟଲି ବ୍ଲକ ଠାରୁ ଆୟତନରେ ଛୋଟ ଓ କମ ଜନସଂଖ୍ୟା ବିଶିଷ୍ଟ । ହେଲେ ମଧ୍ୟ ଭଟଲି ଓ ସୋହେଲାକୁ NAC ଘୋଷଣା କରାଯାଇ ନଥିବା କାରଣରୁ ସେଠାକାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ଭଟଲି ବିଧାୟକ ସୁଶାନ୍ତ ସିଂଙ୍କର ଅଞ୍ଚଳକୁ ଅଣଦେଖା କରାଯାଇଥିବା ନେଇ ସୋସିଆଲ ମିଡ଼ିଆରେ ଲୋକଙ୍କ ଅସନ୍ତୋଷ ଜାହିର କରିଛନ୍ତି ।

ଅନ୍ୟପଟେ ପଦ୍ମପୁର ଉପଖଣ୍ଡ ଅଞ୍ଚଳକୁ ଜିଲ୍ଲା ଘୋଷଣା କରାଯାଉ ବୋଲି ସେଠାକାର ଲୋକେ ଆନ୍ଦୋଳନ କରିଆସୁଥିବା ବେଳେ ପାଇକମାଲ ବାସିନ୍ଦା ମଧ୍ୟ ପାଇକମାଳକୁ NAC ଦାବିରେ ଆନ୍ଦୋଳନ ଜାରି ରଖିଥିଲେ l ଖୁବ କମ ସମୟ ମଧ୍ୟରେ ଅର୍ଥାତ ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବା ପୂର୍ବରୁ ପାଇକମାଳକୁ NAC ଘୋଷଣା କରିଦେଲେ ମୁଖ୍ୟମନ୍ତ୍ରୀ l ତେବେ ପାଇକମାଳରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କର ଭଲ ଦବଦବା ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କର ଏପରି ଘୋଷଣା ନିଶ୍ଚିତ ରୂପେ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ଦଳକୁ ସୁହାଇବ ଏବଂ ବିରୋଧୀଙ୍କ ସମର୍ଥନ ମଧ୍ୟ ବିଜେଡ଼ି ପାଇଁ ଭୋଟରେ ପରିବର୍ତ୍ତନ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.