ETV Bharat / state

'KGରୁ PG ସାନ୍ତାଳୀ ଭାଷାରେ ପାଠପଢ଼ା', ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ସ୍ବାଗତ - EDUCATION IN SANTALI LANGUAGE

ସାନ୍ତାଳୀ ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରୀ । କେଜିରୁ ପିଜି (KG-PG) ସାନ୍ତାଳୀ ଭାଷାରେ ଶିକ୍ଷାଦାନ ନେଇ ବିଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ।

EDUCATION IN SANTALI LANGUAGE
EDUCATION IN SANTALI LANGUAGE (ETV BHARAT ODISHA)
author img

By ETV Bharat Odisha Team

Published : Dec 20, 2024, 7:02 AM IST

Updated : Dec 20, 2024, 12:41 PM IST

କେନ୍ଦୁଝର: ମାତୃଭାଷାରେ ପାଠପଢ଼ା । ଏଭଳି ସୁଯୋଗ ହୁଏତ ସମସ୍ତଙ୍କୁ ମିଳୁ ନଥିବ । ତେବେ ନିଜ ମାତୃଭାଷାରେ ପାଠପଢ଼ା ଆରମ୍ଭ କରିବା ଭିନ୍ନ ଏବଂ ନିଆରା । ସାନ୍ତାଳୀ ସଂପ୍ରଦାୟ ପାଇଁ ଏଭଳି ସୁଯୋଗ ଆସିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଆଉ ଏହି ପ୍ରତିଶ୍ରୁତି ଦେଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଦିନିଆ କେନ୍ଦୁଝର ଗସ୍ତରେ ଆସି ସାନ୍ତାଳୀ ସଂପ୍ରଦାୟ ପାଇଁ ନୂଆ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

KGରୁ PG ସାନ୍ତାଳୀ ଭାଷାରେ ଶିକ୍ଷାଦାନ:

କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଆଦିବାସୀ ସଂପ୍ରଦାୟ ବସବାସ କରନ୍ତି । ସେଥିରୁ ଅନ୍ୟତମ ପ୍ରମୁଖ ଜନଜାତି ହେଉଛି 'ସାନ୍ତାଳୀ ସଂପ୍ରଦାୟ' । ସାନ୍ତାଳୀ ସେମାନଙ୍କ ମାତୃଭାଷା ହୋଇଥିବା ବେଳେ, ନିଜ ଭାଷାରେ ପାଠପଢ଼ାର କୌଣସି ବ୍ୟବସ୍ଥା ନାହିଁ । ସେମାନେ ସାଧାରଣତଃ ଓଡ଼ିଆ, ଇଂରାଜୀ କିମ୍ବା ହିନ୍ଦୀ ଭାଷାରେ ପାଟ ପଢ଼ିଥାନ୍ତି । ତେବେ ଆଗକୁ ସାନ୍ତାଳୀ ପିଲାମାନେ ନିଜ ମାତୃଭାଷାରେ ପାଠ ପଢ଼ି ପାରିବ । ଶିକ୍ଷାଦାନ ଆରମ୍ଭ ଅର୍ଥାତ KG ରୁ ସାନ୍ତାଳୀ ଭାଷାରେ ପାଠପଢ଼ା ଆରମ୍ଭ କରିପାରିବେ ଏବଂ PG ବା ସ୍ନାତକୋତ୍ତର ପାଠ୍ୟକ୍ରମ ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ଗ୍ରହଣ କରି ପାରିବେ । କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହି ଘୋଷଣା ପରେ ସାନ୍ତାଳୀ ସମୁଦାୟରେ ଖୁସିର ଲହରି ।

EDUCATION IN SANTALI LANGUAGE (ETV BHARAT ODISHA)

"କମିବ ଡ୍ରପ୍ ଆଉଟ୍"

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସାନ୍ତାଳୀ ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ସାନ୍ତାଳୀ ଭାଷା ଜନତା, ଲେଖକ ଓ ଭାଷାବିତ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା । ସେ କହିଛନ୍ତି, '' ଏହା କାର୍ଯ୍ୟକାରୀ ହେଲେ ଡ୍ରପ ଆଉଟ ସଂଖ୍ୟା କମିବ । ଏହା ସହ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବ । ସରକାରଙ୍କ ପକ୍ଷରୁ ନୂତନ କମିଟି ଗଠନ କରି ଏହାର ବିକାଶ ପାଇଁ ତତ୍ପରତା ପ୍ରକାଶ କରିବା ଆବଶ୍ୟକ । ''

" ସ୍ବୀକୃତି ସହ ପୃଷ୍ଟପୋଷକତା ଜରୁରୀ"
ସାନ୍ତାଳୀ ସାହିତ୍ୟ ଏକାଡେମୀର ପୂର୍ବତନ ସଂଯୋଜକ ଡକ୍ଟର ଗଙ୍ଗାଧର ହାଁସଦାଙ୍କ ମତରେ " ଏହି ଭାଷାର ବିକାଶ ପାଇଁ ସରକାରଙ୍କ ସ୍ବୀକୃତି ଓ ପୃଷ୍ଟପୋଷକତା ଆବଶ୍ୟକତା ରହିବା ଆବଶ୍ୟକ । ଏହା ସହ କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ଭାଷା ଭିତ୍ତିକ ପୁରସ୍କାର ଘୋଷଣା କରିବା ଆବଶ୍ୟକ । "

"ଭାଷା ପରିବାରକୁ ସମୃଦ୍ଧ କରିବ"
ଆଦିବାସୀ ଗବେଷକ ଡ଼ ସୁମନ୍ତ୍ର ନାଏକ କହିଛନ୍ତି, '' ଏହି ଘୋଷଣା ଦ୍ବାରା ନିଶ୍ଚିତ ନିଜସ୍ଵ ଭାଷାରେ ପାଠ ପଢ଼ିବାକୁ ସୁଯୋଗ ମିଳିବ । ଏହା କେବଳ ଏକ ଜାତିର ଭାଷା ନୁହେଁ, ସମଗ୍ର ଭାଷା ପରିବାରକୁ ସମୃଦ୍ଧ କରିବ । ଭାଷାରେ ବୈଷୟିକ ଶିକ୍ଷା ମଧ୍ୟ ଆବଶ୍ୟକ ରହିଛି । ''

ସାନ୍ତାଳୀ ସଂପ୍ରଦାୟକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି:

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଜିଲ୍ଲା କେନ୍ଦୁଝରରେ ସାନ୍ତାଳୀ ସଂପ୍ରଦାୟ ପାଇଁ କରିଛନ୍ତି ବଡ଼ ଘୋଷଣା । କେଜରୁ ପିଜି(KG TO PG) ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଥିବା କହିଛନ୍ତି ମୋହନ ମାଝୀ । କେନ୍ଦୁଝର ଅଶୋକ ବାଟିକାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ ।

ଅଲ୍‌ଚିକି ଲିପି ସୃଷ୍ଟିକୁ ୧୦୦ ବର୍ଷ ପୂରିବ:

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, "1925 ମସିହାରେ ଅଲ୍‌ଚିକି ଲିପି ସୃଷ୍ଟି ହୋଇଥିଲା । ଅଲ୍‌ଚିକି ଲିପିର ସ୍ରଷ୍ଟା ଗୁରୁ ଗମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଏହି ଅବସରରେ ସ୍ମରଣ କରିବା ସଙ୍ଗେ ସଙ୍ଗେ 2025ରେ ଏହି ଲିପି ସୃଷ୍ଟି ହେବାର ଶହେ ବର୍ଷ ପୂର ଣ ହେବ । ଏହି ଶତ ବାର୍ଷିକୀକୁ ଏକ ମିଶନ ଭାବେ ନେଇ “Mission Ol-Chiki 2025” କୁ ସଫଳ କରିବା । 2025 ସୁଦ୍ଧା ଯଦି ସମସ୍ତେ ଅଲ୍‌ଚିକି ଲିପି ତଥା ସାନ୍ତାଳୀ ଭାଷାରେ ଶିକ୍ଷା ଗ୍ରହଣ କରିପାରିଲେ, ତେବେ ପଣ୍ଡିତ ମୁର୍ମୁଙ୍କ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ । ଏହି କ୍ରମରେ ଓଡିଶାରେ ସାନ୍ତାଳୀ ଭାଷାରେ ପ୍ରାଥମିକ ସ୍ତରରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାର ପ୍ରଚଳନ ପାଇଁ ସରକାର ଚିନ୍ତା କରୁଛନ୍ତି । "

ଏହା ମଧ୍ୟ ପଢନ୍ତୁ-କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ସାନ୍ତାଳୀରେ ଅଭିଭାଷଣ, ଭାଷାର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି - CM KEONJHAR VISIT

ଏହା ମଧ୍ୟ ପଢନ୍ତୁ-'କେନ୍ଦୁଝର ହେବ ଶିଳ୍ପ ଅଗ୍ରଣୀ ଜିଲ୍ଲା', ଗୋନାସିକା ମହୋତ୍ସବରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା - GONASIKA MAHOTSAV

ଲେଖକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ:

ସାନ୍ତାଳୀ ଲେଖକମାନେ ନିଜର ଲେଖନୀ ବଳରେ ଜାତିର ଭାଷା, ସଂସ୍କୃତି, ପରମ୍ପରା ଓ ଶିକ୍ଷାର ବହୁଳ ପ୍ରଚାର ପ୍ରସାର ପାଇଁ ନିସ୍ବାର୍ଥପର ଓ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆହ୍ବାନ ଦେଇଥିଲେ । ବିଭିନ୍ନ ଭାଷାରେ ଲିଖିତ ପ୍ରସିଦ୍ଧ ପୁସ୍ତକକୁ ସାନ୍ତାଳୀରେ ଓ ସାନ୍ତାଳୀ ଭାଷାରେ ଲିଖିତ ବିଭିନ୍ନ ଶିକ୍ଷଣୀୟ ପୁସ୍ତକକୁ କିପରି ଅନ୍ୟ ଭାଷାକୁ ଅନୁବାଦ କରାଯାଇ ପାରିବ, ସେଥି ନିମନ୍ତେ ଉଦ୍ୟମ କରିବାକୁ ଲେଖକମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କାରଣ ଭାଷାର ବହୁଳ ପ୍ରଚାର ପ୍ରସାର ପାଇଁ ଅନୁବାଦ ସାହିତ୍ୟ ଏବଂ ଯୁଗୋପଯୋଗୀ ସାହିତ୍ୟ ସୃଷ୍ଟି କରିବା ପ୍ରତ୍ୟେକ ଲେଖକଙ୍କର ପ୍ରାଥମିକତା ହେବା ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ-

ଆଦିବାସୀ ପୁଅଙ୍କ କମାଲ: ଡିଜିଟାଲ ସ୍କ୍ରିନରେ ସାନ୍ତାଳୀ ଭାଷା, ରାମଜିତଙ୍କୁ ପ୍ରଶଂସାରେ ପୋତିଲେ ପ୍ରଧାନମନ୍ତ୍ରୀ - PM MODI PRAISES RAMJEET TUDU

‘ମନ କି ବାତ’ରେ ମୟୂରଭଞ୍ଜ ଯୁବକ, ସାନ୍ତାଳୀ ଭାଷାକୁ ଦେଇଛନ୍ତି ଡିଜିଟାଲ ପରିଚୟ - PM MANN KI BAAT - PM MANN KI BAAT

ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମ ଦେଇ ଚର୍ଚ୍ଚାରେ ମୟୂରଭଞ୍ଜର ରାମଜିତ ଟୁଡୁ, 'ମନ କି ବାତ'ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ - Ramjeet Promoting Santhali Language - RAMJEET PROMOTING SANTHALI LANGUAGE

ସାନ୍ତାଳୀ ଭାଷାର ଡିଜିଟାଲାଇଜେସନ:

ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର କ୍ଷେତ୍ରରେ ବଡ଼ ଭୂମିକା ନେଇଛନ୍ତି ରାମଜିତ ଟୁଡୁ । ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ବ୍ଲକ ଗୋବିନ୍ଦପୁରର ରାମଜିତ ସାନ୍ତାଳୀ ଭାଷାକୁ ଡିଜିଟାଲ ଫର୍ମାଟ ଦେବାରେ ସଫଳ ହୋଇଛନ୍ତି । ଦୀର୍ଘ ୧୦ ବର୍ଷର ଗବେଷଣା ଏବଂ କଠିନ ପ୍ରୟାସ ପରେ ସାନ୍ତାଳୀ ଭାଷାଭାଷୀଙ୍କ 'ଅଲଚିକ୍' ଲିପିକୁ ଡିଜିଟାଇଲେଜେସନ କରିଛନ୍ତି । ଏଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ କାର୍ଯ୍ୟକ୍ରମରେ ପ୍ରଂଶସା ମଧ୍ୟ କରି ସାରିଛନ୍ତି ।

'ଅଲଚିକ' ଲିପି ଡିଜିଟାଲାଇଜେସନ ହେବା ପରେ ଏବେ ଏହି ଭାଷାରେ ପ୍ରଥମରୁ ବିଶ୍ବବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ପାଠପଢ଼ାର ପରିକଳ୍ପନା, ସାନ୍ତାଳୀ ସଂପ୍ରଦାୟ ପାଇଁ ଏକ ବଡ଼ ଉପଲବ୍ଧି ହେବାକୁ ଯାଉଛି । ତେବେ ଏହା କେବେଠୁ ଆରମ୍ଭ ହେବ, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ ।

ଇଟିଭି ଭାରତ, କେନ୍ଦୁଝର

Last Updated : Dec 20, 2024, 12:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.