ETV Bharat / state

ଝାଡ଼ଖଣ୍ଡରେ ଓଡ଼ିଆ ଦାଦନ ଶ୍ରମିକ ମୃତ, ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛି ପରିବାର - Kalahandi Migrant Worker Death

Odia Migrant Worker Dies In Jharkhand: ଝାଡ଼ଖଣ୍ଡକୁ ଦାଦନ ଖଟିବାକୁ ଯାଇ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଅଧିକ ପଢ଼ନ୍ତୁ,

ଓଡ଼ିଆ ଦାଦନ ଶ୍ରମିକ ମୃତ
ଓଡ଼ିଆ ଦାଦନ ଶ୍ରମିକ ମୃତ
author img

By ETV Bharat Odisha Team

Published : Mar 17, 2024, 10:30 PM IST

ଓଡ଼ିଆ ଦାଦନ ଶ୍ରମିକ ମୃତ

ଭବାନୀପାଟଣା: ପୁଣି ଦାଦନ ଦୁଃଖ । ଗାଁକୁ ଫେରିଛି ଶ୍ରମିକଙ୍କ ମୃତଦେହ । କାମ ପାଇଁ ଘରଛାଡି ଯାଇଥିବା ପୁଅ ଆଉ ଫେରିଲାନି, ହେଲେ ଫେରିଛି ତାର ମୃତଦେହ । ଏହିଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଖଇରପଦର ଗାଁରେ ଦେଖିବାକୁ ମିଳିଛି । ଝାରଖଣ୍ଡ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ଜନ୍ମେଜୟ ସାହୁ । ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂଶ୍ପର୍ସରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଆଜି ତାଙ୍କ ମୃତଦେହ ଫେରିଥିବାବେଳେ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ଜିଲ୍ଲାର ଧର୍ମଗଡ ବ୍ଲକ ଅନ୍ତର୍ଗତ ଖଇରପଦର ଗାଁର ଜନ୍ମେଜୟ ସାହୁ ଆଇଟିଆଇ ପାଠ ପଢା ସାରିବା ପରେ ନିଜ ଅଞ୍ଚଳରେ କୌଣସି କାମ ନମିଳିବାରୁ ଗତ ଜାନୁଆରୀ ମାସରେ ଝାଡ଼ଖଣ୍ଡ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେ ଏକ ଘୋରୋଇ କମ୍ପାନୀରେ କାମ କରୁଥିଲେ । ପରିବାରର ଜଣେ ମାତ୍ର ରୋଜଗାରିଆ ପୁଅ ଜନ୍ମେଜୟ । ବାପା ଦିବ୍ୟାଙ୍ଗ ହୋଇଥିବା ବେଳେ ମା’ ମଧ୍ୟ ବୟସର ଅପରାହ୍ନରେ ପହଞ୍ଚି ଶରୀରରେ କାମ କରିବା ପାଇଁ ଶକ୍ତି ନାହିଁ । ତେବେ ନିଜ ବାପା ମା’ଙ୍କ ପେଟକୁ ଦାନା ଯୋଗାଇବା ପାଇଁ ଜନ୍ମେଜୟ ଯାଇଥିଲେ କାମ କରିବା ପାଇଁ । ହେଲେ ଗତକାଲି ବିଳମ୍ବିତ ରାତିରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂଶ୍ପର୍ସରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ମୃତ, ପେଟପାଟଣା ଚିନ୍ତାରେ ପରିବାର

ପରେ କମ୍ପାନୀ କର୍ତ୍ତୃପକ୍ଷ ଏନେଇ ଜନ୍ମେଜୟଙ୍କ ପରିବାରକୁ ଫୋନ୍ ଯୋଗେ ଜଣାଇଥିଲେ । ପରେ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ବାପା ଓ ମା’ । କମ୍ପାନୀ ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ ଜନ୍ମେଜୟଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ । ଦାଦନ ଦୁଃଖ ଦୂର କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ହେଲେ କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ହୋଇପାରୁନାହିଁ । ଫଳରେ ରାଜ୍ୟ ଛାଡି ହଜାର ହଜାର ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ହେଲେ ଏଥିପ୍ରତି ନାଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି ନାଁ ସରକାର । ଫଳରେ ପେଟପାଟଣା ଆଶାରେ ହଜାର ହଜାର ଶ୍ରମିକ ଭିଟାମାଟି ଛାଡି ରାଜ୍ୟ ବାହାରକୁ ଯାଉଛନ୍ତି ଦାଦନ ଖଟି । ହେଲେ କିଛି ଫେରୁଛନ୍ତି ତ ଆଉ କିଛି ଲୋକଙ୍କର ଫେରୁଛି ମୃତଦେହ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.