ETV Bharat / state

ରାୟଗଡାରୁ ବାରଣାସୀ ଗୟା ପରିଦର୍ଶନରେ ବାହାରିଲେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ - Rayagada news

Senior citizen Pilgrimage Program : ବାରଣାସୀ ଗୟା ପରିଦର୍ଶନରେ ଗଲେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ l 6ଟି ଜିଲ୍ଲାର ସମୁଦାୟ ୯୭୦ଜଣ ତୀର୍ଥଯାତ୍ରୀ ଓ ୩୦ଜଣ ଏସକର୍ଟ କର୍ମକର୍ତ୍ତା ଯାତ୍ରା ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ
ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ
author img

By ETV Bharat Odisha Team

Published : Jan 28, 2024, 10:31 PM IST

Updated : Jan 28, 2024, 10:43 PM IST

ରାୟଗଡାରୁ ବାରଣାସୀ ଗୟା ପରିଦର୍ଶନରେ ବାହାରିଲେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ

ରାୟଗଡା: ବାରଣାସୀ ଗୟା ପରିଦର୍ଶନରେ ଗଲେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ । 6ଟି ଜିଲ୍ଲାର ସମୁଦାୟ 970ଜଣ ତୀର୍ଥଯାତ୍ରୀ ଓ 30ଜଣ ଏସକର୍ଟ କର୍ମକର୍ତ୍ତା ଯାତ୍ରା ଆରମ୍ଭ କରିଛନ୍ତି । ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନାର ମନୋଭାବ ଓ ତୀର୍ଥଯାତ୍ରା କରିବା ଇଚ୍ଛାକୁ ପୁରଣ କରିବା ପାଇଁ ଏହି ଯୋଜନା କରାଯାଇଛି । ରାୟଗଡା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଯାତ୍ରା କରିଛନ୍ତି ତୀର୍ଥଯାତ୍ରା ।

ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରାୟଗଡା ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ ୬ଟି ଜିଲ୍ଳାର ୯୭୦ଜଣ ତୀର୍ଥଯାତ୍ରୀ ଓ ୩୦ଜଣ ଏସକର୍ଟ କର୍ମକର୍ତ୍ତା ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି । ରାଜ୍ୟର ଦକ୍ଷିଣାପଶ୍ଚିମାଞ୍ଚଳର କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡାରୁ ଯାତ୍ରୀ ଯାଇଛନ୍ତି । ଆଜି ରାୟଗଡା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଯାତ୍ରା କରିଛନ୍ତି ତୀର୍ଥଯାତ୍ରା । ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ତୀର୍ଥଯାତ୍ରୀମାନେ ଯାଉଥିବା ସ୍ୱତନ୍ତ୍ର ଟ୍ରେନରେ ଫିତା କାଟିବା ସହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ୨୪ଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.... ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ବାରଣାସୀ ଓ ପ୍ରୟାଗରାଜ ଅଭିମୁଖେ ବାହାରିଲା ସ୍ବତନ୍ତ୍ର ଟ୍ରେନ୍

ରାୟଗଡାଠାରୁ ବାରଣାସୀ-ଗୟା ତୀର୍ଥସ୍ଥାନ ଭ୍ରମଣର ସ୍ଥିର କରାଯାଇଥିଲା ବୋଲି ଉପଦେଷ୍ଠା ସାମନ୍ତରାଏ ପ୍ରକାଶ କରିଛନ୍ତି । ଏଥିରେ ରାୟଗଡା ଜିଲ୍ଳାର ୨୬୫ ଜଣ ତୀର୍ଥଯାତ୍ରୀଙ୍କ ସମେତ କୋରାପୁଟର ୧୮୨ଜଣ, ନବରଙ୍ଗପୁରର ୧୩୦ଜଣ, ମାଲକାନଗିରି ୭୯, ନୂଆପଡା ଜିଲ୍ଳାର ୯୪ ଏବଂ କଳାହାଣ୍ଡିର ୨୨୦ଜଣ ତୀର୍ଥଯାତ୍ରୀ ଭ୍ରମଣରେ ଯାଇଛନ୍ତି । ଗତକାଲି ସେମାନଙ୍କର ରହଣୀ ବ୍ୟବସ୍ଥା ରାୟଗଡାରେ କରାଯାଇଥିଲା । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଷ୍ଟେସନ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଏହି ସଭାରେ ମୁଖ୍ୟମନ୍ତ୍ରୀ ଭିଡିଓ କନପରେନ୍ସିଂ ମାଧ୍ୟମରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ବିଷୟରେ ବାର୍ତ୍ତା ଦେଇ ତୀର୍ଥଯାତ୍ରୀଙ୍କ ଯାତ୍ରାର ଶୁଭମନାସି ଥିଲେ । ଏହି କାର୍ଯ୍ୟକ୍ରମରେ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ରାଜ୍ୟ ଉପଦେଷ୍ଟା ଦୁର୍ଗାପ୍ରସାଦ ସାମନ୍ତରାଏ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପର୍ଯ୍ୟଟନ ବିଭାଗର ଅତିରକ୍ତ ଶାସନ ସଚିବ ବଳାମୁକୁନ୍ଦ ଭୂୟାଁ, ରେଳ ବିଭାଗ ବରିଷ୍ଠ ଅଧିକାରୀ ପ୍ରୀତିରାଣୀ ପ୍ରମୁଖ ଯୋଗଦାନ କରି ବରିଷ୍ଠ ନାଗରିକ ମାନଙ୍କୁ ଯାତ୍ରାକୁ ପତାକା ଦେଖାଇ ଶୁଭରମ୍ଭ କରିଥିଲେ l

ଇଟିଭି ଭାରତ,ରାୟଗଡ

Last Updated : Jan 28, 2024, 10:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.