ETV Bharat / state

ଦିନିକିଆ କନ୍ଧମାଳ ଗସ୍ତରେ ରାଜ୍ୟପାଳ ରଘୁବର ଦାସ

author img

By ETV Bharat Odisha Team

Published : Jan 23, 2024, 9:33 PM IST

Updated : Jan 23, 2024, 9:58 PM IST

Governor Raghubar Das Kandhamal visit: ଆଜି ରାଜ୍ୟପାଳ ରଘୁବର ଦାସ ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ

Governor Raghubar Das Kandhamal visit
Governor Raghubar Das Kandhamal visit
ଦିନିକିଆ କନ୍ଧମାଳ ଗସ୍ତରେ ରାଜ୍ୟପାଳ ରଘୁବର ଦାସ

ଫୁଲବାଣୀ: ରାଜ୍ୟପାଳ ରଘୁବର ଦାସ ଆଜି (ମଙ୍ଗଳାବର) ଦିନିକିଆ କନ୍ଧମାଳ ଗସ୍ତ କରିଛନ୍ତି । ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ମିଶନ ଶକ୍ତି କାଫେ, ଅଙ୍ଗନବାଡ଼ି କେନ୍ଦ୍ର, ସରକାରୀ ବିଦ୍ୟାଳୟ ଆଦି ପରିଦର୍ଶନ କରିଛନ୍ତି । ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ପାଇବା ଦରକାର ବୋଲି ରାଜ୍ୟପାଳ କହିଥିବା ବେଳେ ଆକାଂକ୍ଷୀ ଜିଲ୍ଲା ପ୍ରତି ଅଧିକ ଦୃଷ୍ଟି ଦେବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।

ଗର୍ଭବତୀ ମହିଳାମାନଙ୍କ ସ୍ବାସ୍ଥ୍ୟ ଓ ପୌଷ୍ଟିକ ଆହାର ଉପରେ ସର୍ବାଧିକ ଗୁରୁତ୍ବ ଦେବା ଆବଶ୍ୟକ ଏବଂ ସ୍ବାସ୍ଥ୍ୟ ସଚେତନତା ପାଇଁ ବିଶେଷ ପ୍ରୟାସ ଉପରେ ରାଜ୍ୟପାଳ ଗୁରୁତ୍ବାରୋପ କରିଛନ୍ତି । ବିଶିପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଡାକ୍ତର, ରୋଗୀ, ସ୍ବାସ୍ଥ୍ୟ କର୍ମଚାରୀ ଓ ସ୍ଥାନୀୟ ଲୋକମାନଙ୍କ ସହ ବାର୍ତ୍ତାଳାପ କରିବା ସହିତ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି । ରାଷ୍ଟ୍ରୀୟ ଆଜୀବିକା ମିଶନରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ମିଳୁଛି । ଭାରତରେ ମହିଳା ସଶକ୍ତିକରଣ ତ୍ବରାନ୍ବିତ ହୋଇଛି ଏବଂ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ଉନ୍ନତି ଆସିଛି । ସେମାନେ ସମସ୍ତ ଯୋଜନାର ଉପଯୋଗ କରିବା ଦରକାର ବୋଲି କହିଛନ୍ତି ରାଜ୍ୟପାଳ ।

ଏହା ବି ପଢନ୍ତୁ- ବରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ରାଜ୍ୟପାଳ

ଫିରିଙ୍ଗିଆରେ ମିଶନ ଶକ୍ତି କାଫେ ପରିଦର୍ଶନ କରି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ସହ ଆଲୋଚନା କରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସ୍ବୀକାର କରିବା ପାଇଁ ସେମାନଙ୍କୁ ଆହ୍ବାନ ଦେଇଛନ୍ତି । ଉଚ୍ଚ ସ୍ବପ୍ନ ଦେଖ ଏବଂ ସ୍ବପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବା ପାଇଁ ଫିରିଙ୍ଗିଆ ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ କହିଛନ୍ତି ରାଜ୍ୟପାଳ । ସେପଟେ ରାଜ୍ୟପାଳ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ପରିଦର୍ଶନ କରିଛନ୍ତି । ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ଉପରେ ବିଶେଷ ଗୁରୁତ୍ବ ଦେବା ସହ ଗର୍ଭବତୀ ମହିଳାମାନଙ୍କ ଯତ୍ନକୁ ଅଗ୍ରାଧିକାର ଦେବାକୁ ରାଜ୍ୟପାଳ ମାଶ୍ରିପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁ, ଅଭିଭାବକ ଓ ଅଙ୍ଗନବାଡ଼ି କର୍ମୀଙ୍କୁ କହିଛନ୍ତି ।

ତେବେ କୃଷି ହେଉଛି ଆମ ସଂସ୍କୃତି ଓ ଅର୍ଥନୀତିର ଆଧାର । କୃଷିର ଉନ୍ନତିରେ ଦେଶର ଉନ୍ନତି । ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଦି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଏହାର ଉପଯୋଗ କରି ସମୟର ଆହ୍ବାନ ଓ ଆବଶ୍ୟକତା ଅନୁସାରେ ଚାଷ କରିବା ଦରକାର ଏବଂ ଜୈବିକ ଚାଷକୁ ପ୍ରାଧାନ୍ୟ ଦେବାକୁ ରାଜ୍ୟପାଳ ବନ୍ଧଗଡ଼ ସ୍ଥିତ ମସଲା ପ୍ରକ୍ରିୟାକରଣ ପ୍ରକଳ୍ପ(କସମ) ପରିଦର୍ଶନ କରି ଚାଷୀ ଓ ଗ୍ରମବାସୀଙ୍କୁ କହିଛନ୍ତି । ରାଜ୍ୟପାଳଙ୍କ ପରିଦର୍ଶନ ବେଳେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କନ୍ଧମାଳ

Last Updated : Jan 23, 2024, 9:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.