ETV Bharat / state

ଜୁଲାଇ ପହିଲାରୁ ନୂଆ ପୋଲିସ ଆଇନ, ହଟିବ ଦେଢ଼ ଶହ ବର୍ଷ ପୁରୁଣା ବ୍ରିଟିଶ ବ୍ୟବସ୍ଥା - BHARATIYA NYAYA SANHITA

author img

By ETV Bharat Odisha Team

Published : Jun 14, 2024, 5:22 PM IST

Updated : Jun 15, 2024, 10:03 AM IST

Bharatiya Nyaya Sanhita: ଜୁଲାଇ ୧ ତାରିଖରୁ ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ । ହଟିବ IPC, CrPC ଓ Evidence ଆକ୍ଟ । କଣ ଏହି ନୂଆ ପୋଲିସ ଆଇନ ? ନୂଆ ଆଇନରେ ରହଛି କେଉଁ ସବୁ ବ୍ୟବସ୍ଥା ? ଜନସାଧାରଣଙ୍କ ପାଇଁ କେମିତି ରହିବ ସରକାରଙ୍କ ନୂଆ ପୋଲିସ ଆଇନ ? ଆସନ୍ତୁ ଜାଣିବା

ଜୁଲାଇ ୧ରୁ ଲାଗୁ ହେବ ନୂଆ ପୋଲିସ ଆଇନ
ଜୁଲାଇ ୧ରୁ ଲାଗୁ ହେବ ନୂଆ ପୋଲିସ ଆଇନ (ETV Bharat Odisha)

ଭୁବନେଶ୍ବର: ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ପୋଲିସ ଆଇନ । ହଟିବ ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ଆଇନ । ପୁରୁଣା ବ୍ରିଟିଶ୍ ଢାଞ୍ଚାରେ କାର୍ଯ୍ୟକାରୀ ହେବ ନାହିଁ ଭାରତୀୟ ଦଣ୍ଡ ବିଧାନ ବା ପିଙ୍ଗଳ ଧାରା IPC, CrPC ଓ ଏଭିଡେନ୍ସ ଆକ୍ଟ । ଏନେଇ ସରକାର ବିଜ୍ଞପ୍ତି ପରେ କେନ୍ଦ୍ରୀୟ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର ଡିଜି ଓ ମୁଖ୍ୟ ଶାସନ ସଚିବଙ୍କ ସହ ଗୃହ ସଚିବଙ୍କ ବୈଠକ ସରିଛି । ଭିଡିଓ କନଫରେନ୍ସ ଜରିଆରେ ଏହି ନୂଆ ଆଇନ ଲାଗୁ ନେଇ ଆଲୋଚନା କରାଯାଇଛି ।

ଏନେଇ ଓଡ଼ିଶା ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗି କହିଛନ୍ତି ଯେ, ଗତ ଡ଼ିସେମ୍ବର ମାସରେ ସଂଶୋଧିତ ହୋଇଥିବା ନୂଆ ଆଇନ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷୀ ଅଧିନିୟମକୁ ଲାଗୁ ପାଇଁ ସରକାରି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଜୁଲାଇ 1 ତାରିଖରୁ ନୂଆ ପୋଲିସ ଆଇନ ଲାଗୁ ହେବ । ଏଥିପାଇଁ କେନ୍ଦ୍ରୀୟ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର ଡ଼ିଜି, ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଭାରତୀୟ ନ୍ୟାୟ ସଂହିତା ନେଇ ପ୍ରସ୍ତୁତ ରହିଛନ୍ତି ସମସ୍ତ ରାଜ୍ୟ । ବୈଠକରେ ଏହାର ତାଲିମ ପ୍ରକ୍ରିୟା କେତେ ବାଟ ଆଗେଇଛି ଓ ଲାଗୁ ପାଇଁ କିଭଳି ଅଫିସିଆଲ ପଦକ୍ଷେପ ନିଯାଉଛି ସେ ସମ୍ପର୍କରେ ଆଲୋଚନା ହୋଇଛି ।
IPC CrPC And Evidence Act
IPC CrPC And Evidence Act (ETV Bharat Odisha)

ନୂଆ ପୋଲିସ ଆଇନ କଣ ?

୧୮୬୦ ମସିହାର ଭାରତୀୟ ପିଙ୍ଗଳ ଧାରା ବା IPC ଆଇନ ବଦଳରେ କାର୍ଯ୍ୟକାରୀ ହେବ ଭାରତୀୟ ନ୍ୟାୟ ସଂହିତା । ୧୯୭୩ ମସିହାର କ୍ରିମିନାଲ ପ୍ରୋସିଜିଓର କୋଡ୍ ବା CrPC ଆଇନ ବଦଳରେ କାର୍ଯ୍ୟକାରୀ ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଇନ । ସେହିପରି ୧୮୭୨ ମସିହାର Indian Evidence ଆକ୍ଟ ବଦଳରେ କାର୍ଯ୍ୟକାରୀ ହେବ ଭାରତୀୟ ସାକ୍ଷ୍ୟ ଆଇନ ।

କେବେ ମିଳିଲା ସଂସଦର ଅନୁମୋଦନ ?

ଗତବର୍ଷ (2023) ଡିସେମ୍ବର 21 ତାରିଖରେ ଏହି 3 ସଂଶୋଧିତ ଅଧିନିମୟମକୁ ସଂସଦରେ ପାରିତ କରାଯାଇଥିଲା । ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଆଗତ କରିବା ପରେ ଦୀର୍ଘ ଚର୍ଚ୍ଚାରେ ଏହି ସଂଶୋଧନର ଆବଶ୍ୟକତା ସମ୍ପର୍କରେ ତର୍କ ରଖିଥିଲେ । ପରେ ଏହା 25 ଡିସେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ଲାଭ କରିଥିଲା । ଏବେ ଏହା ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ନୂଆ ଅଧିନିୟମ ଅନୁସାରେ କୌଣସି ଅପରାଧିକ ମାମଲାର ତଦନ୍ତ, କାର୍ଯ୍ୟାନୁଷ୍ଠାନ ଓ ବିଚାର ପ୍ରକ୍ରିୟାରେ ପୋଲିସ ବ୍ୟବସ୍ଥା ଓ ନ୍ୟାୟିକ ବ୍ୟବସ୍ଥା ଉଭୟ କାର୍ଯ୍ୟ କରିବେ ।

ଜୁଲାଇ ପହିଲାରୁ ନୂଆ ପୋଲିସ ଆଇନ ?

ଜୁଲାଇ ୧ ତାରିଖରୁ ଲାଗୁ ଦେଶରେ ନୁଆ ଭାରତୀୟ ନ୍ୟାୟ ସଂହିତା । ଦେଢ ଶହ ବର୍ଷର ପୁରୁଣା ବ୍ରିଟିଶ ଆଇନ ପରିବର୍ତ୍ତନ ହୋଇଛି । ଯାହାକି ଏକ ବୈପ୍ଳବିକ ପରିବର୍ତ୍ତନ । ଆଉ ପୁରୁଣା IPC ଓ CRPC ଲାଗୁ ହେବ ନାହିଁ । ସେନେଇ ଏଡିଜି କ୍ରାଇମବ୍ରାଞ୍ଚ ଅଧକ୍ଷତାରେ ତାଲିମ ଦିଆଯାଉଛି । ଏହା କାର୍ଯ୍ୟକାରୀ କରିବାକୁ ଟ୍ରେନିଂ ଆବଶ୍ୟକତା ରହିଛି । ଏନେଇ ଅଫିସରଙ୍କୁ ପର୍ଯ୍ୟାୟ କ୍ରମେ ଟ୍ରେନିଂ ଦିଆଯାଉଛି । ଅଧିକାଶଂ ତାଲିମ ଅନଲାଇନ ଓ ଅଫଲାଇନ‌ ଜରିଆରେ ଦିଆଯାଉଛି । କ୍ରାଇମ୍ କ୍ରିମିନାଲ ଟ୍ରାକି ବା ସିସିଟିଏନ ଏସରେ ପରିବର୍ତ୍ତନ ଓ ଅପଗ୍ରେଡେସନର ଆବଶ୍ୟକତା ରହିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ‌ ସହ ଷ୍ଟେଟ କ୍ରାଇମ୍ ରେକର୍ଡ ବ୍ୟୁରୋରେ ମଧ୍ୟ ଏନେଇ‌ ଅପଗ୍ରେଡ କରାଯାଉଛି । ନୂଆ ନିୟମ କାର୍ଯ୍ୟକାରୀ ପାଇଁ ପ୍ରାବଧାନ ରହିଛି, ଯେପରିକି ବିଭିନ୍ନ ଫର୍ମରେ ନୋଟିଫିକେସନରେ ପରିବର୍ତ୍ତନ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ବାଣ ନିଷ୍କ୍ରିୟ କରୁଥିବା ବେଳେ ଫୁଟିଲା ବୋମା, ପୋଲିସ କର୍ମଚାରୀ ମୃତ - Cuttack bomb blast

ଏନେଇ ଏହାର କାର୍ଯ୍ୟକାରୀ ଓ ତଦାରଖ ପାଇଁ ରାଜ୍ୟରେ ଏକ କମିଟି ମଧ୍ୟ ଗଠନ ହୋଇଛି । ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ମଧ୍ୟ ପର୍ଯ୍ୟାୟ କ୍ରମେ ଏହା ଉପରେ କାର୍ଯ୍ୟକାରିତା ନେଇ ଆଲୋଚନା ହେଉଛି । ଆବଶ୍ୟକୀୟ ଦିଗରେ‌ ପଦକ୍ଷେପ ନିଆଯାଉଛି । ପୁରୁଣ ନିୟମ ଓ‌ ନୂଆ ନିୟମ ମଧ୍ୟରେ ଅନେକ ତଫାତ ରହିଛି । ପୁରୁଣା ନିୟମରେ ଅପରାଧ ଗୁରୁତ୍ବ ଦିଆଯାଇଥିଲା ଏବେ କିନ୍ତୁ ଅପରାଧ ସହ ନ୍ୟାୟକୁ ଅଧିକ ଗୁରୁତ୍ବ ଦିଆଯାଉଛି । ମାନବାଧିକାର, ଇନଭେଷ୍ଟିଗେସନରେ ଟେକ୍ନୋଲୋଜିର ବ୍ୟବହାର ସହ ଟ୍ରାଫିକ ସମୟରେ କିପରି ସେ ଦିଗରେ ଅଧିକ ଫୋର୍ସ ଦେଇ ହେବ ସେନେଇ ନୂଆ ଆଇନରେ ପ୍ରାବଧାନ ରହିଛି । ଯାହା ପୁରୁଣା କେସ ଟ୍ରାୟଲ ହେବ ତାହା ସେହି ପୁରୁଣା IPC ଓ CRPC ଆଧାରରେ ହେବ । ନୂଆ ମାମଲା ପାଇଁ ଜୁଲାଇରୁ ଲାଗୁ ହେବ ନୂଆ ଆଇନ । ଏନେଇ ଲୋକଙ୍କୁ ଅବଗତ କରାଯିବ ସହ ସରକାରୀ ସ୍ତରରେ ସୂଚନା ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 15, 2024, 10:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.