ETV Bharat / state

22 ରେ ଦେଶବ୍ୟାପୀ ED ଅଫିସ୍‌ ଘେରିବ କଂଗ୍ରେସ, ରାଜ୍ୟରେ ଆନ୍ଦୋଳନର ନେତୃତ୍ବ ନେବେ ମୋକିମ - Congress to protest against ED - CONGRESS TO PROTEST AGAINST ED

Congress to protest against ED: 22 ତାରିଖରେ ଦେଶବ୍ୟାପୀ ED ଅଫିସ୍‌ ଘେରିବ କଂଗ୍ରେସ । ଭୁବନେଶ୍ବର ‘ଇଡି’ କାର୍ଯ୍ୟାଳୟ ଘେରିବା ପାଇଁ ପ୍ରଦେଶ କଂଗ୍ରେସ ମଧ୍ୟ ପ୍ରସ୍ତୁତ । ବିଭିନ୍ନ ସ୍ଥାନରୁ ଆସିବେ ପ୍ରାୟ 30 ହଜାର ଦଳୀୟ କର୍ମୀ । ଆନ୍ଦୋଳନର ନେତୃତ୍ବ ନେବେ ବରିଷ୍ଠ ନେତା ମହମ୍ମଦ ମୋକିମ । ଅଧିକ ପଢନ୍ତୁ

22 ରେ ଦେଶବ୍ୟାପୀ ED ଅଫିସ ଘେରିବ କଂଗ୍ରେସ, ରାଜ୍ୟରେ ଆନ୍ଦୋଳନର ନେତୃତ୍ବ ନେବେ ମୋକିମ
22 ରେ ଦେଶବ୍ୟାପୀ ED ଅଫିସ ଘେରିବ କଂଗ୍ରେସ, ରାଜ୍ୟରେ ଆନ୍ଦୋଳନର ନେତୃତ୍ବ ନେବେ ମୋକିମ (ETV Bharat Odisha)
author img

By ETV Bharat Odisha Team

Published : Aug 19, 2024, 7:21 AM IST

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ‘ଇଡି’ ଓ ‘ସିବିଆଇ’ ପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛି କେନ୍ଦ୍ରର ବିଜେପି ସରକାର । ଏହି ଅଭିଯୋଗ ସହ କଂଗ୍ରେସ ସାରା ଦେଶରେ 22 ତାରିଖରେ ଇଡି କାର୍ଯ୍ୟାଳୟ ଘେରାଉ ଡାକରା ଦେଇଛି । ଓଡିଶା କଂଗ୍ରେସ ମଧ୍ୟ ଭୁବନେଶ୍ବର ସ୍ଥିତ ‘ଇଡି’ କାର୍ଯ୍ୟାଳୟ ଘେରିବ । ଏଥିପାଇଁ କାଲି କଂଗ୍ରେସ ଭବନରେ ଆୟୋଜିତ ବୈଠକରେ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଛି ।

  • ପ୍ରେସମିଟରେ ଘୋଷଣା କଲା କଂଗ୍ରେସ:-

ଗତକାଲି (ରବିବାର) କଂଗ୍ରେସ ଭବନରେ ଆୟୋଜିତ ଆଜି ଏକ ସାମ୍ବାଦିକ ସମିଳନୀରେ ଦଳର ଅନ୍ୟତମ ବରିଷ୍ଠ ନେତା ମହମ୍ମଦ ମୋକିମ କହିଛନ୍ତି,‘‘ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ 22 ତାରିଖରେ ସାରା ଭାରତରେ ସମସ୍ତ ‘ଇଡି’ ଅଫିସ ଘେରାଉ କରାଯିବ । ଓଡ଼ିଶାରେ ମଧ୍ୟ୍ୟ କଂଗ୍ରେସ ‘ଇଡି’ ଅଫିସ ସମୁଖରେ ବିରୋଧ ପଦର୍ଶନ କରିବ । ପୂର୍ବାହ୍ନ 11ଟାରୁ ଏହି ଆନ୍ଦୋଳନ ଆରମ୍ଭ ହେବ । ଦେଶରେ କେନ୍ଦ୍ର ସରକାର ଯେଉଁଭଳି ଭାବରେ Ed ଏବଂ CBI ବ୍ୟବହାର କରୁଛି, ତାହା ଅନୁଚିତ । ଏହାକୁ ବିରୋଧ କରି ଆମେ ED ଅଫିସ ସମୁଖରେ ବିକ୍ଷୋଭ କରିବୁ । ଓଡ଼ିଶାରେ ବିଜେପି ସରକାର ଚାଲିଛି । କିନ୍ତୁ ସରକାର ଯେଉଁଭଳି ଚାଲିବା କଥା ତାହା ଚାଲୁନାହିଁ । ବିଜେଡି ମଧ୍ୟ୍ୟ ବିରୋଧୀ ଦଳ ଭୂମିକା ଠିକ୍‌ ଭାବରେ ନେଇପାରୁନାହିଁ । ରାଜ୍ୟବାସୀଙ୍କ ହିତ ପାଇଁ ସର୍ବଦା କଂଗ୍ରେସ ଦଳ ଲଢେଇ ଜାରି ରଖିବ ।"

  • ପ୍ରତିବାଦର ନେତୃତ୍ବ ନେବେ ମୋକିମ:-

ଏହା ମଧ୍ୟ ପଢନ୍ତୁ:- ଭୁବନେଶ୍ବର ପରେ କଟ

କରେ ଠାବ ହେଲା ସିମ୍ ବକ୍ସ, ପୋଲିସର ଛାନଭିନ୍ ଜାରି - Cuttack SIM BOX RACKET
ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମନମୁଖୀ ବ୍ୟବହାର ,ରାହୁଲଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରାଯାଉଥିବା ଦଳ ଅଭିଯୋଗ କରିଆସିଛି । ଗତକାଲି ଏହି ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା । ଏଥିରେ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଆକ୍ସନପ୍ଲାନ ପ୍ରସ୍ତୁତ କରାଯାଇଛି । ଏହି ଘେରାଓ କାର୍ଯ୍ୟକ୍ରମର ସଂଯୋଜକ ଦାୟିତ୍ବ ଗ୍ରହଣ କରିଛନ୍ତି ମୋକିମ । ସାରା ରାଜ୍ୟରୁ ପ୍ରାୟ 30 ହଜାରରୁ ଅଧିକ କଂଗ୍ରେସ କର୍ମୀ ଓ ନେତା ଭୁବନେଶ୍ୱର ଆସିବେ । ସିଆରପି ଛକଠାରୁ ED କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ପ୍ରତିବାଦ ରାଲି ଆୟୋଜନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.