ଜଗତସିଂହପୁର: ନିର୍ବାଚନ ଆୟୋଗଙ୍କ ଦ୍ବାରା ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି । କେବେ ହାରିଯାଇଥିବା ପ୍ରାର୍ଥୀମାନଙ୍କ ଶିବିରରେ ନୈରାଶ୍ୟତା ଖେଳି ଯାଇଛି । ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି 21 ହଜାର ଭୋଟରେ ବିଜେପି ପ୍ରାର୍ଥୀ ଅମରେନ୍ଦ୍ରଙ୍କ ଠାରୁ ହାରିବା ପରେ ଖାଁ ଖାଁ ହୋଇଯାଇଛି । ଫଳାଫଳ ଆସିବା ପରେ ପ୍ରଶାନ୍ତ ଭୁବନେଶ୍ୱର ଚାଲି ଯାଇଥିବା ବେଳେ କର୍ମୀମାନଙ୍କ ମଧ୍ୟରେ ନୈରାଶ୍ୟତା ଖେଳି ଯାଇଛି । ଦୁଇ ଦୁଇ ଜଣ ହେଭିୱେଟ ପ୍ରଶାନ୍ତ ମୁଦୁଲି ଓ ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ୱାଳ ବିଜେଡି ପାଇଁ ପ୍ରଚାର କରିବା ସହିତ ବିଜୟ ପାଇଁ ଯେଉଁ ଗୋଟି ଚାଳନା କରିଥିଲେ ଶେଷରେ ତାହା ଫେଲ ମାରିଥିଲା । ଅମରେନ୍ଦ୍ର ଦାସ 20 ହଜାରରୁ ଅଧିକ ଭୋଟରେ ପ୍ରଶାନ୍ତଙ୍କୁ ପରାସ୍ତ କରିବା ପରେ ଏବେ ଜଗତସିଂହପୁର ରାଜନୈତିକ ସମିକରଣ ଓଲଟ ପାଲଟ ହୋଇ ଯାଇଛି ।
ଏହା ମଧ୍ୟ ପଢନ୍ତୁ: ସିକ୍ୟୁରିଟି ଗାର୍ଡରୁ ବିଜେପି ପ୍ରାର୍ଥୀ, ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ସତ୍ୟ ସାରଥୀ - Balikuda Erasama BJP candidate
ସନ୍ଧ୍ୟାରେ ହଜାର ହଜାର କର୍ମୀ ମାନଙ୍କୁ ଏକାଠି କରି କେନ୍ଦ୍ର ଓ ରାଜ୍ୟରେ ବିଜେପିର ଅଦ୍ଭୂତପୂର୍ବ ବିଜୟକୁ ନେଇ କର୍ମୀମାନଙ୍କ ମଧ୍ୟରେ କୁଇଣ୍ଟାଲ କୁଇଣ୍ଟାଲ ମିଠା ବଣ୍ଟା ଯାଇଥିଲା । ସଭାରେ ସତ୍ୟ ସାରଥୀ ମହାନ୍ତି କହିଥିଲେ ଯେ, ସେ ନିର୍ବାଚନରେ ପରାଜୟ ବରଣ କରିଥିଲେ ମଧ୍ୟ ସବୁଦିନ ପାଇଁ ସେ ବାଲିକୁଦା-ଏରସମା ବାସୀଙ୍କ ସହ ରହିଛନ୍ତି । ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବହୁତ ସମସ୍ୟା ରହିଛି । ଏହି ନିର୍ବାଚନ ମଣ୍ଡଳୀର ଲୋକେ ପାଣି ମୁଁନ୍ଦେ ପାଇବାରୁ ବଞ୍ଚିତ ହେଉଛନ୍ତି । ଆମ ସରକାର ଏହା ଉପରେ ନିଶ୍ଚିତ ଦୃଷ୍ଟି ଦେବ । ଜିଲ୍ଲା ଓ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସେ କାମ ଜାରି ରଖିବେ ବୋଲି କହିଥିଲେ । ଏହି ବିଜୟ ସମାବେଶରେ ହଜାର ହଜାର ବିଜେପି କର୍ମୀ ଯୋଗ ଦେଇ ଉତ୍ସବ ମନାଇଥିଲେ ।
ଇଟିଭି ଭାରତ, ଜଗତସିଂହପୁର