ଭୁବନେଶ୍ବର: ଏଥର ରାଜ୍ୟରେ ସହଜ ହେବ ମାଓ ମୁକାବିଲା । ମାଓବାଦୀଙ୍କ ସହ ଜଙ୍ଗଲରେ ଅପରେସନ ପାଇଁ ତୟାର୍ କ୍ୟାଡେଟ ଆର୍ମଡ ସବ୍ ଇନସ୍ପେକ୍ଟର । ଏନେଇ ୧୧୩ ଜଣ କ୍ୟାଡେଟ ଆର୍ମଡ SIଙ୍କ ସରିଛି ପାସିଂ ଆଉଟ୍ ପରେଡ । ଆଇନଶୃଙ୍ଖଳା ଭଳି ସ୍ଥିତି ଠାରୁ ଆରମ୍ଭ କରି ବିପର୍ଯ୍ୟୟ ସମୟରେ ମୁକାବିଲା ପାଇଁ ନିର୍ଣ୍ଣାୟକ ଭୂମିକା ନେବେ ଏହି ତାଲିମ ପ୍ରାପ୍ତ ଅଫିସର ।
![BIJU PATNAIK STATE POLICE ACADEMY](https://etvbharatimages.akamaized.net/etvbharat/prod-images/13-07-2024/od-bbs-01-police-passout-avb-7203832_13072024175908_1307f_1720873748_476.jpg)
ନୂଆ ନୂଆ ଢାଞ୍ଚାରେ ନୂଆ ନୂଆ ଓ୍ବିପନ ବା ବନ୍ଧୁକର ବ୍ୟବହାର ଜ୍ଞାନ ଆହୋରଣ ମାଓ ଅପରେସନରେ ବା ଆତଙ୍କୀ ଆକ୍ରମଣରେ ବ୍ୟବହାର କରିବା ମଧ୍ୟ ତାଲିମ ପାଇଛନ୍ତି । ମାଓବାଦୀ ଅଞ୍ଚଳରେ ଖଞ୍ଜା ଯାଇଥିବା ବୋମାକୁ କିପରି ବମ ନିଷ୍କ୍ରିୟ ଟିମ୍ ବିନା ଡିଫ୍ୟୁଜ କରାଯାଇପାରିବ, ଷ୍ଟିଲ କଣ୍ଟେନର ବା ବ୍ୟାଗରେ କିମ୍ବା ମାଟି ତଳେ ଖଞ୍ଜା ହୋଇଥିବା ଆଇଡି, ଲାଣ୍ଡ ମାଇନ ଭଳି ପରିସ୍ଥିତିକୁ କିପରି ଚିହ୍ନଟ କରିବେ ଏନେଇ ସେମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଛି । ଏହାସହ ବମ୍ ବ୍ଲାଷ୍ଟରୁ କିଭଳି ବର୍ତ୍ତି ପାରିବେ ସେନେଇ ମଧ୍ୟ ତାଲିମ ନେଇଛନ୍ତି । କମ୍ବିଂ ବା ଏରିଆ ସର୍ଚ୍ଚ ଆଦି ଦିଗରେ ମଧ୍ୟ ମଧ୍ୟ ସେମାନଙ୍କୁ ସଶକ୍ତ କରାଯାଇଛି । ସେହିଭଳି ଆଇନଶୃଙ୍ଖଳା ଭଳି ସ୍ଥିତି ମୁକାବିଲା, ରଥଯାତ୍ରା ସମୟରେ ନିୟନ୍ତ୍ରଣ, ନିର୍ବାଚନ ପରିଚାଳନା ସହ ଭଳି ଡିଜାଷ୍ଟର ମ୍ୟାନେଜମେଣ୍ଟ କଭଳି କରିବେ ସେନେଇ ତାଲିମ ପାଇଛନ୍ତି ।
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଦେଶର ମାଓବାଦୀ ମୁକାବିଲାରେ ଓଡ଼ିଶାର ସବୁଠାରୁ ଉଚ୍ଚ କୋଟିର । ଗୃହମନ୍ତ୍ରୀଙ୍କ ବିଶାଳ ନିର୍ଦ୍ଦେଶରେ ବାମପନ୍ଥୀ ଉଗ୍ରବାଦୀ ମୁକାବିଲାରେ ଓଡ଼ିଶା ଉତ୍ତମ ପ୍ରଦର୍ଶନ କରିଛି । ଏହାସହ ରାଜ୍ୟରେ ମାଓ ଉପଦ୍ରବ ହ୍ରାସ ପାଇଛି । ଆଗକୁ ରାଜ୍ୟକୁ ମୁକ୍ତ ମାଓ କରିବା ପାଇଁ ଆହୁରି ଆହ୍ବାନ ଅଛି । ସେପଟେ ସେପଟେ ଡିଜିପି ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ, ନିର୍ଭିକ, ବଳିୟାନ ଓ ତେଜିୟାନ ହୋଇ ସମସ୍ତେ କାମ କରିବେ । ଆଗାମୀ ଦିନରେ ୧୧୩ ଜଣ କ୍ୟାଡେଟ ଆର୍ମଡ SIଙ୍କ ବିଭିନ୍ନ ବାଟାଲିୟନ ଓ ରିଜର୍ଭ ଫୋର୍ସରେ ନିଯୁକ୍ତ କରାଯିବ । ରାଜ୍ୟରେ ୨୦ଟି ବାଟାଲିୟନ ରହିଛି, ଯେଉଁଥିରେ ୮ଟି ଏସଓଜି, ୯ଟି IRB ବାଟାଲିୟନ, ୨ଟି OISF ଓ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ଭୁବନେଶ୍ୱର ରହିଛି । ସେହିପରି ପ୍ରତି ଜିଲ୍ଲାର ରିଜର୍ଭ ବାଟାଲିୟନ ମଧ୍ୟ ରହିଛି ଯେଉଁଠି ସେମାନଙ୍କୁ ଦାୟିତ୍ବ ଦିଆଯିବ ।
ଇଟିଭି ଭାରତ, ଭୁବନେଶ୍ବର