ETV Bharat / state

16ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ସିଏମ ଶୁଣିଲେ ଲୋକଙ୍କ ସମସ୍ୟା - Odisha CM public grievance cell

author img

By ETV Bharat Odisha Team

Published : Jul 1, 2024, 10:56 AM IST

Updated : Jul 1, 2024, 2:20 PM IST

Chief minister public grievance cell opens from public: ରାଜ୍ୟରେ ସମସ୍ୟା ଘେରରେ ଅନେକ ଲୋକ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବାର କେଇ ଘଣ୍ଟା ନହେଉଣୁ ଅଭିଯୋଗ ପ୍ରକୋଷ୍ଠରେ ମାଳ ମାଳ ଜନତା । ସକାଳ 9 ଟା ରୁ ଲୋକମାନେ ଧାଡ଼ିରେ ଛିଡା ହୋଇ ପଞ୍ଜୀକରଣ କରୁଛନ୍ତି । ଏବେସୁଦ୍ଧା ୩ ଶହରୁ ଅଧିକ ଅଭିଯୋଗ ପଞ୍ଜୀକରଣ ହୋଇସାରିଛି । ଅଧିକ ପଢନ୍ତୁ

Chief minister public grievance cell
Chief minister public grievance cell (ETV Bharat Odisha)

ଭୁବନେଶ୍ୱର: 16ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ମାଳ ମାଳ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଜନତା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସକାଳୁ ସକାଳୁ ଜନତାଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ଅଭିଯୋଗ ପ୍ରକୋଷ୍ଠ ଖୋଲିବାର ଆଜି ପ୍ରଥମ ଦିନ ହୋଇଥିବା ବେଳେ ପ୍ରଥମରୁ ହିଁ ପ୍ରବଳ ଭିଡ ଦେଖିବାକୁ ମିଳିଛି । ସକାଳ 9 ଟାରୁ ଲୋକମାନେ ଧାଡ଼ିରେ ଛିଡା ହୋଇ ପଞ୍ଜୀକରଣ କରିଛନ୍ତି । ଏବେସୁଦ୍ଧା ୩ ଶହରୁ ଅଧିକ ଅଭିଯୋଗ ପଞ୍ଜୀକରଣ ହୋଇସାରିଛି । ମୁଖ୍ୟମନ୍ତ୍ରୀ 11ଟା ବେଳେ ପ୍ରକୋଷ୍ଠରେ ପହଞ୍ଚି ସାଧାରଣ ଜନତାଙ୍କ ସମସ୍ୟା ବୁଝିଛନ୍ତିି ।

ମୁଖ୍ୟମନ୍ତ୍ରୀ ଶୁଣିଲେ ଜନତାଙ୍କ ସମସ୍ୟା । ଦୀର୍ଘ ୧୬ ବର୍ଷ ପରେ ଲୋକଙ୍କ ପାଇଁ ସିଏମଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିବା ବେଳେ ଲୋକମାନେ ସିଧାସଳଖ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଛନ୍ତି ।

ଅନ୍ୟପଟେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ସୋସିଆଲ ପ୍ଲାଟଫର୍ମରେ ଟ୍ୱିଟ କରି ଲେଖିଛନ୍ତି, 'ଦୀର୍ଘ ୧୬ ବର୍ଷ ପରେ ସାଧାରଣ ଲୋକଙ୍କ ପାଇଁ ଖୋଲାଗଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ । ୨୦୦୮ ମସିହାରେ ଶେଷଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାକୁ ଆସିଥିଲେ । ଲୋକଙ୍କ ସରକାରରେ ଆଜିଠାରୁ ଲୋକଙ୍କ ପାଇଁ ଖୋଲା ରହିବ ଅଭିଯୋଗ ପ୍ରକୋଷ୍ଠ, ଲୋକେ ସିଧାସଳଖ ଆସି ମୋ ସହ ଭେଟି ନିଜର ସମସ୍ଯା ଜଣାଇପାରିବେ ।'

ଏହାମଧ୍ୟ ପଢନ୍ତୁ..ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର; ଅଭିଯୋଗ ଶୁଣି ସମାଧାନ କରିବେ ମୋହନ ସରକାର - CM TO HEAR PUBLIC GRIEVANCES

ଆଜି(ସୋମବାର)ଠୁ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ଶୁଣାଣି । ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ନିୟମିତ ଚାଲିବ ଅଭିଯୋଗର ଶୁଣାଣି । ସମସ୍ୟା ଶୁଣିବା ସହ ସମାଧାନ ଦିଗରେ ପଦକ୍ଷେପ ନେବେ ରାଜ୍ୟ ସରକାର । ଭୁବନେଶ୍ୱର ୟୁନିଟ୍-୫ରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଆଜିଠୁ ଜନଶୁଣାଣି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝି ଅଭିଯୋଗ ଶୁଣାଣି କରିବା ସହ ଏହାର ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ସୋମବାର ଦିନ ଏହି ଶୁଣାଣି ହେବ ବୋଲି ସୂଚନା ରହିଛି ।

ଦିନ 9ଟାରୁ 12ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜିକରଣ କରି ଉପସ୍ଥିତ ରହିବାକୁ ପୂର୍ବରୁ କୁହାଯାଇଛି । ସେହିପରି ଜିଲ୍ଲାପାଳଙ୍କୁ ମଧ୍ୟ ଜିଲ୍ଲା ସ୍ତରରେ ପ୍ରତ୍ୟେକ ସୋମବାର ଦିନ ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ ଶୁଣାଣି ପରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 1, 2024, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.