ETV Bharat / state

କାର‌ ଠକେଇ‌ ପଛରେ ନେତାଙ୍କ ଲିଙ୍କ ! ନୟାପଲ୍ଲୀରୁ 2 ଗିରଫ, 9ଟି କାର ଜବତ

author img

By ETV Bharat Odisha Team

Published : Jan 23, 2024, 10:22 AM IST

Car Fraud Case In Bhuabaneswar: ସେଲଫ ଡ୍ରାଇଭ କାର ସର୍ଭିସରୁ ଆଣୁଥିଲେ ଭଡା । ଭଡା ଦେବା ବଦଳରେ ଭୟ ଦେଖାଇ ଡରାଉଥିଲେ । 2 ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ନୟାପଲ୍ଲୀରୁ ଦୁଇ ଗିରଫ, 9ଟି କାର ଜବତ
ନୟାପଲ୍ଲୀରୁ ଦୁଇ ଗିରଫ, 9ଟି କାର ଜବତ
ନୟାପଲ୍ଲୀରୁ ଦୁଇ ଗିରଫ, 9ଟି କାର ଜବତ

ଭୁବନେଶ୍ବର: ସେଲଫ ଡ୍ରାଇଭ କାର ସର୍ଭିସରୁ ଆଣୁଥିଲେ ଭଡା । ବଡ ବଡ କର୍ପୋରେଟ ହାଉସରେ ଭଡା ଲଗାଉଥିଲେ । ଭଡା ଦେବା ବଦଳରେ ଭୟ ଦେଖାଇ ଡରାଉଥିଲେ । ଦୀର୍ଘ ଦିନ ଧରି ଏପରି କରି ସେଲଫ ଡ୍ରାଇଭ କାର ସର୍ଭିସ ଏଜେନ୍ସିକୁ ଚୂନ ଲଗାଉଥିବା ଏକ ଠକେଇ ଗ୍ୟାଙ୍ଗର‌ ପର୍ଦ୍ଦାଫାସ କରିଛି ପୋଲିସ । ଘଟଣା ପଛରେ ସମ୍ପୃକ୍ତ ଥିବା ଦୁଇ ମିଡିଲମ୍ୟାନଙ୍କୁ ଗିରଫ କରିଥିବା ବେଳେ ଚର୍ଚ୍ଚିତ ଦଳର ନେତାଙ୍କୁ ଛାଡି ଦେଇଛି ପୋଲିସ ।

ତେବେ କମିଶନରେଟ ପୋଲିସର ଏସିପି ଗୌତମ କିଷାନଙ୍କ ସୂଚନା ମୁତାବକ, ରଜତ କୁମାର ସାହୁ ଓ ସୁରଜ କୁମାର‌ ବିଶୋଇ ନାମକ ଦୁଇ ବ୍ୟକ୍ତି କାର ରେଣ୍ଟାଲ ସର୍ଭିସ ଏଜେନ୍ସସି ଚଲାଉଥିଲେ । ସେମାନେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ ଯେ, ଜୌନିକ ବ୍ୟକ୍ତି ଗତ ନଭେମ୍ବର ମାସରୁ ତାଙ୍କ ଠାରୁ ପାଖାପାଖି 9ଟି ଗାଡ଼ି ଭଡ଼ା ସୁତ୍ରରେ ନେଇଛନ୍ତି । ଏହାସହ ଗାଡ଼ି ଭଡାରେ ନେବା ସହ ଭଡ଼ା ମଧ୍ୟ ଦେଉନାହାନ୍ତି । ତେବେ ସେମାନଙ୍କୁ ଯୋଗାଯୋଗ କଲେ ବିଭିନ୍ନ ବାହାନା ଦେଖାଇ ଗାଡ଼ି ଫେରସ୍ତ କରୁନଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ଜୈନିକ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ସେମାନେ ନୟାପଲ୍ଲୀ ଥାନାରେ ରିପୋର୍ଟ ଦାଖଲ କରିଥିଲେ ।

ତେବେ ଏହି ରିପୋର୍ଟ ଆଧାରରେ ଦୁଇଟି କେସ୍ 30/2024 ଓ 31/2024ରେ ଆଇପିସିର ଦଫା ୪୨୦ ଓ ୪୦୬ରେ ଦୁଇ ଜଣ ବ୍ୟକ୍ତି ଆର ଟାଟା ରାଓ ଓ ସୁଶାନ୍ତ କୁମାର ସାହୁକୁ ଗିରଫ କରାଯାଇଛି । ଏହି ଦୁଇ ଜଣ ବ୍ୟକ୍ତିଙ୍କୁ ଜେରା କରିବା ପରେ 9ଟି କାରକୁ ଜବତ କରିଛି ପୋଲିସ । ଏହାସହ ବର୍ତ୍ତମାନ ମିଳିଥିବା ପ୍ରମାଣ ଆଧାରରେ ସେମାନଙ୍କୁ ଗିରଫ କରାଯାଇଛି ଏବଂ କୋର୍ଟ ଚାଲାଣ କରାଯିବ ।

ସେପଟେ ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଚା' ଦୋକାନୀ ହୋଇଥିବା ବେଳେ ଅନ୍ୟ ଜଣେ ଫାଇନାନ୍ସ କର୍ମଚାରୀ ବୋଲି ଜଣାପଡ଼ିଛି । ସେମାନେ ଡିଲମ୍ୟାନ ସାଜି ଜଣେ ନେତାଙ୍କ ପାଖରେ ଗାଡି ପହଞ୍ଚାଉ ଥିଲେ । ଉକ୍ତ ନେତା ଜଣଙ୍କ ଗାଡି ଭଡ଼ାରେ ନେଇ ବିଭିନ୍ନ କର୍ପୋରେଟ ହାଉସ, ସରକାରୀ ଚାକିରିଆ, ପ୍ରତିପତି‌ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତିଙ୍କ କାରବାରରେ ଲଗାଉଥିଲେ । ତେବେ ଅଭିଯୋଗ ପରେ ମିଡିଲମ୍ୟାନ ସାଜିଥିବା 2 ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏହା ପଛରେ ସମ୍ପୃକ୍ତ ଥିବା ନେତାଙ୍କୁ ପୋଲିସ ପଚରାଉଚରା କରି ଛାଡି ଦେଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...କ୍ରିପ୍ଟୋକରେନ୍ସି ନାଁରେ ଠକେଇ: ଗ୍ୟାଙ୍ଗର ପର୍ଦ୍ଦାଫାସ, 7 ଗିରଫ

ତେବେ ନେତା ଜଣଙ୍କ ଜଣେ ଚର୍ଚ୍ଚିତ ରାଜନୈତିକ ଦଳର ଖାସ ସହଯୋଗୀ ବୋଲି କୁହାଯାଉଛି । ସମ୍ପୃକ୍ତ ନେତା ବ୍ୟବହାର କରୁଥିବା ଅର୍ଥାତ ଏହି ଜବତ ୯ଟି ଗାଡି ଭିତରୁ ଗୋଟିଏ ଗାଡିରେ ଏକ ଦଳୀୟ ଉତ୍ତରୀୟ ମଧ୍ୟ ପୋଲିସ ଷ୍ଟେସନ ପରିସରରେ ଦେଖିବାକୁ ମିଳିଥିଲା । ଗଣମାଧ୍ୟମ ନଜରକୁ ଆସିବା ପରେ ପୋଲିସ କଷ୍ଟଡିରେ ଥିବା କାର ଭିତରୁ ଲୁଚାଛପାରେ ଦଳୀୟ ଉତ୍ତରୀୟକୁ ହଟାଇ ଦିଆଯାଇଥିଲା । ଯାହା ଏହି ମାମଲାରେ ନେତାଙ୍କ ସମ୍ପୃକ୍ତିକୁ ଆହୁରି ଘନୀଭୂତ କରିଛି ।

ସେପଟେ ଏନେଇ ଏସିପିଙ୍କୁ ଦଳୀୟ ଲିଙ୍କ ବିଷୟରେ ପଚରିବାରୁ ସେ କୌଣସି ସୂଚନା ନାହାନ୍ତି । ତେବେ ସେହି ନେତା ବଡ ବଡ ନେତାଙ୍କ ଛତ୍ରଛାୟାରେ ରହି ଏଭଳି ଲୋକଙ୍କୁ ବ୍ୟବହାର କରି ଅପରାଧ କରୁଛନ୍ତି । ପୋଲିସ ସ୍କାନରକୁ ଆସିଲେ ନିରୀହଙ୍କୁ ଫସାଇ ନିଜେ ଖସି ଯାଉଛନ୍ତି । ଏଭଳି ନେତାଙ୍କ ଭୂମିକା ଓ ଅପରାଧିକ ପୃଷ୍ଠଭୂମିକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି‌ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.