ETV Bharat / state

ନିର୍ବାଚନ ପାଇଁ ଷ୍ଟୁଡିଓ ବ୍ୟସ୍ତ; ରେଶମ ସହରରେ ଚାଲିଛି ରେକଡିଂ, ଗୀତ-ଗୀତରେ ହେବ ଲଢ଼େଇ - Election Campaign Song Recording

author img

By ETV Bharat Odisha Team

Published : Apr 16, 2024, 10:39 PM IST

Election Campaign Song Recording In Berhampur: ନିର୍ବାଚନ ପ୍ରଚାର ପାଇଁ ରେଶମ ସହର ବ୍ରହ୍ମପୁରର ମ୍ୟୁଜିକ ଷ୍ଟୁଡିଓ ଗୁଡି଼କରେ ଚାଲିଛି ଗୀତ ରେକଡିଂ । ଅଧିକ ପଢ଼ନ୍ତୁ

ନିର୍ବାଚନ ପାଇଁ ଷ୍ଟୁଡିଓ ବ୍ୟସ୍ତ; ରେଶମ ସହରରେ ଚାଲିଛି ରେକଡିଂ, ଗୀତ-ଗୀତରେ ହେବ ଲଢ଼େଇ

ବ୍ରହ୍ମପୁର: ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାରର ପୂର୍ବ ପ୍ରସ୍ତୁତି ଠିକ୍‌‌ ସେତିକି ବଢ଼ିବାରେ ଲାଗିଛି । ଗାଁଠୁ ସହର ସବୁଠି କମ୍ପିବ ଭିନ୍ନ ଭିନ୍ନ ନିର୍ବାଚନୀ ସଂଗୀତ । ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱକୁ ନେଇ ମ୍ୟୁଜିକ୍ ଟ୍ରାକ୍‌ ମାଧ୍ୟମରେ ପ୍ରଚାର ଗାଡିରେ ବାଜି ଉଠିବ ରାଜନୈତିକ ଲଢ଼େଇ । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ ଷ୍ଟୁଡିଓ ଗୁଡ଼ିକରେ ନିର୍ବାଚନୀ ସଙ୍ଗୀତ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଯେହେତୁ ପ୍ରମୁଖ ଦଳ ଗୁଡ଼ିକର ଅଧିକାଂଶ ସ୍ଥାନରେ ଟିକଟ୍‌‌ ଘୋଷଣା ଶେଷ ହୋଇଛି, ସେମାନେ ପ୍ରଚାର ମୈଦାନକୁ ଓହ୍ଲାଇବା ପାଇଁ ଗୀତ ଆବଶ୍ୟକ କଲେଣି । ଆଉ ଯାହାକୁ ନେଇ ଷ୍ଟୁଡିଓ ଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛନ୍ତି ।

ସାଧାରଣ ନିର୍ବାଚନ ପାଇଁ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଦିନକୁ ଦିନ ଯୋର ଧରିବାରେ ଲାଗିଲାଣି ରାଜନୀତିର ତାତି । ଗୋଟିଏ ପଟେ ରାଜନୈତିକ ଦଳମାନେ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବାରେ ବ୍ୟସ୍ତ ରହିଥିବା ବେଳେ ଘୋଷଣା ହୋଇଥିବା ନେତାମାନେ ଏବେ ପ୍ରଚାର ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଭଳି ସମୟରେ ରେଶମ ସହର ବ୍ରହ୍ମପୁରରେ ରହିଥିବା ଅଡିଓ ରେକଡି୍‌ ଷ୍ଟୁଡିଓରେ ଆରମ୍ଭ ହୋଇଗଲାଣି ନିର୍ବାଚନ ପ୍ରଚାର ସଂଗୀତ ପ୍ରସ୍ତୁତି । ଉଭୟ ବିଧାନସଭା ଓ ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟକୁ ନେଇ ଭଳିକି ଭଳି ବିଭିନ୍ନ ସଂଗୀତର ଟ୍ରାକ୍‌ରେ ପ୍ରସ୍ତୁତ କରାଯାଉଛି ନିର୍ବାଚନୀ ପ୍ରଚାର ସଂଗୀତ । ବିଭିନ୍ନ ପ୍ରକାର ସୁପରିଚିତ ସହ ହିଟ୍‌ ଓଡ଼ିଆ, ହିନ୍ଦୀ ଓ ତେଲୁଗୁ ସଂଗୀତର ତାଳେ ତାଳେ ନେତାଙ୍କ ପାଇଁ ପ୍ରସ୍ତୁତ ହେଉଛି ମ୍ୟୁଜିକ୍ ଟ୍ରାକ୍‌ ।

ଏହା ମଧ୍ୟ ପଢ଼ନ୍ତୁ...ରେଶମ ସହରରେ ନିର୍ବାଚନ ପୂର୍ବରୁ ସମ୍ୱର୍ଦ୍ଧନା ଆଳରେ ଜମିଲାଣି ଦଳୀୟ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ - BJD Power Show In Berhampur

ମୁଖ୍ୟତଃ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଏହି ଅଡିଓ ଟ୍ରାକ୍‌ରେ ନିଜ ଦଳର କଥା ସହିତ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱକୁ ନେଇ ପ୍ରଥମେ ଏକ ସଙ୍ଗୀତ ଟ୍ରାକ୍ ପ୍ରସ୍ତୁତ କରାଯାଏ । ନେତାଙ୍କ ବରାଦକୁ ନେଇ ଗୀତ ଲେଖୁଛନ୍ତି ଗୀତିକାର । ପରେ ଲୋକଙ୍କ ମନଛୁଆଁ ଗୀତର ଟ୍ରାକ୍‌ରେ ଏହାକୁ ଗାଉଛନ୍ତି କଣ୍ଠଶିଳ୍ପୀ । ସେପଟେ ନିର୍ବାଚନ ସମୟ ଆସିଲେ ବ୍ରହ୍ମପୁର ସହରରେ ରହିଥିବା କିଛି ହାତଗଣତି ଷ୍ଟୁଡିଓର ବେଶ ଚାହିଦା ରହିଥାଏ । ନିର୍ବାଚନ ସମୟରେ ଏହି ଅଡିଓ ରେକଡିଙ୍ଗ୍ ଷ୍ଟୁଡିଓ ଗୁଡିକରେ ଭଲ ବ୍ୟବସାୟ ହେଉଥିବା ବେଳେ ଏହାରି ମାଧ୍ୟମରେ କଳାକାରମାନେ ମଧ୍ୟ ଭଲ ଅର୍ଥ ପାଇବା ସହ ରୋଜଗାରକ୍ଷମ ହୋଇପାରୁଛନ୍ତି । ତେବେ ଆଗାମୀ ଦିନରେ ପ୍ରାର୍ଥୀପତ୍ର ଦାଖଲ ଶେଷ ଏବଂ ଚୁଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଆରମ୍ଭ ହେବ ରାଜନୈତିକ ଦଳ ପ୍ରାର୍ଥୀଙ୍କ ପ୍ରଚାର । ଆଉ ଏହି ସମୟରେ ମ୍ୟୁଜିକ୍ ଟ୍ରାକ୍‌ରେ ପ୍ରଚାର ସଂଗୀତ ସମସ୍ତଙ୍କର ଆକର୍ଷଣ କରିବ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.