ETV Bharat / state

Nuakhai 2024: ମୁଖ୍ୟମନ୍ତ୍ରୀ ମୋହନଙ୍କ ମନ ସମ୍ବଲପୁର ଖାଇବେ ନୂଆ, ଏମିତି ବ୍ୟବସ୍ଥା କରିଛି ପ୍ରଶାସନ - CM To Visit Sambalpur

author img

By ETV Bharat Odisha Team

Published : Sep 6, 2024, 7:47 PM IST

Nuakhai 2024: ଦିନକ ପରେ ନୂଆଖାଇ । ପଶ୍ଚିମ ଓଡ଼ିଶାରେ ନୂଆଖାଇର ଧୂମ । ଏଥର ଲୋକଙ୍କ ଖୁସିରେ ସାମିଲ ହେବାକୁ ସମ୍ବଲପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି । ଅଧିକ ପଢନ୍ତୁ

Nuakhai 2024
Nuakhai 2024 (ETV Bharat Odisha)

ସମ୍ବଲପୁର: ଆସନ୍ତା ରବିବାର ନୂଆଖାଇ । ଏଥିପାଇଁ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ଥର ନୂଆଖାଇ ପାଇଁ ସମ୍ବଲପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବାନ୍ନ ଖାଇବା ସହ ନୂଆଖାଇ ଭେଟଘାଟରେ ସାମିଲ ହେବେ । ଏଥିପାଇଁ ପ୍ରସ୍ତୁତିରେ ଲାଗି ପଡିଛି ଜିଲ୍ଲା ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ଭୋଜନ ଥାଳିରେ ପରସା ଯିବ ଖାଣ୍ଟି ସମ୍ବଲପୁରୀ ଆଇଟମ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।

Nuakhai 2024 (ETV Bharat Odisha)

ମୋହନ ଖାଇବେ ସମ୍ବଲପୁରୀ ଆଇଟମ:

ଦିନକ ପରେ ନୂଆଖାଇ । ଏଥିପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନୂଆ ଖାଇବେ ସମସ୍ତେ । ଆଉ ଏଥର ଲୋକଙ୍କ ଖୁସିରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ରବିବାର ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଥିସହ ନୂଆ ମଧ୍ୟ ଖାଇବେ । ମୁଖ୍ୟମନ୍ତ୍ରୀଙ୍କ ଥାଳିରେ ପରସା ଯିବ ଭଳିକି ଭଳି ଖାଣ୍ଟି ସମ୍ବଲପୁରୀ ଆଇଟମ । ଏନେଇ ସୂଚନା ଦେଇଛନ୍ତି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ l

Nuakhai 2024
Nuakhai 2024 (ETV Bharat Odisha)

ମା’ ସମଲେଇଙ୍କ ନେବେ ଆଶିଷ, ଭେଟଘାଟରେ ହେବେ ସାମିଲ:

ସଞ୍ଜୟ ବାବୁ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ଗସ୍ତର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି ଯାହା କାଲି ଜିଲ୍ଲାପାଳ କାର୍ଯ୍ୟାଳୟରୁ ଆମେ ପାଇଛୁ l ଏବଂ ମୁଖ୍ୟମନ୍ତ୍ରୀ ଆସିବେ, ଏଠି ନବାନ୍ନ ଭକ୍ଷଣର କାର୍ଯ୍ୟକ୍ରମ ମଧ୍ୟ ରହିଛି ଏବଂ ସନ୍ଧ୍ୟାରେ ସମଲେଶ୍ବରୀ ଯୁବକ ସଂଘର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରହିଛି ନୂଆଖାଇ ଭେଟଘାଟ ସେଥିରେ ମଧ୍ୟ ଯୋଗଦାନ କରିବେ l ଆମେ ଉତ୍ସୁକତାର ସହ ଅପେକ୍ଷା କରିଛୁ l ଓଡିଶାର ମୁଖ୍ୟମନ୍ତ୍ରୀ ଆସିକି ମା’ଙ୍କୁ ଦର୍ଶନ କରିବେ l ନବାନ୍ନରେ ଯେମିତି ସବୁ ଆମର ପାରମ୍ପରିକ ଖାଦ୍ୟ ସୂଚୀ ପ୍ରସ୍ତୁତ ହୋଇଛି ଏବଂ ସେଦିନ ତାଙ୍କୁ ଆମର ପାରମ୍ପରିକ ଖାଦ୍ୟ ଯେଉଁଟା ପ୍ରତ୍ୟେକ ଘରେ ଆମର ହୋଇଥାଏ ନବାନ୍ନ ସମୟରେ ସେସବୁ ବ୍ୟବସ୍ଥା କରାଯାଇଛି " l

Nuakhai 2024
Nuakhai 2024 (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: NUAKHAI: କଳାହାଣ୍ଡି ଆଗୁଆ ପାଳିଲା ନୂଆଁଖାଇ, ନୂଆ ଖାଇଲେ ୩ ଗାଁର 5 ହଜାର ଲୋକ

ଆଜି ସମ୍ପନ୍ନ ହେଲା ସିନ୍ଦୁର ଲାଗି ନୀତି:

ନୂଆଖାଇ ପୂର୍ବରୁ ଆଜି ନୂତନ ସିନ୍ଦୁର ଲାଗି ନୀତି ଅନୁଷ୍ଠିତ ହୋଇଛି l ପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରି ପୂଜାର୍ଚ୍ଚନା କରିବା ପରେ ମା’ ସମଲେଶ୍ବରୀଙ୍କ ପାର୍ଶ୍ଵରେ ଥିବା 115 ଦେବା ଦେବୀ ମାନଙ୍କୁ ନୂତନ ସିନ୍ଦୁର ଲାଗି କରାଯାଇଥିଲା l ପୂଜକ ମାନେ ମିଶି ଏହି କାର୍ଯ୍ୟ ସମାପନ କରିବାର ପରମ୍ପରା ରହିଛି l ଆଜି ସିନ୍ଦୁର ଲାଗି ପରେ ମନ୍ଦିରର ଚତୁଃପାର୍ଶ୍ବକୁ ସଫା କରାଯାଇଛି l ଏହାପରେ ମା’ଙ୍କ ସବୁ ଗହଣା ସଫା କରାଯାଇଛି l ଅନ୍ୟପଟେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନୂଆଖାଇକୁ ବ୍ୟବସ୍ଥିତ ଢଙ୍ଗରେ କିପରି ପାଳନ କରାଯିବ ସେନେଇ ସମସ୍ତ ପ୍ରକାର ସୁବିଧା କରାଯାଇଛି l

Nuakhai 2024
Nuakhai 2024 (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: Nuakhai Festival 2024: ସମଲେଶ୍ୱରୀଙ୍କ ପାଖରେ ପହଞ୍ଚିଲା ନୁଆଁ ଧାନ, ନୁଆଁଖାଇ ଦିନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କଠାରେ ହେବ ନବାନ୍ନ ଅର୍ପଣ

ମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି:

ଏନେଇ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ କହିଛନ୍ତି, "ନୂଆଖାଇ ଲାଗି ଆମର ସବୁ ପ୍ରକାର ଯେଉଁ ପରମ୍ପରାଗତ କାର୍ଯ୍ୟକ୍ରମ ଥାଏ, ମା’ଙ୍କ ମନ୍ଦିର ସଫାସୁତୁରା ହେଲା, ରଙ୍ଗ କାର୍ଯ୍ୟକ୍ରମ ହେଲା, ଗର୍ଭଗୃହର ପରିଚ୍ଛନ୍ନତା ହେଲା ସବୁ ପ୍ରକାର ଆମର କାମ ଚାଲିଛି l ଆଉ ବିଶେଷ କରି ମା’ଙ୍କର ଯେଉଁ ଅଳଙ୍କାର ଅଛି ତାକୁ ସଫେଇ କରାହେଉଛି l ମା’ଙ୍କର ଯେଉଁ ରୂପା ପରଭା ଲାଗିଥିଲା ତାକୁ ମଧ୍ୟ ସଫା କରିବା ପାଇଁ କାରିଗର ମାନେ ଆସି ସଫେଇ କାମ ଜାରି ରହିଛି l ଆଜି ମା’ଙ୍କ ପାଖରେ ତଥା ପାର୍ଶ୍ଵ ଦେବାଦେବୀଙ୍କ ପାଖରେ ସିନ୍ଦୁର ଲାଗି କାର୍ଯ୍ୟକ୍ରମ ରହିଛି "l

ଏହା ମଧ୍ୟ ପଢନ୍ତୁ: ସେପ୍ଟେମ୍ବର 9କୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୋହନଙ୍କ ସୁରକ୍ଷାରେ 30 ପ୍ଲାଟୁନ ଫୋର୍ସ:

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ 30 ପ୍ଲାଟୁନ ପୋଲିସ ମୁତୟନ ହେବେ l ଏନେଇ ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି, "ଆସନ୍ତା 8ରେ ସମ୍ମାନୀୟ ସିଏମ ସାହବ ସମ୍ବଲପୁରକୁ ଆସିବେ l ସେଥିପାଇଁ ବ୍ୟାପକ ଫୋର୍ସର ବ୍ୟବସ୍ଥା କରିଦେଇଛୁ l ପାଖାପାଖି 30 ପ୍ଲାଟୁନ ଫୋର୍ସ ବ୍ୟବସ୍ଥା କରାଯାଇଛି l ସମସ୍ତ ଭେନ୍ୟୁ ଯେଉଁଠି ବି ରହିଛି ସେଠି ନୋଡାଲ ଅଫିସର ଦାୟିତ୍ବ ଦିଆଯାଇଛି l ମୁଖ୍ୟମନ୍ତ୍ରୀ ଯେଉଁ ଅଞ୍ଚଳକୁ ଗସ୍ତ କରିବେ ଆମେ ସେଠାକୁ ଯାଇ ସମୀକ୍ଷା କରିଛୁ । ଏହି ସୁରକ୍ଷା ବ୍ୟବସ୍ଥାରେ ଜଣେ ଡିଆଇଜି, ଜଣେ ଏସପିଙ୍କ ସହ 10 ଜଣ DSP ଓ 40 ଜଣ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି l

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.