ETV Bharat / state

ଫିଜିକ୍ସ ପରୀକ୍ଷାରେ ଆଉଟ ଅଫ ସିଲାବସ ପ୍ରସଙ୍ଗ, ଚଏସ ଡେଫିସିଟ୍ କହିଲା CHSE

author img

By ETV Bharat Odisha Team

Published : Feb 27, 2024, 3:10 PM IST

Updated : Feb 27, 2024, 4:01 PM IST

CHSE On Odisha Plus Two Exam Physics paper out of syllabus: ଫିଜିକ୍ସ ପରୀକ୍ଷାରେ ଆଉଟ ଅଫ ସିଲାବସ ପ୍ରସଙ୍ଗ । ତ୍ରୁଟି ମାନି ଚଏସ ଡେଫିସିଟ କହିଲା ସିଏଚଏସଇ । ଅଧିକ ପଢନ୍ତୁ,

CHSE On Odisha Plus Two Exam Allegation
CHSE On Odisha Plus Two Exam Allegation
CHSE On Odisha Plus Two Exam Allegation

ଭୁବନେଶ୍ବର: ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ଆଉଟ ଅଫ ସିଲାବସ ପ୍ରଶ୍ନ ପ୍ରସଙ୍ଗ । ମୁହଁ ଖୋଲିଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ । ତ୍ରୁଟି ମାନିଲା ସିଏଚଏସସି । ମିଳିବ ଗ୍ରେସମାର୍କ । ଆଉଟ ଅଫ ସିଲାବସ୍‌ ନୁହେଁ ବରଂ ଏହା ଚଏସ୍‌ ଡେଫିସିଟ୍‌ ରହିଛି ବୋଲି କହିଛନ୍ତି ।

ମିଳିବ ଗ୍ରେସ ମାର୍କ: ଏନେଇ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ କହିଛନ୍ତି, "ଫିଜିକ୍ସ ପରୀକ୍ଷାର ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କ ସିଲବସକୁ ଆଧାର କରି ଅଲଗା ପ୍ରଶ୍ନ ତିଆରି ହୋଇଥିଲା । ରେଗୁଲାର ପରୀକ୍ଷାର୍ଥୀଙ୍କ ଚଏସ ଡେଫିସିଟ ହୋଇଛି । ରେଗୁଲାର ପିଲାଙ୍କୁ ଚଏସ ପ୍ରଶ୍ନ ମିଳିନାହିଁ । 19 ମାର୍କର ଚଏସ ଡେଫିସିଟ ହୋଇଛି । ପିଲାଙ୍କୁ କେମିତି ମାର୍କ ଦିଆଯିବ ସେ ନେଇ ଏଗଜାମିନେସନ ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବ । ପିଲାଙ୍କୁ ମାର୍କ ଭରଣା କରାଯିବ, ଯେଉଁମାନେ ପ୍ରଶ୍ନ ଉତ୍ତର ଦେବାକୁ ଚେଷ୍ଟା କରିଥିବେ (ଆଟେମ୍ପଟ) ସେମାନେ ମାର୍କ ପାଇବେ । ସାମୁହିକ ଭାବେ ପିଲାମାନେ ବହୁତ୍ ଭଲ କରିଛନ୍ତି । ପ୍ରଶ୍ନ ପତ୍ର ତିଆରିରେ କେଉଁଠି ତ୍ରୁଟି ରହିଛି ତାର ଯାଞ୍ଚ ନିଶ୍ଚିତ କରାଯିବ କିନ୍ତୁ ପରୀକ୍ଷା ପ୍ରକ୍ରିୟା ସରିବା ପରେ କରାଯିବ ।"

ଏହା ମଧ୍ୟ ପଢନ୍ତୁ: CBSE ଢାଞ୍ଚା ଆପଣାଇଲା CHSE: ଚଳିତ ବର୍ଷରୁ ଗୋଟିଏ ଦିନରେ କଳା-ବିଜ୍ଞାନ-ବାଣିଜ୍ୟ ରେଜଲ୍ଟ

ମେ' ସୁଦ୍ଧା ରେଜଲ୍ଟ: ଗୋଟିଏ ଦିନରେ ବାହାରିବ ଯୁକ୍ତ 2ର କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ । ମାର୍ଚ୍ଚ 20ରେ ପରୀକ୍ଷା ଶେଷ ହେବାକୁ ଥିବା ବେଳେ 22 ତାରିଖରୁ ଆରମ୍ଭ ହେବ ଖାତା ଦେଖା । ମେ 15 ଭିତରେ ରେଜଲ୍ଟ ପ୍ରକାଶ ପାଇବ । 15000 ପରୀକ୍ଷକ ଖାତା ଦେଖିବା ପାଇଁ ନିୟୋଜିତ ରହିବେ । ମାର୍ଚ୍ଚ 22 ରୁ ଏପ୍ରିଲ 2 ଏବଂ ଏପ୍ରିଲ 4 ରୁ ଏପ୍ରିଲ 15 ଯାଏ ଦୁଇଟି ଫେଜରେ ଖାତା ଦେଖାଯିବ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ମୋଟ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୮୮୯ ରହିଛି । ସେହିଭଳି କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୨୦ ଯାଏ ଚାଲିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 27, 2024, 4:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.