ETV Bharat / state

ମହାବିଦ୍ୟାଳୟରେ ନାହିଁ ହୋମିଓପାଥି ସ୍ନାତକୋତ୍ତର ଡିଗ୍ରୀ କୋର୍ସ, ଚିଠି ଲେଖିଲା ଓଡ଼ିଶା ଆୟୁଷ ବିକାଶ ପରିଷଦ - homeopathy post graduate seats - HOMEOPATHY POST GRADUATE SEATS

Ayush Development forum letter to homeopathy National Commission: ହୋମିଓପାଥି ସ୍ନାତକୋତ୍ତର ଡିଗ୍ରୀ କୋର୍ସକୁ ଅଣଦେଖା । ରାଜ୍ୟରେ ୪ଟି ମହାବିଦ୍ୟାଳୟରେ ସ୍ନାତକୋତ୍ତର ଡିଗ୍ରୀ କୋର୍ସ ନଥିବା ବେଳେ ଚିଠି ଲେଖିଲା ଓଡ଼ିଶା ଆୟୁଷ ବିକାଶ ପରିଷଦ । ଅଧିକ ପଢନ୍ତୁ

homeopathy
homeopathy
author img

By ETV Bharat Odisha Team

Published : Apr 17, 2024, 4:30 PM IST

ଭୁବନେଶ୍ବର: ରାଜ୍ୟରେ ହୋମିଓପାଥି ସ୍ନାତକୋତ୍ତର ଡିଗ୍ରୀ କୋର୍ସ ଖୋଲିବା ପାଇଁ ଉଠିଲା ଦାବି । ଏନେଇ ରାଷ୍ଟ୍ରପତି, ଆୟୁଷ ମନ୍ତ୍ରୀ, ସଚିବ ଓ କେନ୍ଦ୍ରୀୟ ହୋମିଓପ୍ୟାଥିକ କମିଶନଙ୍କୁ ଚିଠି ଲେଖିଲା ଓଡ଼ିଶା ଆୟୁଷ ବିକାଶ ପରିଷଦ । ରାଜ୍ୟରେ ଥିବା ଚାରୋଟି ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଡିଗ୍ରୀ କୋର୍ସ ଖୋଲିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

ଦୀର୍ଘ ପଚିଶ ବର୍ଷ ଧରି ରାଜ୍ୟ ସରକାର କେବଳ ଏଲୋପାଥିକ ସ୍ୱାସ୍ଥ୍ୟ ଓ ଶିକ୍ଷାର ଉନ୍ନତି ପାଇଁ ଉଦ୍ୟମ କରୁଛନ୍ତି । ଏପଟେ ରାଜ୍ୟରେ ଥିବା ଚାରୋଟି ସରକାରୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଅଦ୍ୟାବଧି କୌଣସି ପ୍ରକାର ଉନ୍ନତି ହୋଇପାରିନାହିଁ । ସମସ୍ତ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଗୁଡିକରେ ସ୍ନାତକୋତ୍ତର ଡିଗ୍ରୀ କୋର୍ସ ନଥିବା ଏବଂ ଏହାର ଅଭାବ ଯୋଗୁଁ ରାଜ୍ୟରେ ସ୍ନାତକୋତ୍ତର ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥାରେ ଅଧପତନ ସହିତ ବାରମ୍ବାର ସ୍ନାତକ ଶିକ୍ଷା ବିପର୍ଯ୍ୟସ୍ତ ହୋଇଛି ।

ରାଜ୍ୟରେ ପ୍ରତି ବର୍ଷ ଦୁଇ ଶହରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ହୋମିଓପାଥିକ ସ୍ନାତକ ଡିଗ୍ରୀ ହାସଲ କରୁଥିଲେ ସୁଦ୍ଧା ସେମାନଙ୍କ ପାଇଁ ରାଜ୍ୟରେ ପିଜି ପଢିବା ପାଇଁ ରାଜ୍ୟରେ ସୁଯୋଗ ସୃଷ୍ଟି କରାଯାଇନାହିଁ । ପ୍ରତ୍ୟେକ ରାଜ୍ୟରେ ଆୟୁଷ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପରିଲକ୍ଷିତ ହେଉଥିବା ବେଳେ ଆମ ରାଜ୍ୟ ସରକାର ପ୍ରଚେଷ୍ଟା କରୁନଥିବା ଅଭିଯୋଗ କରି ଆଜି ଓଡ଼ିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ ସମ୍ପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ, କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, କେନ୍ଦ୍ର ଆୟୁଷ ସଚିଵ ରାଜେଶ କୋଟଚେ, କେନ୍ଦ୍ରୀୟ ହୋମିଓପ୍ୟାଥିକ କମିଶନ ଅଧ୍ୟକ୍ଷ ଡା ଅନୀଲ ଖୁରାନାଙ୍କୁ ଚିଠି ଲେଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହୋମିଓପ୍ୟାଥିକ ଚିକିତ୍ସାକୁ ଅବହେଳା କରୁଛନ୍ତି ସରକାର: ଅବସରପ୍ରାପ୍ତ ଡାକ୍ତର - Homeopathic treatment

ରାଜ୍ୟରେ ଥିବା ଚାରୋଟି ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ଯଥା ଭୁବନେଶ୍ବର ସ୍ଥିତ ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ, ସମ୍ବଲପୁର ସ୍ଥିତ ଓଡିଶା ହୋମିଓପାଥି ଭେଷଜ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର, ରାଉରକେଲା ସ୍ଥିତ ଉତ୍କଳମଣି ହୋମିଓପାଥି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ, ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ତୁରନ୍ତ ସ୍ନାତକୋତ୍ତର ଡିଗ୍ରୀ କୋର୍ସ ଉପଲବ୍ଧ କରାଇବା ପାଇଁ ଚିଠିରେ ଦାବି କରାଯାଇଛି ।

ରାଜ୍ୟରେ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ହେବା ଦିନ ଠାରୁ କେବଳ ଅଭିନ୍ନ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟରେ ମେଟେରିଆ ମେଡିକା, ଅର୍ଗାନନ, ରିପୋଟରୀ, ଫର୍ମାସୀ, ପ୍ରାକ୍ଟିସ ଅଫ ମେଡ଼ିସିନ ଆଦି ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ କୋର୍ସ ଥିବା ବେଳେ ବିଭାଗୀୟ ପ୍ରଫେସରଙ୍କ ଅଭାବ ଯୋଗୁଁ ଏବଂ ରାଜ୍ୟ ସରକାରୀ ଉଦାସୀନତା ଯୋଗୁଁ ୨୦୧୭ରେ ବନ୍ଦ ହୋଇଯାଇଥିଲା । ଗତ ବର୍ଷ ଭୁବନେଶ୍ୱର ସ୍ଥିତ ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟରେ ମେଟେରିଆ ମେଡିକା ବିଭାଗରେ ମାତ୍ର ଚାରୋଟି ପିଜି ସିଟ ସ୍ୱୀକୃତି ଆଣିଥିବା ବେଳେ ରାଜ୍ୟରେ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଆୟୁଷ ଶିକ୍ଷା ବ୍ୟବସ୍ଥା ପ୍ରତି ଘୋର ଉଦାସୀନତା ମନୋଭାବ ପ୍ରକାଶ କରୁଥିବା କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.