ETV Bharat / state

ଆଙ୍ଗୁଠିରେ ଭୋଟ୍‌ କାଳି ଲାଗିଥିଲେ ପରୀକ୍ଷା ପାଇଁ ବାରଣ ନାହିଁ: NTA - National Testing Agency

author img

By ETV Bharat Odisha Team

Published : Apr 9, 2024, 9:59 PM IST

NTA On Rumour on Barred From Exams : ଆଙ୍ଗୁଠିରେ ଭୋଟ୍‌ କାଳି ଲାଗିଥିଲେ ପରୀକ୍ଷା ପାଇଁ କୌଣସି ବାରଣ ନାହିଁ ବୋଲି କହିଛି ଏନଟିଏ । ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଫେକ୍ ନ୍ୟୁଜ । ଅଧିକ ପଢନ୍ତୁ

ଆଙ୍ଗୁଠିରେ ଭୋଟ୍‌ କାଳି ଲାଗିଥିଲେ ପରୀକ୍ଷା ପାଇଁ ବାରଣ ନାହିଁ: NTA

ଭୁବନେଶ୍ବର: ଆଙ୍ଗୁଠିରେ ଭୋଟ୍ କାଳି ଲାଗିଥିଲେ କୌଣସି ପ୍ରକାର ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଇ ପାରିବେ ନାହିଁ । ଏଭଳି କିଛି ଗୁଜବ ସୋସିଆଲ ମିଡିଆରେ ଘୂରି ବୁଲୁଥିଲା । ଯାହାକୁ ନେଇ ବିଭିନ୍ନ ଛାତ୍ର ଛାତ୍ରୀ ମାନେ ଚିନ୍ତା ପ୍ରକଟ କରିଥିଲେ । ତେବେ ଏଭଳି ଅପପ୍ରଚାରକୁ ଖଣ୍ଡନ କରିଛି ଏନଟିଏ (ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି) । ଆଙ୍ଗୁଠିରେ ଭୋଟ୍‌ କାଳି ଲାଗିଥିଲେ ପରୀକ୍ଷା ପାଇଁ କୌଣସି ବାରଣ ନାହିଁ ବୋଲି କହିଛି ଏନଟିଏ । ଏନ୍‌ଟିଏ ର ସମସ୍ତ ପରୀକ୍ଷା ପରୀକ୍ଷାର୍ଥୀ ଦେଇପାରିବେ ବୋଲି ସ୍ପଷ୍ଟ କରିଛି ଏନ୍‌ଟିଏ । ଭୋଟ୍‌ କାଳି ଆଙ୍ଗୁଠିରେ ଲାଗିଥିଲେ ପରୀକ୍ଷା ମନାକୁ ଗୁଜବ କହିଛି ଏନ୍‌ଟିଏ । ଏନ୍‌ଟିଏ ସେମିତି କୌଣସି ନିର୍ଦ୍ଦେଶନାମା ଦେଇନଥିବା ସ୍ପଷ୍ଟ କରିଛି ।

ଏହା ମଧ୍ୟ ପଢନ୍ତୁ... ପିଏଚଡ଼ି ଆଡମିଶନ ପାଇଁ ଦରକାର NET ସ୍କୋର, ଆଉ ଦେବାକୁ ପଡିବନି ଏଣ୍ଟ୍ରାନ୍ସ - NET Scores Valid For PhD Admission

ତେବେ ଉପରୋକ୍ତ ସନ୍ଦେଶ ତଥା ଗୁଜବ ଗୁଡ଼ିକ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏନ୍‌ଟିଏ ସେପରି କୌଣସି ସୂଚନା ପ୍ରଦାନ କରିନାହିଁ ବୋଲି କହିଛି ଏନ୍‌ଟିଏ । ତେବେ ନିର୍ଦ୍ଦେଶ ବା ନିର୍ଦ୍ଦେଶାବଳୀ ପରୀକ୍ଷାର୍ଥୀ ମାନଙ୍କୁ ଏପରି ଗୁଜବ ପ୍ରତି ଧ୍ୟାନ ନ ଦେବା ଏବଂ ସେମାନଙ୍କର ଭୋଟ୍ ଅଧିକାର ବ୍ୟବହାର କରିବାକୁ ଅନୁରୋଧ କରିଛି ଏନ୍‌ଟିଏ । ତେବେ ନିର୍ବାଚନର କୌଣସି ମତଦାନ ସେମାନଙ୍କର ପରୀକ୍ଷା ଦେବାକୁ ଯୋଗ୍ୟତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସ୍ପଷ୍ଟ କରିଛି ଏନଟିଏ । ପ୍ରାର୍ଥୀମାନଙ୍କୁ ସେମାନଙ୍କ ଅଧ୍ୟୟନ ଉପରେ ଧ୍ୟାନ ଦେବାକୁ ଏବଂ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦିଆଯାଇଛି । NEET (UG) ୨୦୨୪ ପରୀକ୍ଷା ସମ୍ବନ୍ଧୀୟ ଅନ୍ୟ କୌଣସି ପ୍ରଶ୍ନ ପାଇଁ ପ୍ରାର୍ଥୀମାନେ ୦୧୧-୪୦୭୫୯୦୦୦ କିମ୍ବା neet@nta.ac.in ରେ ଇ-ମେଲ୍ ମାଧ୍ୟମରେଯୋଗାଯୋଗ କରିପାରିବେ ପରୀକ୍ଷାର୍ଥୀ କିମ୍ବା ଏନ୍‌ଟିଏର ଅଫିସିଆଲ୍ ୱେବସାଇଟ୍ (www.nta.ac.in) ଏବଂ (https://exams.nta.ac.in/NEET/) ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଆସନ୍ତା ଏପ୍ରିଲ ୪ ରୁ ୧୨ ତାରିଖ ଯାଏଁ JEE Main ୨୦୨୪ ପାଇଁ ଏଣ୍ଟ୍ରାନ୍ସ ପରୀକ୍ଷା ହେବ । ସେହିପରି ଆସନ୍ତା ଜୁନ ୨୩ ତାରିଖରେ NEET PG ୨୦୨୪ ର ପରୀକ୍ଷା ହେବାକୁଥିବା ବେଳେ ଜୁଲାଇ ୧୫ ସୁଦ୍ଧା ପରୀକ୍ଷାଫଳ ବାହାରିବ ଏବଂ CUET ୨୦୨୪ର ପରୀକ୍ଷା ମଧ୍ୟ ମେ ୧୫ ରୁ ୩୧ ତାରିଖ ଅବଧି ମଧ୍ୟରେ ହେବ ବୋଲି ସ୍ଥିର କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.