ETV Bharat / state

କାଲି ଦାୟିତ୍ବ ନେଲେ, ଆଜି ଉପାନ୍ତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ନୂତନ ଜିଲ୍ଲାପାଳ - Boudh District Administration

New District collector visits village in remote area: ଉପାନ୍ତ ଅଞ୍ଚଳରେ ପହଞ୍ଚିଲେ ନୂତନ ଜିଲ୍ଲାପାଳ । ବିଭିନ୍ନ ସମସ୍ୟା ସମ୍ପର୍କରେ କଲେ ଆଲୋଚନା । ଜିଲ୍ଲା ପ୍ରଶାସନରେ ଅଧିକାରୀଙ୍କ ମଧ୍ୟରେ ତତ୍ପରତା । ଅଧିକ ପଢନ୍ତୁ

କାଲି ଦାୟିତ୍ବ ନେଲେ, ଆଜି ଉପାନ୍ତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ନୂତନ ଜିଲ୍ଲାପାଳ

author img

By ETV Bharat Odisha Team

Published : Feb 1, 2024, 10:46 PM IST

କାଲି ଦାୟିତ୍ବ ନେଲେ, ଆଜି ଉପାନ୍ତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ନୂତନ ଜିଲ୍ଲାପାଳ

ବୌଦ୍ଧ: ଜିଲ୍ଲାରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ ପରେ ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ।ଖୋଦ ଜିଲ୍ଲାପାଳ କାର୍ଯ୍ୟଭାର ଗ୍ରହଣ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପହଞ୍ଚି ବିଭିନ୍ନ ଯୋଜନା ବୁଲି ଦେଖିବା ସହିତ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ ସମସ୍ୟାର ଖୁବଶିଘ୍ର ସମାଧାନ କରାଯିବା ନେଇ ପ୍ରତିଶୃତି ଦେବା ସହ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।ଦୀର୍ଘବର୍ଷ ପରେ ଜିଲ୍ଲାରେ ଜଣେ ଯୁବ ଆଇଏଏସ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଯାହାକୁ ନେଇ ଜିଲ୍ଲାବାସୀ ବେଶ ଆଶାବାଦୀ ମଧ୍ୟ । କାର୍ଯ୍ୟରେ ଯୋଗଦାନର କିଛି ଘଣ୍ଟା ପରେ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପହଞ୍ଚି ହିତାଧିକାରୀଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ ।

ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଜେ.ସୋନାଲ ଗତକାଲି (ବୁଧୁବାର) ଅପରାହ୍ନରେ ଯୋଗଦାନ କରିଛନ୍ତି । ଦାୟିତ୍ବ ଗ୍ରହଣ କରିବାର ମାତ୍ର 24 ଘଣ୍ଟା ମଧ୍ୟରେ ସେ ବୌଦ୍ଧ ସଦର ଚନ୍ଦ୍ରଚୂଡ ମନ୍ଦିର ଆଳତୀ ଘାଟ, ନୂତନ ଡାକ୍ତରଖାନା କୋଠା, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ସହ ତଥା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଆଜି ପ୍ରତ୍ୟୁଷରୁ ନୂତନ ଜିଲ୍ଲାପାଳ ଜେ.ସୋନାଲ ବଉଦ ଜିଲ୍ଲାର ଉପାନ୍ତ ମହାଲିକପଡା ପଞ୍ଚାୟତରେ ପହଞ୍ଚି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ । ଏହାଛଡା ଜିଲ୍ଲାପାଳ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ତଥା ମିଶନ ଶକ୍ତିର ମହିଳା ଗୋଷ୍ଠୀର ସଦସ୍ୟାଙ୍କ ଆର୍ଥିକ ତଥା ସାମାଜିକ ଉନ୍ନତି ନେଇ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଅନ୍ତରୀଣ ବଜେଟ 2024; ବିକଶିତ ଭାରତର ନାରା, ବଡ ଘୋଷଣାରେ ଗରିବଙ୍କ ପାଇଁ ପକ୍କା ଘର

ବୌଦ୍ଧ ଜିଲ୍ଲାର ଉପାନ୍ତ ମହାଲିକପଡା ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ମୋବାଇଲ ସେବା ଅପହଞ୍ଚ ଥିବା ବେଳେ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗର ବିଛିନ୍ନତା ହେତୁ ସରକାରଙ୍କ ବିକାଶମୂଳକ ଯୋଜନା ସଠିକ ଢଙ୍ଗରେ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ । ତେବେ ନୂତନ ଜିଲ୍ଲାପାଳ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ବ ଦେଇ କଡ଼ା ଆଭିମୁଖ୍ୟ ଯୋଗୁଁ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ପରେ ବଉଦ ଜିଲ୍ଲାକୁ ଜଣେ ଯୁବ ଆଇଏଏସ ଅଫିସରଙ୍କ ଯୋଗଦାନ ଫଳରେ ଜିଲ୍ଲାର ବିକାଶ ତ୍ଵରାନ୍ବିତ ହେବା ନେଇ ଜିଲ୍ଲାବାସୀ ବେଶ ଆଶାବାଦୀ । ତେବେ ନୂତନ ଜିଲ୍ଲାପାଳଙ୍କ ଏହି କାର୍ଯ୍ୟ ତତ୍ପରତା ପ୍ରଶାସନରେ କେତେ ପ୍ରଭାବ ଆଣି ପାରୁଛି ତାକୁ ଅପେକ୍ଷା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.